କରୋନା ଭଲ ହେବା ପରେ ହେଉଥିବା ସମସ୍ୟାରୁ କେମିତି ବଞ୍ଚିବେ ? Dr Bimal Chhajer

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ବନ୍ଧୁଗଣ କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ଲୋକ ମାନଙ୍କ ଠାରେ ଅନେକ ପ୍ରକାର ଅସୁବିଧା ପରିଲକ୍ଷିତ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ସବୁ ଅସୁବିଧା ରୁ ଆମେ କିପରି ମୁକ୍ତି ପାଇବା । ବନ୍ଧୁଗଣ କରୋନା ରୁ ସୁସ୍ଥ ହୋଇଯିବା ପରେ ମଧ୍ୟ କିଛି ନା କିଛି ଅସୁବିଧା ଲାଗି ରହିଥାଏ । କରୋନା ରୁ ସୁସ୍ଥ ହେବା ପରେ ଅନେକ ଲୋକଙ୍କ ଠାରେ ଦୁର୍ବଳତା, ଥକି ପଡିବା ଓ ଶରୀର ରେ ଯନ୍ତ୍ରଣା ଭଳି ସମସ୍ୟା ଲାଗି ରହିଥାଏ । ଯେଉଁମାନେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ଓ ସୁସ୍ଥ ହୋଇଯାଇଛନ୍ତି ସମସ୍ତଙ୍କ ଠାରେ ଏହି ଭଳି ସମସ୍ୟା ଦେଖା ଦେଇଛି ।

ଏହା ବ୍ୟତୀତ ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଉଛି କାଶ, ଶୁଖିଲା କାଶ ଓ ଗଳା ରେ ଯନ୍ତ୍ରଣା । କରୋନା ରୁ ସୁସ୍ଥ ହେବାର ପ୍ରାୟ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଥାଏ । ତୃତୀୟ ଟି ହେଉଛି ଶ୍ଵାସକ୍ରିୟା କରିବା ରେ ଅସୁବିଧା ହେବା ଓ କିଛି କାର୍ଯ୍ୟ କରିବା ସମୟ ରେ ଥକି ପଡିବା । କରୋନା ରୁ ସୁସ୍ଥ ହେବାର ଅନେକ ଦିନ ପର୍ଯ୍ୟନ୍ତ ଶରୀର ରେ ଏହି ପରି ସମସ୍ୟା ଲାଗି ରହିଥାଏ ।

ଚତୁର୍ଥ ସମସ୍ୟା ଟି ହେଉଛି ଛାତି ରେ ଯନ୍ତ୍ରଣା ହେବା, ଶ୍ଵାସକ୍ରିୟା ତ ବେଗ ବଢିଯିବା, ଗୋଡ଼ ରେ ଯନ୍ତ୍ରଣା ହେବା । ଏହି ଭଳି ଲକ୍ଷଣ ଦେଖା ଦେଲେ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ସମ୍ପର୍କ କରନ୍ତୁ କାରଣ ଏହି ପରି ଲକ୍ଷଣ ଦେଖା ଦେଲେ ବୁଝି ନିଅନ୍ତୁ ଯେ ଏହା ଆପଣଙ୍କ ର ହୃଦୟ କୁ ସଂକ୍ରମିତ ହେଉଛି । ପଞ୍ଚମ ସମସ୍ୟା ଟି ହେଉଛି ମାନସିକ ଚିନ୍ତାରେ ବୁଡି ରହିବେ, ନିଦ ନ ହେବା, ଡର ଲାଗିବ ଓ କ୍ରୋଧ ଆସିବା ।

କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ଏହି ସବୁ ଲକ୍ଷଣ ଦେଖା ଯିବାର କାରଣ ହେଉଛି କରୋନା ଭୁତାଣୁ କେବଳ ଆମର ଫୁସଫୁସ କିମ୍ବା ମସ୍ତିଷ୍କ କୁ ସଂକ୍ରମଣ ହୋଇ ନ ଥାଏ ଏହା ସମ୍ପୂର୍ଣ୍ଣ ଶରୀର ରେ ସଂକ୍ରମଣ ହୋଇଥାଏ । ତେଣୁ କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ଶରୀର ର ବିଭିନ୍ନ ସ୍ଥାନ ରେ ଅସୁବିଧା ପରିଲକ୍ଷିତ ହୋଇଥାଏ । ଯଦି ଆପଣ କରୋନା ରୁ ସୁସ୍ଥ ହେବା ପରେ ଆପଣଙ୍କ ଠାରେ ଏହି ପରି କିଛି ଲକ୍ଷଣ ଦେଖା ଯାଉଛି ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଓ ନିଜର ଚିକିତ୍ସା କରାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।