ଏହି ୫ଟି ଚମତ୍କାରୀ ମନ୍ତ୍ର କରିବ ଶନି ଦେବତାଙ୍କ ପ୍ରକୋପକୁ ଦୂର, ଶନିଦୋଷରେ ପୀଡିତଙ୍କ ପାଇଁ ଅଟେ ରାମବାଣ

ଶନି ଦୋଷରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଶନି ଦୋଷ ଥିଲେ ଜୀବନର ସବୁ କାର୍ଯ୍ୟ ଅସଫଳ ହୋଇଥାଏ ଓ ଶରୀର ମଧ୍ୟ ଅସୁସ୍ଥ ରୁହେ । ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଶନିବାର ଦିନ ଶନି ଦେବତାଙ୍କ ପୂଜା କରିବା । ଶନିଦେବଙ୍କୁ ତେଲ ଅର୍ପଣ କରିବା ଓ କଳା ଜିନିଷର ଦାନ କରିବା ଉଚିତ । ଏହା ସହିତ ତଳେ ଦିଆଯାଇଥିବା ମନ୍ତ୍ର ଗୁଡିକୁ ପଢିଲେ ଶନିଙ୍କ ପ୍ରକୋପକୁ ଦୂର କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ ।

Image courtesy: Google

ଶନି ଦେବତାଙ୍କ ପ୍ରକୋପକୁ ଦୂର କରିବା ପାଇଁ ପଢନ୍ତୁ ଏହି ପାଞ୍ଚଟି ମନ୍ତ୍ର

ପ୍ରଥମ ମନ୍ତ୍ର

ଓଁ ଶନ୍ନୋଦେୱୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶନ୍ନୋରଭିସ୍ତ୍ରୱନ୍ତୁ ନ:।

ଦୁତୀୟ ମନ୍ତ୍ର

ଶନିଙ୍କ ତଂତ୍ରୋକ୍ତ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସ: ଶନୈଶ୍ଚରାଯ ନମ:

ତୃତୀୟ ମନ୍ତ୍ର

କୋଣସ୍ଥ ପିଂଗଲୋ ବଭ୍ରୁ: କୃଷ୍ଣୋ ରୌଦ୍ରୋନ୍ତକୋ ୟମ:।
ସୌରି: ଶନୈଶ୍ଚରୋ ମଂଦ: ପିପ୍ପଲାଦେନ ସଂସ୍ତୁତ:।।

ଚତୁର୍ଥ ମନ୍ତ୍ର

ଶନିଙ୍କ ଗାୟତ୍ରୀ ମନ୍ତ୍ର- ଓଁ ଭଗଭବାୟ ବିଦ୍ମହେ ମୃତ୍ଯୁରୁପାୟ ଧୀମହି ତନ୍ନୋ ଶନିଃ ପ୍ରଚୋଦୟାତ।

ପଞ୍ଚମ ମନ୍ତ୍ର

ମନ୍ତ୍ର- ଓଁ ଐଂ ହ୍ଲୀଂ ଶ୍ରୀଶନୈଶ୍ଚରାୟ ନମ:।

ଉପରେ ଲେଖା ହୋଇଥିବା ମନ୍ତ୍ରର ଜପ ଆପଣ ୨୩,୦୦୦ ଥର କରନ୍ତୁ । ମନ୍ତ୍ରର ଜପ ଯଦି ଆପଣ କରିପାରୁ ନାହାନ୍ତି, ତେବେ ଅନ୍ୟ କାହାକୁ ଜପ କରିବା ପାଇଁ ଦିଅନ୍ତୁ । ଏହି ମନ୍ତ୍ର ବହୁତ ଚମତ୍କାର ଅଟେ । ଏହି ମନ୍ତ୍ରର ଜପ କଲେ ଶନି ପ୍ରକୋପ କମିଯାଇଥାଏ । ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ଶନି ଗ୍ରହ ଭାରି ଅଛି ସେମାନେ ମଧ୍ୟ ଏହି ମନ୍ତ୍ରର ଜପ କରିପାରିବେ ।

ମନ୍ତ୍ର ଜପ କରୁଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା

Image courtesy: Google

୧. ଏହି ମନ୍ତ୍ର ଜପ କରିବା ପୂର୍ବରୁ ଆପଣ ଏହାର ଉଚ୍ଚାରଣ ଠିକ ଭାବରେ ଶିଖିଯାନ୍ତୁ । କାରଣ ଏହି ମନ୍ତ୍ରର ଭୁଲ ଉଚ୍ଚାରଣ କଲେ ଏହା ସହ ଜଡିତ ଫଳ ମିଳିବ ନାହିଁ । ଯଦି ଆପଣ ଏହି ମନ୍ତ୍ରର ଜପ କରିପାରୁ ନାହାନ୍ତି, ତେବେ ଆପଣ କୌଣସି ପଣ୍ଡିତକୁ ଏହି ମନ୍ତ୍ରର ଜପ କରିବା ପାଇଁ ଦେଇପାରନ୍ତି ।

Image courtesy: Google

୨. ଏହି ମନ୍ତ୍ରର ଜପ ଆପଣ ଶନିବାର ଠାରୁ ଆରମ୍ଭ କରନ୍ତୁ । ଯେଉଁଦିନ ଆପଣଙ୍କର ଏହି ମନ୍ତ୍ର ଶେଷ ହେବ ସେହି ଦିନ ଆପଣ ଶନି ମନ୍ଦିର ଯାଇ ଶନି ଦେବତାଙ୍କୁ ତେଲ ଅର୍ପଣ କରନ୍ତୁ ଓ ଯଦି ମନ୍ତ୍ର ପଢିବା ସମୟରେ ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଥାଏ ତେବେ, ଏଥିପାଇଁ ଶନି ଦେବତାଙ୍କୁ କ୍ଷମା ପାର୍ଥନା କରନ୍ତୁ ।

୩. ଏହି ମନ୍ତ୍ରର ଜପ ଶନି ଜୟନ୍ତିରେ କରିଲେ ବିଶେଷ ଲାଭ ମିଳିଥାଏ । ସେଥିପାଇଁ ଆପଣ ଏହି ମନ୍ତ୍ରର ଜପ ଶନି ଜୟନ୍ତି ଦିନ କରିପାରନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।