ପାରାଲିସିସ (paralysis) କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ? Dr. Soumya darshan Nayak

ସାଧାରଣତଃ ମସ୍ତିଷ୍କର କୋଷ ଗୁଡିକୁ ଯଦି ରକ୍ତ ସଞ୍ଚାଳନ କମିଯାଏ କିମ୍ବା ମସ୍ତିଷ୍କରେ କୌଣସି ଧମନୀ ଫାଟିଯାଏ, ତାହା ବ୍ରେ-ନ-ଷ୍ଟ୍ରୋ-କ ବା ପ-କ୍ଷା-ଘା-ତ ବା ପାରାଲିସିସର କାରଣ ହୋଇଥାଏ । ଏହି ରୋଗ ସମଗ୍ର ପୃଥିବୀରେ ମୃ-ତ୍ୟୁର ପଞ୍ଚମ ବୃହତ କାରଣ । ଏହାଛଡା ଭାରତବର୍ଷରେ ୧.୮ ନିୟୁତ ଲୋକ ପାରାଲିସିସର ଶିକାର ହୋଇଥାନ୍ତି ଓ ଏଥିମଧ୍ୟରୁ ୫୦-୬୦% ଲୋକ ମୃ-ତ୍ୟୁର ମଧ୍ୟ ଶି-କା-ର ହୋଇଥାନ୍ତି । ତେଣୁ ଡା: ସୌମ୍ଯଦର୍ଶନ ନାୟକଙ୍କ ମତରେ ପାରାଲିସିସର ଲକ୍ଷଣ, ଚିକିତ୍ସା ଓ ପ୍ରତିକାର ବିଷୟରେ ଆମେ ଜାଣି ରଖିବା ଉଚିତ ।

ପାରାଲିସିସ ହେବାର ଅନେକ କାରଣ ରହିଛି । ଯଥା:- ଡାଇବେଟିସ, ଉଚ୍ଚ ରକ୍ତଚାପ, ମେଦ ବହୁଳତା, କୋଲେଷ୍ଟ୍ରୋଲ, ଷ୍ଟ୍ରେ-ସ୍, ଅନିୟମିତ ଜୀବନଶୈଳୀ, ବହୁଳ ମାତ୍ରାରେ ନି-ଶା ସେ-ବନ ଆଦି କାରଣ ରହିଥାଏ । ଏହାଛଡା ବଯସ୍କ ଲୋକଙ୍କୁ ମଧ୍ୟ ବ୍ରେନ ଷ୍ଟ୍ରୋ-କ ବା ପାରାଲିସିସ ହେବାର ଅଧିକ ସମ୍ଭାବନା ରହିଥାଏ । ଗୋଟିଏ ପ୍ରକାର ପାରାଲିସିସରେ ବ୍ୟକ୍ତିଙ୍କ ମସ୍ତିଷ୍କର ରକ୍ତ ଧମନୀ ବ୍ଲକ ହୋଇଯିବା ହେତୁ ରକ୍ତ ସଞ୍ଚାଳନ କମିଯିବା ଫଳରେ ମସ୍ତିଷ୍କ କୋଷ ଗୁଡିକ ନଷ୍ଟ ହୋଇଯାଏ ।

ପ୍ରାୟ ୮୦ ରୁ ୯୦ ପ୍ରତିଶତ ଲୋକଙ୍କୁ ଏହିଭଳି ପାରାଲିସିସ ହୋଇଥାଏ । ଅନ୍ୟ ଏକ ପ୍ରକାର ପାରାଲିସିସରେ ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତଶିରା ଗୁଡିକ ଫା-ଟି-ଯା-ଇ ସେହି ସ୍ଥାନର କାର୍ଯ୍ୟକ୍ଷମତା ବନ୍ଦ ହୋଇଯାଏ ଓ ପାରାଲିସିସ ହୋଇଥାଏ । ଏହି ପ୍ରକାର ମାତ୍ର ୧୦ ରୁ ୨୦ ଭାଗ ଲୋକଙ୍କର ହୋଇଥାଏ ।

ହଠାତ ମୁଣ୍ଡ ବୁଲାଇବା, ହଠାତ ଅସ୍ପଷ୍ଟ ଦେଖାଯିବା କିମ୍ବା କଥା କହିବାରେ ଅସ୍ପଷ୍ଟତା ଦେଖାଯିବା, ଶରୀରର କୌଣସି ପାର୍ଶ୍ବର ହାତଗୋଡ ପରିଚାଳନା କମିଯିବା କିମ୍ବା ଚାଲିବାରେ ଅସୁବିଧା ହୁଏ, ମୁହଁ ବଙ୍କା ହୋଇଯିବା ଓ ଏହାଛଡା ଯଦି ଲୋକଟି ବାରମ୍ବାର ଚେତାଶୂନ୍ୟ ହୁଏ, ତେବେ ଏହା ସବୁ ପାରାଲିସିସର ମୁଖ୍ୟ ଲକ୍ଷଣ ହୋଇଥାଇ ପାରେ । ଅନେକ ଲୋକଙ୍କ ଠାରେ ବାତ ମା-ରି-ବା ରୋଗ ମଧ୍ୟ ଦେଖା ଦେଇଥାଏ । ତେବେ ଏହି ସବ ଲକ୍ଷଣ ଥିଲେ ଆପଣ ରୋଗୀଙ୍କୁ ‘ଗୋଲ୍ଡେନ ଆୱାର’ ବା ୪ ଘଣ୍ଟା ମଧ୍ୟରେ ହସ୍ପିଟାଲ ନେଇଯିବା ଉଚିତ ।

ନଚେତ ଅଧିକ ସମୟ ବିତିଲେ ସାଧାରଣ ଅବସ୍ଥାକୁ ଫେରିବା ରୋଗୀଙ୍କ ପାଇଁ କଷ୍ଟ ହୋଇଥାଏ । ସଠିକ ସମୟରେ ରୋଗୀ ହସ୍ପିଟାଲରେ ପହଞ୍ଚିବା ଦ୍ଵାରା ତାଙ୍କୁ ଚିକିତ୍ସା ମାଧ୍ୟମରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପୂର୍ବାବସ୍ଥାକୁ ଫେରାଇ ଅଣାଯାଇ ପାରିବ । ଡାକ୍ତର ରୋଗୀଙ୍କ ବ୍ଲଡ଼ ଟେଷ୍ଟ, ସୁଗାର, MRI, ଅଲ୍ଟ୍ରାସାଉଣ୍ଡ ଆଦି ସବୁ ପ୍ରକାର ଟେଷ୍ଟ କରିବା ପରେ ଆବଶ୍ଯକୀୟ ଚିକିତ୍ସା ଏବଂ ଔଷଧ ଦେଇ ରୋଗୀଙ୍କୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ ।

ଯେଉଁମାନଙ୍କ ପାରାଲିସିସ କମ୍ ରୁ ମଧ୍ୟମ ଧରଣର ଥାଏ ସେମାନଙ୍କୁ ଉଚିତ ଚିକିତ୍ସା ଏବଂ ଫିଜିଓଥେରାପି ସାହାଯ୍ୟରେ ପୂର୍ବାବସ୍ଥାକୁ ଫେରାଇ ଆଣିବା ସମ୍ଭବ ହୋଇଥାଏ । ଏହା ଷ୍ଟ୍ରୋ-କ-ର ଆକାର, ବୟସ ଓ ମଲ୍ଟିପଲ ରିସ୍କ ଫ୍ୟାକ୍ଟର ଆଦି ଦେଖି ଡାକ୍ତର ନିର୍ଣ୍ଣୟ କରନ୍ତି । ରୋଗୀଙ୍କୁ ବିଭିନ୍ନ ପ୍ରକାର ନ୍ୟୁରୋ ପ୍ରୋଟେକ୍ଟର ଡାକ୍ତ ଦିଅନ୍ତି । ଡାଇବେଟିସ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ ନି-ୟ-ନ୍ତ୍ର-ଣ-ରେ ରଖିବା ପାଇଁ ଓ ପୌଷ୍ଟିକ ଆହାର ସେବନ କରିବା ପାଇଁ ଉପଦେଶ ଦିଅନ୍ତି ।

ଫିଜିଓଥେରାପି ସହ ରୋଗୀଙ୍କ ମନୋବଳ ବଢାଇବା ପାଇଁ ସାଇକୋଲୋଜିଷ୍ଟଙ୍କ ସାହାଯ୍ୟ ମଧ୍ୟ ନେବା ଉଚିତ । ତେବେ ରୋଗ ହେବା ପୂର୍ବରୁ ଆପଣ ଯଦି ସେଥିପ୍ରତି ଧ୍ୟାନ ଦେବେ ତାହା ଆପଣଙ୍କ ପାଇଁ ଖୁବ ଉତ୍ତମ ସାବ୍ୟସ୍ତ ହେବ । ଏଥିପାଇଁ ଆପଣ ଯଥାସମ୍ଭବ ସୁସ୍ଥ ଜୀବନଶୈଳୀ କାଟିବାକୁ ଚେଷ୍ଟା କରନ୍ତୁ ।

ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ, ନିଶା ସେବନରୁ ଦୂରେଇ ରୁହନ୍ତୁ, ନିୟମିତ ବ୍ୟାୟାମ କରିବା ସହ ଉଚିତ ସମୟରେ ନିଦ୍ରା ଯାଆନ୍ତୁ । ଆଉ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।