ପାସ ହେବା ପାଇଁ ଷ୍ଟୁଡେଣ୍ଟ କଲେ ଏମିତି ସବୁ କାମ, ଭଲ ଭାବରେ ଦେଖିଲେ…

କହିବାକୁ ଗଲେ କୌଣସି ବି ପରୀକ୍ଷାରେ ପାସ ହେବା ପାଇଁ ମଣିଷକୁ କଠିନ ପରିଶ୍ରମ କରିବା ଆବଶ୍ୟକ । କିନ୍ତୁ ଆଜିକାଲି ସମୟରେ କିଛି ଷ୍ଟୁଡେଣ୍ଟଙ୍କ ପାଇଁ ପଢିବା ଏତେ କଷ୍ଟ ହୋଇଗଲାଣି କି, ଜେତିକି ମୋବାଇଲ ଠାରୁ ନିଜକୁ ଅଲଗା କରିବା କଷ୍ଟ ଅଟେ । ଅର୍ଥାତ ଆଜିକାଲି ଯୁବପିଢିମାନେ ବହି ଠାରୁ ଅଧିକ ନିଜ ମୋବାଇଲ ଓ ନିଜ ଷ୍ଟାଇଲ ଉପରେ ଧ୍ୟାନ ଦିଅନ୍ତି ।

କିନ୍ତୁ କିଛି ପିଲାମାନେ ମୋବାଇଲ ଦ୍ଵାରା ପଢନ୍ତି । କିନ୍ତୁ ଯେଉଁ ପିଲାମାନେ ବର୍ଷ ସାରା ପଢନ୍ତି ନାହିଁ, ତାଙ୍କର ପରୀକ୍ଷାରେ କଣ ହୋଇଥାଏ, ଆଜି ଆମେ ଆପଣଙ୍କୁ ଦେଖାଇବୁ ।

ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ କି ଯେଉଁ ପିଲାମାନଙ୍କୁ ପାସ ହେବାର ବିଶ୍ଵାସ ନଥାଏ, ସେହିଭଳି ଛାତ୍ରମାନେ ପରୀକ୍ଷା ଖାତାରେ ନୋଟ ରଖି ଦିଅନ୍ତି କିମ୍ବା ନିଜର ମାତା ପିତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ଥିବାର ବାହାନା ଲେଖି ଦିଅନ୍ତି । ଯାହା ଦ୍ଵାରା ଏକ୍ଯାମିନର ତାଙ୍କୁ ପାସ କରିଦେବ । ପରୀକ୍ଷାରେ ପାସ ହେବା ପାଇଁ କିଛି ତ କରିବାକୁ ପଡିବ । କିନ୍ତୁ ଆଜିକାଲି କିଛି ଛାତ୍ରମାନେ ଏହା ଠାରୁ ବି ବହୁତ ଆଗରେ ଅଛନ୍ତି ।

କହିଦେଉଛୁ କି ଆଜିକାଲି ଛାତ୍ରମାନେ ପରୀକ୍ଷାରେ ପାସ ହେବା ପାଇଁ ଏଗ୍ଜାମିନରକୁ ପାର୍ଟି ଦେବା ପାଇଁ ମଧ୍ୟ ଅଫର କରିଥାନ୍ତି । କହିବାକୁ ଗଲେ ହରିୟାଣା ବୋର୍ଡର ଉତ୍ତର ଖାତାରେ ଉତ୍ତର ପଢି ଆପଣ ବି ନିଜର ହସକୁ ଅଟକାଇ ପାରିବେ ନାହିଁ । ଖାତା ଦେଖୁଥିବା ଜଣେ ଶିକ୍ଷକ କହିଲେ କି ଦଶମ ପରୀକ୍ଷାର ଖାତା ଦେଖୁଥିବା ସମୟରେ ଗୋଟିଏ ଖାତା ସାମ୍ନାକୁ ଆସିଲା,

ଯେଉଁଥିରେ ଲେଖା ହୋଇଥିଲା କି ସାର ଦୟାକରି ମୋତେ କ୍ଷମା କରି ଦିଅନ୍ତୁ, କାରଣ ମୋର ପିତା – ମାତା କହୁଥିଲେ କି ମୁଁ ଫେଲ ହୋଇଯିବି । ଏମିତିରେ ମୋ ଉପରେ ବହୁତ ପ୍ରେସର ଅଛି । ସେଥିପାଇଁ ଯଦି ଆପଣ ମୋତେ ପାସ କରିଦେବେ ତ ଆପଣଙ୍କର ବହୁତ ବଡ କୃପା ହେବ ।

ଏହା ସହିତ ଜଣେ ଶିକ୍ଷକ କହିଲେ କି ଜଣେ ଛାତ୍ର ଏହା ବି ଲେଖିଥିଲା କି ଯଦି ମୁଁ ତାକୁ ପାସ କରିଦେବି ତେବେ ସେ ମୋତେ ପାର୍ଟି ଦେବ । କେବଳ ଏତିକି ନୁହେଁ ଏହା ଛଡା ସେ ତାଙ୍କୁ ୬୦୦ ଟଙ୍କା ବି ଦେବ । ଅନ୍ୟ ପଟେ ଖାଣ୍ଡସା ସ୍ଥିତ ସରକାରୀ ସ୍କୁଲର ଜଣେ ଶିକ୍ଷକ କହିଲେ କି ଗୋଟିଏ ଖାତାରେ ତ ଗାଲିବ ସାହବଙ୍କ ଶାୟରୀ ମଧ୍ୟ ଲେଖା ହୋଇଥିଲା । ଏହା ସହିତ ଏହା ବି ଲେଖା ହୋଇଥିଲା କି ଦୟାକରି ମୋତେ ପାସ କରି ଦିଅନ୍ତୁ ।

ଏହା ଛଡା ଜଣେ ଛାତ୍ର ୩୦ ଟି ପ୍ରଶ୍ନର ଉତ୍ତର କେବଳ ଶାୟରୀରେ ହିଁ ଲେଖିଥିଲା । କିନ୍ତୁ ଶିକ୍ଷକମାନେ କହିଲେ କି ଏଥି ପାଇଁ ଛାତ୍ରମାନଙ୍କୁ କେବଳ 0 ନମ୍ବର ହିଁ ଦିଆ ଯାଇଛି ।