ପାକିସ୍ତାନର ଖରାପ ଦିନ ହେଲା ଆରମ୍ଭ, କ୍ଷୀର ୧୯୦ ରେ ପହଞ୍ଚିଲା, ମଟନ ୧୧୫୦ ଓ ସେଓ ୪୦୦ ଟଙ୍କା କିଲୋ ବିକ୍ରି ହେଉଛି, ଦେଖନ୍ତୁ ଡଲାର ହିସାବରେ ପାକିସ୍ତାନୀ ଟଙ୍କାର ମୂଲ୍ୟ

ପାକିସ୍ତାନ ଦେଶର ଆର୍ଥିକ ଅବସ୍ଥା ବର୍ତ୍ତମାନ ସମୟରେ ବହୁତ ଖରାପ ଚାଲୁଛି । ଏହି ଦେଶରେ ଜିନିଷର ଦାମ ଆକାଶ ଛୁଆଁ ହେଉଛି । ଯେଉଁ କାରଣରୁ ପାକିସ୍ତାନ ଜନତା ବହୁତ ଚିନ୍ତିତ ଅଛନ୍ତି । ପାକିସ୍ତାନ ସରକାର ନିଜ ଦେଶରେ ବଢୁଥିବା ମହଙ୍ଗାକୁ ରୋକିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ଦାମ କମିବା ପରିବର୍ତ୍ତେ ଆହୁରି ବଢୁଛି । କହିବାକୁ ଗଲେ ପାକିସ୍ତାନରେ ଗୋଟିଏ ଲିଟର କ୍ଷୀରର ଦାମ ୧୯୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କ୍ଷୀର ଛଡା ଫଳ, ଚିକେନ, ଡାଲି ଇତ୍ୟାଦି ଜିନିଷର ଦାମ ବି ଆକାଶକୁ ଛୁଆଁ ହେଇଛି ।

ଜାଣନ୍ତୁ କେତେ ମହଙ୍ଗା ଅଟେ କେଉଁ ଜିନିଷ

ଏହି ଦେଶରେ ଗୋଟିଏ କିଲୋ ସେଓ ର ଦାମ ୪୦୦ ଟଙ୍କା, କମଳା ୩୬୦ ଟଙ୍କା ଓ କଦଳୀ ୧୫୦ ଟଙ୍କା ଡର୍ଜନ ବିକ୍ରି ହେଉଛି । ଏହା ଛଡା ପିଆଜର ଦାମ ୪୦ %, ଟମାଟର ଦାମ ୧୯ % ଓ ଗୁଡ, ଚିନି, ମସଲା, ଘିଅ, ଚାଉଳ, ଅଟାର ଦାମରେ ୧୦ % ପର୍ଯ୍ୟନ୍ତ ବଢି ଯାଇଛି । ଏହି ସବୁ ଜିନିଷ ଛଡା ପାକିସ୍ତାନରେ ମଟନର ଦାମ ୧୧୦୦ ଟଙ୍କା କିଲୋରେ ବିକ୍ରି କରାଯାଉଛି ।

ରମଜାନ ସମୟରେ ଆହୁରି ବଢି ଯାଇଛି ଜିନିଷର ଦାମ

ଏହି ମାସରେ ରମଜାନ ଆରମ୍ଭ ହେବା ମାତ୍ରେ ହିଁ ଏହି ସବୁ ଜିନିଷର ଦାମ ବଢି ଯାଇଛି । ଯେଉଁ କାରଣରୁ ଲୋକମାନେ ରମଜାନ ମାସରେ କ୍ଷୀର, ଫଳ, ଚାଉଳ ଭଳି ଜିନିଷକୁ କ୍ରୟ କରି ପାରୁ ନାହାନ୍ତି ।

ଏହି କାରଣରୁ ପାକିସ୍ତାନରେ ହେଉଛି ଜିନିଷର ଦାମ ମହଙ୍ଗା

କୁହାଯାଉଛି କି ବ୍ୟାପାରୀମାନଙ୍କର ବିଶ୍ଵାସ ପାକିସ୍ତାନ ଦେଶ ଉପରୁ ଉଠି ଯାଉଛି । ଯେଉଁ କାରଣରୁ ଏହି ଦେଶର ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପଡୁଛି । ଏହା ଛଡା ପାକିସ୍ତାନ ଦେଶର ସେୟାର ବଜାର ବି ଏକଦମ ତଳକୁ ଖସିଛି । ଏହିଭଳି ଅବସ୍ଥା ଏହା ପୂର୍ବରୁ କେବେ ବି ହୋଇ ନ ଥିଲା ।

ଗୋଟିଏ ଡଲାର ଦାମ ୧୫୦ ପାକିସ୍ତାନୀ ଟଙ୍କା ପହଞ୍ଚି ଯାଇଛି

ପାକିସ୍ତାନୀ ଟଙ୍କାର ମୂଲ୍ୟ ମେ ମାସରେ ୨୯ % ତଳକୁ ଖସି ଯାଇଛି । ଯେଉଁ କାରଣରୁ ଗୋଟିଏ ଡଲାର ମୂଲ୍ୟ ୧୫୦ ଟଙ୍କା ପର୍ଯ୍ୟନ୍ତ ବଢି ଯାଇଛି । ପାକିସ୍ତାନ ଟଙ୍କା ତୁଳନାରେ ଅଧିକ ଭଲ ସ୍ଥିତିରେ ନେପାଳୀ ଟଙ୍କା ୧୧୨ ଅଛି । ବଜାରର ବିଶେଷଜ୍ଞମାନଙ୍କର କହିବା ଅଟେ କି ପାକିସ୍ତାନ ସରକାର ତୁରନ୍ତ ଯଦି ନିଜ ଦେଶର ମୂଲ୍ୟକୁ କାବୁ କରି ପାରନ୍ତି ନାହିଁ ତେବେ ଆସୁଥିବା ସମୟରେ ଏହି ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯିବ । କିନ୍ତୁ ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ନିଜର ମୌଦ୍ରିକ ନୀତି ଘୋଷତି କରି ଦେଇଛି । ଏହା ଦ୍ଵାରା ମୂଲ୍ୟ ଉପରେ ଅଳ୍ପ କାବୁ ମିଳି ପାରିବ ।