ପନିପରିବା ନେଉଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ତିନୋଟି କଥା, ନହେଲେ ଘରକୁ ଆସିପାରେ କରୋନା ଭାଇରସ

ବର୍ତ୍ତମାନ ସମୟରେ ପୁରା ଦୁନିଆ କରୋନା ଭାଇରସ ମହାମାରୀ ଠାରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ କରୁଛି । ଏହା ସହିତ ପୁରା ଦୁନିଆରେ ଲକଡାଉନ ଜାରି ଅଛି ଓ ଲୋକମାନେ ଘରେ ବନ୍ଦ ଅଛନ୍ତି । ଲୋକମାନଙ୍କୁ ସାମାଜିକ ଦୂରତା ଅନୁସାରେ ପରସ୍ପର ଠାରୁ ଦୂରରେ ରହିବା ପାଇଁ କୁହାଯାଉଛି । ଏହା ସହିତ ଲୋକମାନଙ୍କୁ ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧିବାକୁ ବି କୁହାଯାଉଛି । ଏହା ସହିତ ହାତକୁ ବାରମ୍ବାର ହ୍ୟାଣ୍ଡୱାସ ଓ ସ୍ୟାନିଟାଇଜର ଦ୍ଵାରା ସଫା କରିବା ପାଇଁ ବି କୁହାଯାଉଛି । କିନ୍ତୁ ଏହା ମଧ୍ୟରେ ସବୁଠୁ ମୁଖ୍ୟ କଥା ଏହା ଅଟେ କି ଯଦି ଲକଡାଉନ ମଧ୍ୟରେ ଆପଣଙ୍କୁ ବାହାରକୁ ଯିବାକୁ ପଡୁଛି କିମ୍ବା ପନିପରିବା କିଣିବା ପାଇଁ ଆପଣ ବାହାରକୁ ଯାଉଛନ୍ତି ତେବେ କିଛି ଜରୁରୀ କଥା ପ୍ରତି ଧ୍ୟାନ ରଖନ୍ତୁ । ତେବେ ଆପଣ ଭାଇରସ ଠାରୁ ବଞ୍ଚି ପାରିବେ ।

ପନିପରିବା ଆଣିବା ସମୟରେ ମୁହଁରେ ମାସ୍କ ଓ ହାତରେ ଗଲ୍ବ୍ସ ପିନ୍ଧି ଯାଆନ୍ତୁ ଓ ସାମାଜିକ ଦୂରତା ପ୍ରତି ଖାସ ଧ୍ୟାନ ରଖନ୍ତୁ । ଏହା ପରେ ଫେରିବା ପରେ ଘରର କବାଟକୁ ହାତ ଦ୍ଵାରା ନୁହେଁ ହାତର କହୁଣି ଦ୍ଵାରା ଖୋଲିବାକୁ ଚେଷ୍ଟା କରନ୍ତୁ । ଯଦି ଏହିଭଳି କରି ପାରୁ ନାହାନ୍ତି ତେବେ କବାଟକୁ ଖୋଲି ସାରିବା ପରେ କବାଟର ହ୍ୟାଣ୍ଡଲକୁ ସ୍ୟାନିଟାଇଜର କରନ୍ତୁ ।

ପନିପରିବା କ୍ରୟ କରିବା ସମୟରେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ

ଠେଲାଗାଡି ବାଲା ଠାରୁ ପନିପରିବା କ୍ରୟ କରିବା ସମୟରେ ଏହି ୩ଟି କଥାର ଧ୍ୟାନ ନିଶ୍ଚିତ ରଖନ୍ତୁ ।

ପନିପରିବା ବାଲା ବ୍ୟକ୍ତି ଓ ଆପଣଙ୍କ ମଧ୍ୟରେ ୬ ଫୁଟ ଦୂରତା ଥିବା ଦରକାର । ଏହା ଛଡା ପାଖରେ ଥିବା ଅନ୍ୟ ଲୋକମାନଙ୍କ ଠାରୁ ବି ଆପଣ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ପନିପରିବା ବାଲା ବ୍ୟକ୍ତି ଯଦି ଆପଣଙ୍କ ଘରର କବାଟର ହ୍ୟାଣ୍ଡଲ କିମ୍ବା ଆପଣଙ୍କ ବ୍ୟାଗ ଧରୁଛି ତେବେ ତାକୁ ସ୍ୟାନିଟାଇଜ କରନ୍ତୁ ।

ପନିପରିବା ବାଲା ବ୍ୟକ୍ତି କେଉଁ କେଉଁ ସ୍ଥାନରୁ ବୁଲି ବୁଲି ଆସୁଛି ଏହା ବିଷୟରେ ଆମେ କିଛି ବି ଜାଣି ନ ଥାଉ ସେଥିପାଇଁ ଆମକୁ ପନିପରିବାକୁ ଗରମ ପାଣି ଓ ଲୁଣ ଦ୍ଵାରା ନିଶ୍ଚିତ ରୂପରେ ଧୋଇବା ଉଚିତ । ଧୋଇବା ପରେ ସେହି ପନିପରିବାକୁ ୧ କିମ୍ବା ୨ ଘଣ୍ଟା ପର୍ଯ୍ୟନ୍ତ ଓଦା ହିଁ ଛାଡି ଦିଅନ୍ତୁ ।

ପନିପରିବା ଓ ଫଳ ଗୁଡିକୁ ଭଲ ଭାବରେ ଧୋଇ ସେବନ କରିବା ଉଚିତ

ପନିପରିବା ଓ ଫଳ ଗୁଡିକ ଧୋଇବା ପାଇଁ କେବଳ ଗରମ ପାଣିର ହିଁ ବ୍ୟବହାର କରନ୍ତୁ । ପନିପରିବା ଓ ଫଳ ଗୁଡିକ ଭଲ ଭାବରେ ଧୋଇ ସେବନ କରିବା ଉଚିତ ଯାହା ଦ୍ଵାରା ଏଥିରେ ଥିବା କୀଟାଣୁ ସହଜରେ ମରି ପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ଓ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ବି ଦୂରରେ ରଖିଥାଏ । ଏହା ଆପଣଙ୍କୁ ଭଲ ଲାଗିଥିଲେ ଗୋଟିଏ ଶେୟାର କରନ୍ତୁ, ଏମିତି କିଛି ନୂଆ ପୋସ୍ଟ ପାଇଁ ପେଜକୁ ଲାଇକ କରନ୍ତୁ ।