ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନହେଲେ ଜୀବନସାରା ପସ୍ତେଇବେ

କଥାରେ ଅଛି ଆତୁରେ ନିୟମ ନାସ୍ତି । ମାନେ ଆପାତକାଳୀନ ସମୟରେ ଆମେ ସ୍ଥାନ, କାଳ, ପାତ୍ର ବିଷୟରେ ଅବଗତ ନ ହୋଇ ଯାହା ଠିକ ଲାଗେ କରି ଦେଇଥାଉ । ଅବଶ୍ୟ ଏମିତି କାର୍ଯ୍ୟ ଠିକ ନୁହେଁ । କିନ୍ତୁ ଝାଡା ଓ ପରିସ୍ରାକୁ ଚାପି ରଖିବା କଷ୍ଟକର । ଏଥିପାଇଁ ସାଧାରଣତଃ ଲୋକମାନେ ପରିସ୍ରା ଲାଗିଲେ ଯେଉଁଠି ହେଉ ନା କାହିଁକି ସେଇଠି ପରିସ୍ରା କରି ଦେଇଥାନ୍ତି । ସେତେବେଳେ ସ୍ଥାନ କାଳ ପାତ୍ର ଦେଖି ନଥାନ୍ତି ।

ବୈଜ୍ଞାନିକମାନେ ଏହିଭଳି ପରିସ୍ରା କରୁଥିବା ବ୍ୟକ୍ତିଙ୍କୁ ନେଇ ଗବେଷଣା କରିଛନ୍ତି । ଜଣାତରେ ହେଉ ବା ଅଜଣାତରେ ଏପରି କରିବା ସଂପୂର୍ଣ୍ଣ ଭୁଲ । ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇଥାଏ । ବୈଜ୍ଞାନିକଙ୍କ ଅନୁସାରେ ପରିସ୍ରା କରିବା ସମୟରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଆଜି ଆମେ ସେହି ଜିନିଷ ବିଷୟରେ କହିବୁ ।

୧. କୌଣସି ଅପରିଷ୍କାର ସ୍ଥାନ ବା ଅପରିଷ୍କାର ବାଥରୁମରେ ପରିସ୍ରା କରନ୍ତୁ ନାହିଁ । ଏହା ଦ୍ଵାରା ଇନଫେକସନ ହେବାର ଅଧିକ ସମ୍ଭାବନା ରହିଥାଏ । ସାର୍ବଜନୀନ ବାଥରୁମ ଗଲାବେଳେ ବାଥରୁମରେ ୪-୫ ମଗ ପାଣି ଢାଳି ପରିସ୍ରା କରନ୍ତୁ ।

୨. କିଛି ଲୋକ କାମ କଲା ବେଳେ ଆଉ କିଛି ଲୋକ ଆଳସ୍ୟରେ ପରିସ୍ରା ଲାଗିଲେ ଚାପି ରଖନ୍ତି । ଏହା କରିବା ଆଦୌ ଉଚିତ ନୁହେଁ । ଏହା ଦ୍ଵାରା ଆମେ ଅଜଣାତରେ ବଡ ଭୁଲ କରିଥାଉ । ପରିସ୍ରା ଅଧିକ ସମୟ ଚାପି ରଖିବା ଦ୍ଵାରା ଏହା କିଡନୀ ଉପରେ ପ୍ରଭାବ ପକାଇଥାଏ ।

୩. ସବୁଦିନ ପରିସ୍ରା କରିବା ସମୟରେ ପରିସ୍ରାରେ ନରମାଲ ଫେଣ ଠାରୁ ଅଧିକ ଫେଣ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏପରି ହେଉଥିଲେ କିଡନୀ ଖରାପ କିମ୍ବା ପରିସ୍ରା ଇନଫେକସନ ର ଆଶଙ୍କା ରହିଥାଏ ।

୪. ଯଦି ପରିସ୍ରା ହଳଦିଆ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ କିଛି ରୋଗ ହେବାର ଆଶଙ୍କା ରହିଥାଏ ।

୫. ପରିସ୍ରା କରୁଥିବା ସମୟରେ ଅଧିକ ଦୁର୍ଗନ୍ଧ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କୌଣସି ରୋଗର ଲକ୍ଷଣ ହୋଇପାରେ ।

୬. ଟାଇଟ ଜିନ୍ସ ବା ଟାଇଟ କପଡା ପିନ୍ଧିଥିବା ସମୟରେ ପରିସ୍ରା ଲାଗିଲେ ଚାପି ରଖନ୍ତୁ ନାହିଁ । ଏହା ଆପଣଙ୍କ ମୂତ୍ରାଶୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।