୫ ପୁରୁଷଙ୍କର ଗୋଟିଏ ପତ୍ନୀ ଥିଲେ ଦ୍ରୌପଦୀ ତଥାପି ଭାଇମାନଙ୍କ ମଧ୍ୟରେ କେବେ ବି ହୋଇନଥିଲା ଲଢେଇ, ସ୍ଵାମୀମାନଙ୍କୁ ଏହିଭଳି ଭାବରେ ରଖୁଥିଲେ ଖୁସିରେ

ମହାଭାରତ ଯୁଧ୍ୟ ଧର୍ମ ପାଇଁ ଲଢା ଯାଇଥିବା ବହୁତ ବଡ ଯୁଧ୍ୟ ଅଟେ । ଏହାର ସମସ୍ତ ପାତ୍ର ବହୁତ ହିଁ ମନୋରଂଜକ ଏବଂ ସମସ୍ତେ କିଛି ନା କିଛି ଶିକ୍ଷା ଦେଇଛନ୍ତି । ଏହି ସବୁ ପାତ୍ର ମଧ୍ୟରେ ସବୁଠୁ ପ୍ରମୁଖ ପାତ୍ର ଥିଲେ ଦ୍ରୌପଦୀ । ଯାହାଙ୍କୁ ମହାଭାରତର ମୁଖ୍ୟ କାରଣ ବୋଲି କୁହାଯାଇଥାଏ । ଏବଂ ସେ ଭାରତ ସମାଜର ଗୋଟିଏ ମାତ୍ର ମହିଳା ଅଟନ୍ତି ଯାହାଙ୍କର ପାଞ୍ଚୋଟି ସ୍ଵାମୀ ଥିଲେ ।

ଦ୍ରୌପଦୀଙ୍କର ସ୍ୱଂୟବର ତ ଅର୍ଜୁନ ଜିତିଥିଲେ, କିନ୍ତୁ କୁନ୍ତୀଙ୍କର ଭୁଲ ବାକ୍ୟ କାରଣରୁ ଦ୍ରୌପଦୀଙ୍କୁ ପାଞ୍ଚ ଭାଇଙ୍କୁ ବିବାହ କରିବାକୁ ପଡିଥିଲା । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ୫ ଭାଇ ମଧ୍ୟରେ କେବେ ବି ଦ୍ରୌପଦୀଙ୍କୁ ନେଇ ବିବାଦ ହୋଇ ନାହିଁ ।

ପାଞ୍ଚ ଜଣ ଭାଇଙ୍କ ପାଇଁ ଥିଲା ଏହି ନିୟମ

ନାରଦ ଦ୍ରୌପଦୀଙ୍କର ୫ ଭାଇଙ୍କ ସହିତ ରହିବା ପାଇଁ କିଛି ନିୟମ ପ୍ରସ୍ତୁତ କରିଥିଲେ । ଯାହାକୁ ସମସ୍ତେ ପାଳନ କରୁଥିଲେ । ଏହା ଅନୁସାରେ ଯେତେବେଳେ ଦ୍ରୌପଦୀ ଗୋଟିଏ ଭାଇ ସହିତ ଏକାନ୍ତରେ ରହିବେ ତେବେ ଅନ୍ୟ କେହି ଭାଇ ତାଙ୍କ ସହିତ ଯିବେ ନାହିଁ । ଯଦି କେହି ବି ଏହି ନିୟମକୁ ଭାଙ୍ଗିବେ ତେବେ ତାଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ରହି ବ୍ରହ୍ମଚାରୀର ଜୀବନ ବ୍ୟତିତ କରିବାକୁ ପଡିବ ।

ଏହି ନିୟମକୁ ସଠିକ ରୂପରେ ପାଳନ କରିବାରେ ଦ୍ରୌପଦୀଙ୍କର ନିଜର ଏକ ଯୋଜନା ଥିଲା । ଥରେ କୃଷ୍ଣଙ୍କର ପତ୍ନୀ ସତ୍ୟଭାମା ତାଙ୍କୁ ପଚାରିଥିଲେ କି ସେ ସମସ୍ତଙ୍କ ସହିତ ଏହିଭଳି ମଧୁରତା କେମତି କରି ରଖିଛନ୍ତି ।

ଚରିତ୍ରର ଭଲ

ଦ୍ରୌପଦୀ କହିଲେ କି ଯେଉଁ ମହିଳାଙ୍କର ଚରିତ୍ର ଭଲ ନ ହୋଇଥାଏ ସେହି ମହିଳାଙ୍କର ସଂଗତି ଠାରୁ ବଞ୍ଚିକରୀ ରହିବା ଉଚିତ । ଯଦି ଆପଣ ଏହିଭଳି ସ୍ତ୍ରୀଙ୍କର ସଙ୍ଗତିରେ ଆସୁଛନ୍ତି ତେବେ ଆପଣଙ୍କର ଚରିତ୍ର ବି ଖରାପ ହୋଇଯିବ । ଦ୍ରୌପଦୀ ସବୁବେଳେ ମାନିଛନ୍ତି କି ଖରାପ ନିୟତ ଥିବା ମହିଳା, ଅନ୍ୟର ଖରାପ ଚାହୁଁଥିବା ମହିଳା ଏବଂ ଖରାପ ଚରିତ୍ର ଥିବା ମହିଳାମାନଙ୍କ ଠାରୁ ନିଜକୁ ଦୂରରେ ରଖିବା ଉଚିତ ।

ଦେଖା ଦେଖି କରିବ ନାହିଁ

ଝିଅମାନଙ୍କୁ ଅନ୍ୟ ଘରର କବାଟରେ ଏବଂ ଝରକାରେ ଦେଖା ଦେଖି କରିବା ଉଚିତ ନୁହେଁ । ଏହିଭଳି ବ୍ୟବହାର କୌଣସି ବି ସ୍ତ୍ରୀ ପାଇଁ ଠିକ ନୁହେଁ । ଏହା କରି ନିଜର ଜୀବନକୁ ଖରାପ କରିଥାନ୍ତି । ଯେଉଁମାନେ ଏହି କଥାର ଧ୍ୟାନ ରଖନ୍ତି ସେମାନଙ୍କର ଦାମ୍ପତ୍ୟ ଜୀବନରେ କୌଣସି ବି ସମସ୍ୟା ଆସି ନ ଥାଏ ।

ସ୍ଵାମୀଙ୍କ ସହିତ ରଖନ୍ତୁ ପ୍ରେମ

ପ୍ରାୟତଃ ସ୍ତ୍ରୀମାନେ ଏହି ଚାଲାକିରେ ରହିଥାନ୍ତି କି କେମିତି ସେମାନେ ନିଜର ସ୍ଵାମୀଙ୍କୁ ହାତରେ କରିବେ, ଯଦି ଆପଣ ଏହା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାଙ୍କ ସହିତ ଖୋଲିକରି ପ୍ରେମ କରିବା ଉଚିତ । ତାଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରନ୍ତୁ । ଏହିସବୁ କରିବା ଦ୍ଵାରା ସ୍ଵାମୀ ଆପଣଙ୍କ ହାତରେ ରହିବେ । ଯେଉଁ ସ୍ତ୍ରୀମାନେ ସବୁବେଳେ ଝଗଡା କରନ୍ତି ତାଙ୍କ ସ୍ଵାମୀ ସବୁବେଳେ ରାଗି ଥାନ୍ତି ଏବଂ ତାଙ୍କର ଗୃହସ୍ତି ଉପରେ ଖରାପ ପ୍ରଭାବ ପଡିଥାଏ ।