ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ କଣ ପଧିବେ ଓ କିପରି ପଢିବେ ? ପରୀକ୍ଷାରେ 100 % ରେଜଲ୍ଟ କରିବାକୁ ଚାହାନ୍ତି ତ ଆପଣାନ୍ତୁ ଏହି ସ୍ଟଡି ଟିପ୍ସ – Study Tips

କୋଣସି ବି କ୍ଳାସ ରେ ବି ବା ଶ୍ରେଣୀରେ ତିନି ପ୍ରକାରର ଛାତ୍ର ଥାନ୍ତି । ପ୍ରଥମେ ଏପରି ଛାତ୍ର ଥାନ୍ତି ଯେଉଁ ମାନେ କି ପୁରା ବର୍ଷ ବହୁତ ପରିଶ୍ରମ କରି ପାଠ ପଢନ୍ତି ଓ ପରୀକ୍ଷା ରେ ଭଲ ରେଜଲ୍ଟ କରନ୍ତି ବା ଟପର ହୋଇଥାନ୍ତି । ଦ୍ଵିତୀୟ ରେ ଏହିପରି ଛାତ୍ର ଥାନ୍ତି ଯେଉଁମାନେ କି କମ ପାଠ ପଢିଥାନ୍ତି ଓ ସାଧାରଣ ଫଳ ପାଇଥାନ୍ତି । ତୃତୀୟରେ ଏହିପରି ଛାତ୍ରଥାନ୍ତି ଯେଉଁମାନେ କି ପାଠ ପଢନ୍ତି ନାହିଁ । ଠିକ ପରୀକ୍ଷା ପୂର୍ବରୁ ପାଠ ପଢିବାକୁ ବସନ୍ତି ଏବଂ ପରୀକ୍ଷାରେ କେବଳ ପାସ ହେବାକୁ ଚାହାନ୍ତି ।

ସାଧାରଣତଃ ଟପର ଛାତ୍ର ମାନଙ୍କୁ ପରିଖ୍ୟା ପୂର୍ବରୁ ପାଠ ପଢିବାକୁ ପଡେ ନାହିଁ । କାହିଁକି ନା ସେମାନେ ତ ପୁରା ବର୍ଷଟା ଯାକ ପାଠ ପଢିଥାନ୍ତି । ସେମାନଙ୍କୁ କେବଳ ପରୀକ୍ଷାର ପୂର୍ବ ଦିନ ଖାଲି ବହିକୁ ପଢି ଦେବା ଆବଶ୍ୟକ ଥାଏ ।

କିନ୍ତୁ ଯେଉଁ ମାନେ କିଛି ପାଠ ପଢି ନଥାନ୍ତି କେବଳ ପରୀକ୍ଷାରେ ପାସ କରିବା ପାଇଁ ଚାହାନ୍ତି ସେମାନେ କଣ କରିବା ଉଚିତ ଆସନ୍ତୁ ଜାଣିବା । ଆପଣ ପରୀକ୍ଷା ପୂର୍ବରୁ ପୁରା ବହି ପଢିବାତ ସମ୍ଭବ ହୋଇନଥାଏ । ଆପଣଙ୍କୁ ଏହି ସମୟରେ କଠିନ ପରିଶ୍ରମ କରିବା ସମ୍ଭବ ନୁହେଁ । ଆପଣଙ୍କୁ ସ୍ମାର୍ଟ ଭାବରେ ପଢିବାର ଅଛି । ଆପଣକୁ ଦୁଇଟି ଉପାୟ ବିଷୟ ରେ କହିବୁ ।

ପ୍ରଥମଟି – ପୁରୁଣା ବର୍ଷର ପ୍ରଶ୍ନର ଉତ୍ତରକୁ ଅଭ୍ୟାସ କରନ୍ତୁ

ଆପଣ ମାନେ ଜାଣିଥିବେ କି ପରୀକ୍ଷାରେ ପୁରୁଣା ବର୍ଷ ର ପ୍ରଶ୍ନ ପଡିଥାଏ । କେବଳ ପ୍ରଶ୍ନର ଶୈଳୀ ବଦଳା ଯାଇଥାଏ । କିନ୍ତୁ ପ୍ରଶ୍ନର ଉତ୍ତର ସେହି ପୁରୁଣା ପ୍ରଶ୍ନର ଉତ୍ତର ଥାଏ । ଏଠି ପାଇଁ ଆପଣଙ୍କୁ ୩ ରୁ ୪ ବର୍ଷ ର ପୁରୁଣା ପ୍ରଶ୍ନ କୁ ଠିକ ଭାବରେ ରିଭିଜନ କରିବା ଉଚିତ । ଏହି ଉପାୟ ଦ୍ଵାରା ଆପଣ ପରୀକ୍ଷାରେ ସହଜରେ ପାସ ହୋଇପାରିବେ । କାହିଁକି ନା ସବୁ ବର୍ଷ ପରୀକ୍ଷାରେ ପୁରୁଣା ବର୍ଷର ପରୀକ୍ଷାର ପ୍ରଶ୍ନକୁ ରିପିଟ କରାଯାଇଥାଏ ।

ଦ୍ଵିତୀୟ – ଉପସ୍ଥାପନା

ଆପଣ ଯଦି ପୁରୁଣା ବର୍ଷର ପ୍ରଶ୍ନକୁ ରିଭିଜନ କରିଦେଇଛନ୍ତି ତେବେ ଆପଣଙ୍କୁ ଏବେ ଉତ୍ତର ଉପସ୍ଥାପନା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ମାର୍କକୁ ବୃଦ୍ଧି କରିବାରେ ସହାୟକ ହେବ । ଆପଣ ଏମିତି ବହୁତ ଛାତ୍ରଙ୍କୁ ଦେଖିଥିବେ ଯେ ବହୁତ କମ ପାଠ ପଢି ବି ସେମାନେ ଭଲ ମାର୍କ ରଖିଥାନ୍ତି । କାହିଁକି ନା ସେମାନଙ୍କର ଉତ୍ତର ଉପସ୍ଥାପନା ଶୈଳୀ ଖୁବ ସୁନ୍ଦର ଥାଏ ଓ ଉତ୍ତରକୁ ଭଲ ଭାବରେ ଲେଖିଥାନ୍ତି କି ପରିକ୍ଷକ ତାଙ୍କ ଉପରେ ଖସି ହୋଇ ତାଙ୍କୁ ଭଲ ମାର୍କ ଦେଇଥାଏ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କ ଉତ୍ତର ଖାତାକୁ ପରିଷ୍କାର ରଖିବା ଉଚିତ । ଆପଣଙ୍କର ଅକ୍ଷର ଖରାପ ଥିଲେ ବି କୌଣସି ସମସ୍ଯା ନାହିଁ । ଆପଣ ଉତ୍ତର ଖାତାରେ ବେଶି କଟା କାଟି କରନ୍ତୁ ନାହିଁ । ଗୁରୁତ୍ଵ ପୂର୍ଣ୍ଣ ପଏଣ୍ଟକୁ ଅଣ୍ଡର ଲାଇନ କରନ୍ତୁ ଯାହାଫଳରେ କି ପରୀକ୍ଷାକୁ ଉତ୍ତର ସବୁ ପଢିବାକୁ ପଡି ନଥାଏ । ଆପଣଙ୍କ ଖାତାକୁ ଯେତେ ଜଲ୍ଦି ଦେଖିବେ ସେତେ ଭଲ ମାର୍କ ମିଳିବ । ଯଦି ପରିକ୍ଷାକୁ ଆପଣଙ୍କ ଖାତାକୁ ଦେଖିବାରେ ବେଶି ସମୟ ଲାଗେ ତେବେ ଆପଣଙ୍କୁ କମ ମାର୍କ ମିଳିଥାଏ । ଏହା ଛଡା ଆପଣ ସହଜ ପ୍ରଶ୍ନର ଉତ୍ତର ପ୍ରଥମେ ଲେଖନ୍ତୁ । ଯାହା ଫଳରେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସମୟ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।