ଭାରତ ପାକିସ୍ତାନର ଚୌକିକୁ କଲା ଧ୍ଵଂସ, ପାକ ସେନା ଓଲଟା ପତକା ଉଡାଇ ଦେଲା ବିପଦପୂର୍ଣ୍ଣ ସଂକେତ, ଏବେ ହେବାକୁ ଯାଉଛି…

ପାକିସ୍ତାନ ତରଫରୁ ଲଗାତାର ଜମ୍ମୁ – କାଶ୍ମୀରର ସୀମା ନିକଟବର୍ତ୍ତୀ ପୁଂଛ ଏବଂ ନୌଶେରା ଅଞ୍ଚଳରେ ସୀଜ ଫାୟର କରାଯାଉଛି । ଶନିବାର ଦିନ ହୋଇଥିବା ଏକ ସୀଜ ଫାୟରରେ ଆମର ଏକ ଯବାନ ସହିଦ ହୋଇଛନ୍ତି । ଯାହାଙ୍କର ନାମ ହରି ବାକର ବୋଲି କୁହାଯାଉଛି, ଯିଏକି ରାଜସ୍ଥାନର ନିବାସୀ ଅଟନ୍ତି । ସୂଚନା ଅନୁସାରେ ଶନିବାର ଦିନ ରାତି ସାରା ଏବଂ ରବିବାର ଦିନ ବି ପାକିସ୍ତାନ ତରଫରୁ ସୀଜ ଫାୟରର ଉଲ୍ଲଂଘନ କରି ଭାରତର ବଙ୍କର ଉପରେ ଗୋଲାବାରି କରା ଯାଇଥିଲା ।

ଭାରତ ବି ଦେଲା କଡା ଜବାବ

ବାରମ୍ବାର ସୀଜ ଫାୟର ହେବାରୁ ଭାରତର ସେନା ବି ଏହାର କଡା ଜବାବ ଦେଇ ପାକିସ୍ତାନର ଏକ ଚୌକୀକୁ ନଷ୍ଟ କରିଦେଇଛନ୍ତି । ସେନା ଏହି କାର୍ଯ୍ୟକାରୀର ଏକ ଭିଡିଓ ବି ଜାରି କରିଛନ୍ତି । ଯେଉଁଥିରେ ପାକିସ୍ତାନର ଚୌକୀ ନଷ୍ଟ ହେବାର ନଜର ଆସୁଛି । ଏହା ସହିତ ଏହି ଭିଡିଓରେ ପାକିସ୍ତାନ ସେନା ଓଲଟା ପତକା ଉଡାଇ ଏକ ଭୟାନକ ସନ୍ଦେଶ ବି ଦେଉଛି ।

ଜମ୍ମୁ – କାଶ୍ମୀରରେ ଖରାପ ହେଉଛି ଅବସ୍ଥା

ବର୍ତ୍ତମାନ ହିଁ ପାକିସ୍ତାନ ତରଫରୁ କେତେ ଥର ସଂଘର୍ଷ ବିରାମର ଉଲ୍ଲଂଘନ କରା ଯାଇସାରିଛି । ସେନାଙ୍କ ଅନୁସାରେ ଜମ୍ମୁ – କାଶ୍ମୀରର ରାଜୌରୀର ନିୟନ୍ତ୍ରଣ ରେଖା ଉପରେ ହୋଲି ଦିନ ବି ପାକିସ୍ତାନ ଭାରତର ଚୌକୀ ଗୁଡିକ ଉପରେ ଗୋଲାବାରି କରିଥିଲା । ଯେଉଁଥିରେ ଭାରତର ଯବାନ ୟଶପାଲ ସହିଦ ହୋଇଛନ୍ତି । ଏହା ସହିତ ସେହି ଦିନରେ ବି ଜମ୍ମୁ – କାଶ୍ମୀର ସୋପୋରରେ ପୋଲିସଙ୍କ ଉପରେ ଗ୍ରେନେଡ ଦ୍ଵାରା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ତିନିଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି ।

ପ୍ରସ୍ତୁତ କରାଯାଉଛି ୪୦୦ ବଙ୍କର

କୁହାଯାଉଛି କି ପାକିସ୍ତାନ ତରଫରୁ ହେଉଥିବା ଏହି ଗୋଲାବାରି କାରଣରୁ ବର୍ତ୍ତମାନ ଭାରତୀୟ ସେନା ତରଫରୁ ପୁଂଛ ଔର ରାଜୌରୀରେ ୪୦୦ ଟି ବଙ୍କର ପ୍ରସ୍ତୁତ କରାଯାଉଛି । ଗୋଟିଏ ମାସ ମଧ୍ୟରେ ଏହି ବଙ୍କର ପ୍ରସ୍ତୁତ ହୋଇଯିବ ।

କହିଦେଉଛୁ ଯେ ପ୍ରାୟତଃ ପାକିସ୍ତାନ ତରଫରୁ ସଂଘର୍ଷ ବିରାମର ଉଲ୍ଲଂଘନ କରାଯାଉଛି ଏବଂ ସବୁଠୁ ଅଧିକ ଟାର୍ଗେଟ ପୁଂଛ ଓ ରାଜୌରୀରେ ପ୍ରସ୍ତୁତ ଚୌକି ଗୁଡିକ ଉପରେ କାରାଯାଉଛି । ଏମିତି ବି କୁହଯାଉଛି କି ପାକିସ୍ତାନ ଏହିଭଳି କରି ଭାରତୀୟ ସେନାଙ୍କର ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛି । ଯାହାଦ୍ଵାରା ପାକିସ୍ତାନ ସୀମାରୁ ସହଜରେ ଆତଙ୍କବାଦୀମାନେ ଆମ ସୀମା ମଧ୍ୟରେ ଭିତରେ ପ୍ରବେଶ କରି ପାରିବେ ।

ବର୍ଷ ୨୦୧୮ରେ ପାକିସ୍ତାନ ପାଖାପାଖି ୨୯୫୦ ଥର ସୀଜ ଫାୟରର ଉଲ୍ଲଂଘନ କରିଛି ଯେଉଁଥିରେ ଆମର କେତେକ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପଟେ ଭାରତ ତରଫରୁ ବି ଏହି ସୀଜ ଫାୟର କଡା ଜବାବ ଦିଆ ଯାଉଛି । ଏହି ଘଟଣା କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।