ପାକିସ୍ତାନର ଏହି କ୍ରିକେଟର ଉପରେ ଯୁବତୀ ଜଣକ ଲଗାଇଲେ ବ୍ଲାକମେଲର ଆରୋପ, ଶେୟାର କରିଲେ ସ୍କ୍ରୀନଶଟ

ପାକିସ୍ତାନୀ କ୍ରିକେଟର ଶାଦାବ ଖାନଙ୍କ ଉପରେ ଦୁବାଇର ଏକ ଝିଅ ଅଶରୀନା ସଫିୟା ବ୍ଲାକମେଲର ଆରୋପ ଲଗାଇଛନ୍ତି । ସେ କହିଛନ୍ତି କି ଶାଦାବ ଖାନ ତାଙ୍କର ନ୍ୟୁଡ ଫଟୋ ଲିକ କରି ଦେବା ପାଇଁ ଧମକ ଦେଇଛନ୍ତି । ଏହା ସହିତ ହିଁ ସେ ଶାଦାବଙ୍କ ସହିତ କରାଯାଇଥିବା କିଛି ଚ୍ୟାଟ ଓ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ସୋସିଆଲ ମିଡିଆ ଉପରେ ଜାହିର କରିଲେ ନିଜର ବ୍ୟଥା

 

ଅଶରୀନା ନିଜର ଇଂସ୍ଟାଗ୍ରାମରେ ଶାଦାବଙ୍କ ସହିତ ଥିବା ନିଜର କିଛି ଫଟୋ, ଏକ ଭିଡିଓ ଓ ଏକ ଲମ୍ବା କ୍ୟାପସନ ଶେୟାର କରିଛନ୍ତି । ସେ ଏହି କ୍ୟାପସନରେ କହିଛନ୍ତି କି ଶାଦାବ ଖାନ ସହ ତାଙ୍କର କୌଣସି ପ୍ରକାରରରେ ସାକ୍ଷାତ ହୋଇଥିଲା ଓ ଯେତେବେଳେ ଶାଦାବଙ୍କ ସହ ସେ ନିଜର ରିଲେଶନଶିପକୁ ସାର୍ବଜନିକ ରୂପରେ ସ୍ୱୀକାର କରିବା ପାଇଁ କହିଲେ ତେବେ ସେ ତାଙ୍କୁ ଧମକ ଦେଲେ କି ଯଦି ସେ ଏହି ସମ୍ପର୍କକୁ ସାର୍ବଜନିକ କରିବେ ତେବେ ସେ ଅଶରୀନାଙ୍କର ନ୍ୟୁଡ ଫଟୋ ଓ ଭିଡିଓକୁ ଭାଇରାଲ କରି ଦେବେ ।

କହିଲେ କେତେକ ଦେଶକୁ ଶାଦାବଙ୍କ ସହିତ ଯାଇଛନ୍ତି

ଅଶରୀନା ନିଜର ଇଂସ୍ଟାଗ୍ରାମରେ ଲେଖିଲେ କି ତାଙ୍କର ଓ ପାକିସ୍ତାନୀ କ୍ରିକେଟର ଶାଦାବଙ୍କୁ ନେଇ ବହୁତ ଚର୍ଚା ହେଉଛି । ଏହା ତାଙ୍କୁ ଓ ତାଙ୍କର ପରିବାରକୁ ପ୍ରଭାବିତ କରୁଛି । ସେ କହିଲେ କି ସେ ଓ ଶାଦାବଙ୍କ ସହ ମାର୍ଚ୍ଚ ୨୦୧୯ରୁ ରିଲେଶନଶିପରେ ଅଛନ୍ତି ଓ ଆଇସିସି କ୍ରିକେଟ ବିଶ୍ଵ କପ ସମୟରେ ସେମାନେ ଲଣ୍ଡନରେ ବହୁତ ଅନ୍ତରଙ୍ଗ ସମୟ ଏକ ସହିତ କାଟିଛନ୍ତି ।

ସେ ଆଗକୁ ଲେଖିଲେ କି ସେ ଶାଦାବଙ୍କ ସହିତ ଅଲଗା ଅଲଗା ବହୁତ ଦେଶ ବି ବୁଲିଛନ୍ତି, ବାଂଲାଦେଶ ଓ ଦୁବାଇ ଇତ୍ୟାଦି ସହରରେ ସେ ତାଙ୍କ ସହିତ ସମୟ କାଟିଛନ୍ତି । ଏହି ପୋସ୍ଟରେ ସେ ଅନଲାଇନ ଚ୍ୟାଟର ସ୍କ୍ରୀନଶଟ ବି ଶେୟାର କରିଛନ୍ତି ।

ପାକ ପତ୍ରକାର ବି ମାନିଲେ କି ଦୁଇ ଜଣ ରିଲେଶନଶିପରେ ଥିଲେ

ଗୋଟିଏ ପାକିସ୍ତାନୀ ପତ୍ରକାର ବି ମାନିଛନ୍ତି କି ଦୁଇ ଜଣ ରିଲେଶନଶିପରେ ଥିଲେ । କହିଦେଉଛୁ କି ଶାଦାବ ପ୍ରଥମ କ୍ରିକେଟର ନୁହନ୍ତି, ଯିଏକି ଏହିଭଳି ସ୍କ୍ୟାଣ୍ଡଲରେ ଫସିଛନ୍ତି । କିଛି ମାସ ପୂର୍ବେ ପାକିସ୍ତାନୀ ଟିମର ଓପନର ଇମାମ ଉଲ ହକ ଙ୍କ ଉପରେ ବି କିଛି ଏହିଭଳି ଆରୋପ ଲାଗି ଥିଲା । ଇମାମଙ୍କର ସେହି ଝିଅ ସହିତ କରିଥିବା ଚ୍ୟାଟିଙ୍ଗ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କ ଉପରେ ଆରୋପ ଥିଲା କି ସେ ଏକା ସହିତ ବହୁତ ଝିଅଙ୍କୁ ଧୋକା ଦେଉଥିଲେ । ବର୍ତ୍ତମାନ ବି କିଛି ଏହିଭଳି ଆରୋପ ଶାଦାବ ଖାନଙ୍କ ଉପରେ ଲାଗିଛି ।