Parenting tips: ପିଲାଙ୍କ ଲାଳନ ପାଳନରେ କରୁଛନ୍ତି କି ଏମିତି ଭୁଲ ? ଦେଖନ୍ତୁ ବିନା ରାଗରେ କିପରି ସୁଧାରିବେ ପିଲାଙ୍କ ସ୍ଵଭାବ

ଆଜିକାଲି ପିତାମାତା ଖୁବ ବ୍ୟସ୍ତ ରହିବା ହେତୁ ନିଜ ପିଲାଙ୍କ ପ୍ରତି ଠିକ ଭାବେ ଧ୍ୟାନ ଦେଇ ପାରୁ ନାହାନ୍ତି । ବାପା ମାଙ୍କ ସହ ଠିକ ଭାବେ ମିଶି ନ ପାରିବା ହେତୁ ପିଲା ମଧ୍ୟ ନିଜକୁ ସଙ୍କୋଚ କରି ରଖେ । କୌଣସି କଥା ପିତାମାତାଙ୍କ ସହ ସେୟାର କରିବାକୁ ଭଲ ପାଏ ନାହିଁ ।

ଯାହା ଫଳରେ ପରେ ପରିବାରରେ ଅନେକ ସମସ୍ଯା ଦେଖା ଦିଏ । କେହି କାହାକୁ ବୁଝି ପାରନ୍ତି ନାହିଁ । ପିଲାଙ୍କ ସହ ଇମୋସନାଲି କନେକ୍ଟ ହେବାର ତିନୋଟି ଉପାୟ ରହିଛି । ଯାହା ହେଉଛି କେୟାରିଙ୍ଗ, ସେୟାରିଙ୍ଗ ଓ ଡ଼େୟାରିଙ୍ଗ । ତେବେ ଚାଲନ୍ତୁ କିପରି ଆପଣ ପିଲା ସହ ଇମୋସନାଲ ଭାବେ କନେକ୍ଟ କରି ପାରିବେ ତାହା । ଆପଣ ତିନୋଟି ସମୟରେ ପିଲାଙ୍କ ସହ ଇମୋସନାଲି କନେକ୍ଟ ହେବାକୁ ଚେଷ୍ଟା କରି ପାରିବେ ।

ପ୍ରଥମ ମୁଖ୍ୟ ସମୟ ହେଉଛି ସକାଳ ସମୟ । ସକାଳ ସମୟରେ ପିଲାଟିକୁ କେୟାରିଙ୍ଗ ର ଖୁବ ଆବଶ୍ୟକ ହୋଇଥାଏ । ଅନେକ ପିତାମାତା ପାଟି କରି ଚିଲେଇ ପିଲାକୁ ନିଦରୁ ଉଠାଇବାକୁ ଚେଷ୍ଟା କରନ୍ତି । ଅନେକ ସମୟ ପାଟି କରିବା ପରେ ମଧ୍ୟ ପିଲା ଉଠିବାକୁ ଇଛା କରି ନ ଥାଏ । ସକାଳୁ ସକାଳୁ ଉଭୟ ପିତାମାତା ଓ ପିଲାଙ୍କ ମନ ମଧ୍ୟ ନକରାତ୍ମକ ହୋଇଯାଏ । ପିଲାଙ୍କୁ ଏହିପରି ଉଠାଇବା ବଦଳରେ ତାଙ୍କ ପାଖେ ଯାଇ ୨-୩ ମିନିଟ ଟିକେ ଶୋଇ ପଡନ୍ତୁ ଓ ତାଙ୍କ ମୁଣ୍ଡ କିମ୍ବା ପିଠିକୁ ଟିକେ ଆଉଁସି ଦିଅନ୍ତୁ ।

ଏହାପରେ ତାଙ୍କୁ ପ୍ରେମରେ ଉଠିବାକୁ କୁହନ୍ତୁ, ଦେଖିବେ ପିଲାଟି କେତେ ଶୀଘ୍ର ବିଛଣା ଛାଡିଦେବ । ଯାହା ଆପଣ ଏତେ ସମୟ ଚିଲେଇ ପାଟି କରି ହେଉ ନ ଥିଲା ଏବେ ୩ ମିନିଟରେ ହୋଇଯିବ । ପିଲା ସହ ଇମୋସନାଲି କନେକ୍ଟ ହେବାର ଆଉ ଏକ ମୁଖ୍ୟ ସମୟ ହେଉଛି ଲଞ୍ଚ କିମ୍ବା ଡିନର କରିବାର ସମୟ । ଖାଇ ବସିଥିବା ବେଳେ ଆପଣ ସେୟାରିଙ୍ଗ କାର୍ଯ୍ୟ କରି ପାରିବେ । କେବଳ ଖାଇବା ସେୟାର କରି ଖାଇବେ ତାହା ନୁହେଁ ବରଂ ଆପଣ ଦିନ ସାରା କଣ କଲେ କେମତି ଦିନ କଟିଲା ଏଇ ସବୁ ପରସ୍ପର ସହ ସେୟାର କରନ୍ତୁ ।

ଦେଖିବେ ଧୀରେ ଧୀରେ ଆପଣଙ୍କ ପିଲା ମଧ୍ୟ ଆପଣଙ୍କୁ ସ୍କୁଲ କଥା, ସାଙ୍ଗସାଥି, ପରୀକ୍ଷା, ତାକୁ କଣ ଭଲ ଲାଗୁଛି କି ନାହିଁ ଆଦି କଥା ସବୁ ଆପଣଙ୍କ ସହ ସେୟାର କରିବାକୁ ଲାଗିବ । ଏହା ମଧ୍ୟରେ ଆପଣ ତା କଥା ଶୁଣିବା ମଧ୍ୟ ଖୁବ ଆବଶ୍ୟକ ରହିଛି । କୌଣସି କଥାରେ ତାଙ୍କୁ ରୋକନ୍ତୁ ନାହିଁ । ଏହାପରେ ହେଉଛି ଡ଼େୟାରିଙ୍ଗ ର ସମୟ । ଯାହା ପିଲା ଶୋଇବା ପୂର୍ବରୁ । ଅଳ୍ପ ସମୟ ପିଲା ପାଖେ ବସି ତାଙ୍କ ବୟସ ଅନୁସାରେ ଆପଣ ତାଙ୍କୁ କିଛି ସକାରାତ୍ମକ କାହାଣୀ ହେଉ ସତ୍ୟ ଘଟଣା ହେଉ ଶୁଣାନ୍ତୁ ।

ଏହାଦ୍ବାରା ଶୋଇବା ପୂର୍ବରୁ ପିଲା ମନରେ ସକାରାତ୍ମକତା ବୃଦ୍ଧି ପାଇବ ଏବଂ କିଛି ନୂଆ କରିବାର ଚିନ୍ତା ମଧ୍ୟ ତାଙ୍କ ମଧ୍ୟରେ ଆସିବ । ଏହାଦ୍ବାରା ଆପଣଙ୍କ ସହ ପିଲା ଇମୋସନାଲି କନେକ୍ଟ ହୋଇ ପାରିବ । ପିଲା ସହ ଆପଣଙ୍କୁ ଅଳ୍ପ ସମୟ ମିଳୁଥିଲେ ମଧ୍ୟ ଆପଣ ଏହୁପରି ଭାବେ ସମୟକୁ ଉପଯୋଗ କରି ପାରିବେ ଆଉ ଭଲ ପିତାମାତା ହୋଇପାରିବେ । ଏହିପରି ପୋଷ୍ଟ ଅପଡେଟ ପାଇବାକୁ ଚାହୁଁଥିଲେ ଆମ ପେଜ୍ କୁ ଲାଇକ କରନ୍ତୁ ।