ଏବେ ପରିସ୍ରାର ରଙ୍ଗରୁ ଜଣାପଡିବ ଆପଣଙ୍କ ଶରୀରରେ ଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ, ଜାଣନ୍ତୁ କେମିତି

ଏହି ସଂସାରରେ ପ୍ରତ୍ୟେକ ମଣିଷ ଓ ପ୍ରାଣୀ ପାଣି ପିଇକରି ନିଜ ଜୀବନ କାଟିଥାନ୍ତି । ପାଣି ପିଇବା ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ହୋଇଥାଏ । ପାଣି ବିନା ଏହି ପୃଥିବୀରେ ଜୀବନ ଅସମ୍ଭବ । ଏହା ବ୍ୟତୀତ ଏହା ଆମେ ସମସ୍ତେ ଜାଣିଛୁ କି ମଣିଷର ଶରୀର ଅନାବଶ୍ୟକ ପାଣିକୁ ମୁତ୍ର ଆକାରରେ ବାହାରକୁ ବାହାର କରି ଦେଇଥାଏ । ମଣିଷର ମୁତ୍ରର ରଙ୍ଗ ବହୁତ ପ୍ରକାରର ଜିନିଷ କହିଥାଏ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଜଣାଇବୁ କି କେମିତି ଆପଣଙ୍କ ମୁତ୍ର ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କଣ ସଙ୍କେତ ଦେଉଛି । ତେବେ ଚାଲନ୍ତୁ ଜାଣିବା ପୁରା ଖବର ।

ମଣିଷର ପରିସ୍ରାର ରଙ୍ଗ ଶରୀରରେ ହେଉଥିବା ରୋଗ ସହିତ ବଦଳୁଥାଏ । ଏହି କଥା ତ ଆମେ ସମସ୍ତେ ଜାଣିଛୁ କି ପରିସ୍ରାର ସମ୍ବନ୍ଧ ସିଧା ଆମର ପେଟ ସହିତ ଥାଏ । ଯଦି ପେଟ ଆପଣଙ୍କର ଖରାପ ଥିବ ତେବେ ପରିସ୍ରାର ରଙ୍ଗ ହଳଦିଆ ହେବା ନିଶ୍ଚିତ । ଏହି ହଳଦିଆ ରଙ୍ଗର ପରିସ୍ରାରୁ ଆମେ ଜାଣିପାରିବା କି ଆମର ହେଲଥ ଲେଭେଲ କିପରି ଅଛି । ଅର୍ଥାତ ଆମେ ପରିସ୍ରାର ରଙ୍ଗରୁ ସ୍ୱାସ୍ଥ୍ୟ ସ୍ଥର ମାପି ପାରିବା । ଯଦି ଆପଣଙ୍କର ପରିସ୍ରାର ରଙ୍ଗ ବଦଳୁଥାଏ ତେବେ ତଳେ ଦିଆ ଯାଇଥିବା ସଙ୍କେତକୁ ଆପଣ ପଢି ପାରିବେ ଓ ଏହା ମଧ୍ୟ ନିଶ୍ଚିତ କରି ପାରିବେ କି ଏବେ ଆପଣଙ୍କୁ କଣ କରିବା ଦରକାର ।

ଯଦି ଆପଣଙ୍କର ପରିସ୍ରାର ରଙ୍ଗ ହାଲକା ହଳଦିଆ ବା ପାଣି ଭଳି ହୋଇଥାଏ ତେବେ ଆପଣଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ପରିସ୍ରାର ରଙ୍ଗ ପାଣି ଭଳି ହେବାର ମାନେ ଆପଣଙ୍କ ପେଟ ଏବଂ ଶରୀର ବିଲକୁଲ ଠିକ ଅଛି। କିଛି ଲୋକଙ୍କୁ ପରିସ୍ରା ହଳଦିଆ ରଙ୍ଗର ଆସିଥାଏ । ଏହାର ମାନେ ଆପଣଙ୍କ ପେଟରେ ପାଣିର ଅଭାବ ହେଉଛି । ଯଦି ଆପଣ ବହୁତ ପାଣି ପିଇବା ଆରମ୍ଭ କରିଦେବେ ତେବେ ପରିସ୍ରାର ରଙ୍ଗ ପୂର୍ବ ଭଳି ହୋଇଯିବ ।

ଯେବେ ଆପଣଙ୍କର ପରିସ୍ରାର ରଙ୍ଗ କ୍ଷୀର ଭଳି ଧଳା ହୋଇଯାଏ ଏହାର ମାନେ ଆପଣଙ୍କ କିଡନୀ ରେ ଷ୍ଟୋନ ହୋଇଥିବାର ନିଶ୍ଚିତ ଅଥବା ଆପଣଙ୍କ ଶରୀରରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ହୋଇ ଯାଇଛି । ଏହାର କାରଣ ମୁତ୍ର ଦ୍ଵାରରେ କୌଣସି ପ୍ରକାରର ସଂକ୍ରମଣ ହୋଇଛି ।

ଯଦି ଆପଣଙ୍କର ମୁତ୍ର ର ରଙ୍ଗ ଗାଢ ହଳଦୀ ରଙ୍ଗ ହୋଇଥାଏ ତେବେ ଜାଣି ନିଆଯାନ୍ତୁ ଆପଣଙ୍କ ଲିଭର ରେ କିଛି ସମସ୍ଯା ଅଛି। ଆପଣ ତୁରନ୍ତ କୌଣସି ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ।

ଯଦି ଆପଣଙ୍କର ହଲ୍କା ଲାଲ ବା ଗୋଲାପି ରଙ୍ଗର ପରିସ୍ରା ହେଉଛି ହେଉଛି ତେବେ ଏହାର କାରଣ ହେଉଛି ଆପଣ ନିଶ୍ଚିନ୍ତ ଷ୍ଟ୍ରବେରୀ ଜାତୀୟ କୌଣସି ଖାଦ୍ଯ ଖାଇଥିବେ। ଏହା ବ୍ଯତୀତ ଯଦି ଆପଣଙ୍କୁ ଏହି ସମସ୍ଯା ବାରମ୍ବାର ଦେଖା ଦିଏ ତେବେ ଏହା ଆପଣଙ୍କ ପାଇଁ ଏକ ବଡ ସମସ୍ୟାର ବିଷୟ। ଏହା ଦ୍ଵାରା ଜଣାପଡେ କି ଆପଣଙ୍କ ରକ୍ତ କୋସିକା ଗୁଡିକ ଖରାପ ହୋଇଯାଇଛି ଓ ରକ୍ତ ଏହା ସହ ମିଶି ପରିସ୍ରାରେ ବାହାରି ଯାଉଛି। ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ।

କିଛି ଥର ଡାକ୍ତର ଆମକୁ ଏମିତି କିଛି ଔଷଧ ଦିଅନ୍ତି ଯାହା କାରଣରୁ ଆମର ପରିସ୍ରାର ରଙ୍ଗ ନାରଙ୍ଗି ହୋଇଯାଇଥାଏ । ଏହା ବ୍ୟତୀତ ଯେଉଁ ଲୋକ ଗାଜର ଖାଆନ୍ତି ବା ତାହାର ରସ ପିଅନ୍ତି ,ତାଙ୍କର ପରିସ୍ରାର ରଙ୍ଗ ନାରଙ୍ଗି ହୋଇଥାଏ । ଏମିତିରେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ।