ପାକିସ୍ତାନରେ ବର୍ତ୍ତମାନ ବି ସବୁଆଡେ ଅଭିନନ୍ଦନଙ୍କ ଚର୍ଚ୍ଚା, ଚା ଦୋକନାରେ ଲାଗିଛି ତାଙ୍କର ପୋଷ୍ଟର – କଣ ଲେଖା ହେଇଛି ସେଥିରେ ଦେଖନ୍ତୁ

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଏହି ସମୟରେ ପାକିସ୍ତାନର ହିରୋ ହୋଇ ଯାଇଛନ୍ତି ଏବଂ ପାକିସ୍ତାନରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଭିନନ୍ଦନଙ୍କର ଚର୍ଚା ଚାଲିଛି । ଅଭିନନ୍ଦନଙ୍କ ପ୍ରତି ଭଲ ପାଇବା ପାକିସ୍ତାନରେ ଏହିଭଳି ଦେଖାଯାଉଛି କି ଏହି ଦେଶର ଗୋଟିଏ ଚାବାଲା ନିଜର ଦୋକାନରେ ତାଙ୍କର ଫଟୋ ଲଗାଇ ଛନ୍ତି । ଏହି ଦୋକାନୀ ନିଜର ଚାର ପ୍ରଚାର ଅଭିନନ୍ଦନ ଜରିଆରେ କରୁଛି ।

ବର୍ତ୍ତମାନ ହିଁ ଅଭିନନ୍ଦନଙ୍କ ସହ ଜଡିତ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଏକ ଚା ବାଲା ନିଜର ଷ୍ଟଲରେ ଅଭିନନ୍ଦନଙ୍କର ପୋଷ୍ଟର ଲାଗାଇ ରଖିଛି ଏବଂ ଏହି ପୋଷ୍ଟରରେ ଲେଖିଛନ୍ତି କି ‘ଏମିତି ଚା ଯାହା ଶତ୍ରୁକୁ ବି ବନ୍ଧୁ କରିଦେବ’ ।

ଟ୍ୱୀଟ କରାଯାଇଛି ଏହି ଫଟୋକୁ

ପାକିସ୍ତାନର ଏକ ଚା ଦୋକାନରେ ଲାଗିଥିବା ଅଭିନନ୍ଦନଙ୍କର ଫଟୋକୁ ଉମର ଫରୂକ ନାମକ ଏକ ବ୍ୟକ୍ତି ନିଜ ଟ୍ୱୀଟର ଜରିଆରେ ଶେୟାର କରିଛନ୍ତି । କିନ୍ତୁ ଏହି ଫଟୋ ପାକିସ୍ତାନର କେଉଁ ପ୍ରାନ୍ତର ଏହା କୁହାଯାଇ ନାହିଁ । ଏହି ପୋଷ୍ଟରରେ ଅଭିନନ୍ଦନଙ୍କର ଚା ପିଉଥିବା ଏକ ଫଟୋ ଅଛି ଏବଂ ଉର୍ଦୂ ଭାଷାରେ ଲେଖା ହୋଇଛି କି ‘ଏମିତି ଚା ଯାହା ଶତ୍ରୁକୁ ବି ବନ୍ଧୁ କରିଦେବ’ । ଏହା ସହିତ ଏହି ଫଟୋ ତଳେ ଫୋନ ନମ୍ବର ବି ଲେଖା ହୋଇଛି ।

ଫଟୋଶପ ହୋଇପାରେ ଏହି ଫଟୋ

ଟ୍ୱୀଟ କରାଯାଇଥିବା ଏହି ଫଟୋର ସତ୍ୟତା ବିଷୟରେ ବର୍ତ୍ତମାନ କିଛି ବି କହିହେବ ନାହିଁ କାରଣ ଏହି ଫଟୋକୁ ଫଟୋଶପ ବି କରା ଯାଇପାରିଥାଏ । ବର୍ତ୍ତମାନ ହିଁ ସୋସିୟାଲ ମିଡିୟାରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନନ୍ଦନ କହୁଛନ୍ତି କି ଭଲ ଚା, ଧନ୍ୟବାଦ । କିନ୍ତୁ ଏହି ଭିଡିଓ ନକଲି ଥିଲା ।

କେମିତି ହେଲା ଅଭିନନ୍ଦନ ଏତେ ଫେମସ

ଅଭିନନ୍ଦନ ପାକିସ୍ତାନ ସେନା ଦ୍ଵାରା ବନ୍ଦୀ ହେବାର କିଛି ସମୟ ପରେ ଅଭିନନ୍ଦନଙ୍କର ଏକ ଭିଡିଓ ପାକିସ୍ତାନ ସେନା ଜାରି କରିଥିଲେ । ଯେଉଁଥିରେ ସେ ଚା ପିଉଥିବାର ନଜର ଆସିଥିଲେ । ଏବଂ ନିଜେ ସୁସ୍ଥ ଅଛନ୍ତି ବୋଲି ଲୋକମାନଙ୍କୁ ସୂଚନା ଦେଉଥିଲେ । ଏହି ଭିଡିଓ ଜରିଆରେ ଅଭିନନ୍ଦନ ବହୁତ ଫେମସ ହୋଇଥିଲେ । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଶେୟର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।