ପାକିସ୍ତାନ ର 2023 ବିଶ୍ଵକପରେ ବାରମ୍ବାର ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଙ୍କୁ ପଦରୁ ବାହାର କରିବାକୁ ଦାବି ହୋଇଛି ।

ବାବରକୁ ଅଧିନାୟକ ପଦରୁ ବାହାର କର । ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ଉଠିଛି ଦାବି । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ରେ ଲଗାତାର ପରାଜୟ ପରେ ପାକିସ୍ତାନ କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଲଜ୍ୟାଜନକ ଶିକାର ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜମ ଙ୍କୁ ଦାୟୀ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ।

ବାବର ଙ୍କ ବଦଳରେ ସାହିଦି ଆଫ୍ରିଦି ଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି ପୂର୍ବର୍ତନ ପାକିସ୍ତାନ କ୍ରିକେଟର ଆକିଫ ଜାବେଦ । ଆକିଫ କହିଛନ୍ତି ବାବରଙ୍କ ବଦଳରେ ଦିନିକିଆ ଫର୍ମାଟ ରେ ସାହିଦି ଆଫ୍ରିଦି ଙ୍କୁ ପାକିସ୍ତାନ ର ଅଧିନାୟକ କରାଯାଉ । କାରଣ ସାହିଦ ହିଁ ପାକିସ୍ତାନ କ୍ରିକେଟର ଭବିଷ୍ୟତ । କାରଣ ବାବର ଟି-20 ଓ ଦିନିକିଆ ମ୍ଯାଚରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି ।

କେବଳ ଆକିମ ନୁହନ୍ତି ୱାସିଙ୍ଗ ଆକ୍ରମଙ୍କ ଭଳି ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପାକିସ୍ତାନ ବିରୁଦ୍ଧରେ ବର୍ଷିବା ସହ ବାବର ଆଜମ ଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି । ଏସବୁ ମଧ୍ୟରେ ପାକିସ୍ତାନ ପୂର୍ବତନ କ୍ରିକେଟର ୱାସିଙ୍ଗ ଆକ୍ରମ ପିସିବି ର ଅଧ୍ୟକ୍ଷ ଅସରଫ ଙ୍କୁ ଟାର୍ଗେଟ କରିଛନ୍ତି । ବିଶ୍ଵକପରେ ପାକିସ୍ତାନର ଏଭଳି ଖରାପ ପ୍ରଦର୍ଶନକୁ ନେଇ ଆକ୍ରମ କହିଛନ୍ତି ପିସିବି କେବେ ଦେଶ ବିଷୟରେ ଚିନ୍ତା କରିବା ଜରୁରୀ ।

ଅସରଫ ପିସିବି ର ଅଧ୍ୟକ୍ଷ ହେଉ ହେଉ ସବୁ କିଛି ବଦଳାଇବା ଆରମ୍ଭ କରିଦେଲେ । ପୁରୁଣା ଲୋକଙ୍କୁ ପିସିବି ରୁ ହଟାଇ ନିଜ ଲୋକକୁ ରଖିଲେ । ପିସିବି ଅଧ୍ୟକ୍ଷ ଙ୍କୁ ବିଦେଶୀ କୋଚ ପସନ୍ଦ ନ ଥିଲେ କିନ୍ତୁ କେହି ନ ମିଳିବାରୁ ଅନଲାଇନରେ ବିଦେଶୀ କୋଚ ପାକିସ୍ତାନ ଟିମ ପାଇଁ ରଖିଥିଲେ । ଏବେ ନିଜ ପାଇଁ ଚିନ୍ତା ନ କରି ଦେଶ ପାଇଁ ଚିନ୍ତା କରନ୍ତୁ ବୋଲି କହିଛନ୍ତି ୱାସିଙ୍ଗ ଆକ୍ରମ ।

ଅନ୍ୟ ପଟେ ବାବରଙ୍କ ସମର୍ଥନରେ ପୂର୍ବତନ କ୍ରିକେଟର ମହମଦ ୟୁସୁଫ କହିଛନ୍ତି ଆଫଗାନିସ୍ତାନ ବିପକ୍ଷ ମ୍ଯାଚରେ ପାକିସ୍ତାନର ଖରାପ ପ୍ରଦର୍ଶନ ପାଇଁ ଖାଲି ବାବର ଦାୟୀ ନୁହନ୍ତି । ଏହି ପରାଜୟରେ ବାବରଙ୍କର ଖାଲି ଭୁଲ ନାହିଁ ପୁରା ଟିମ ମ୍ୟାନେଜମେଣ୍ଟ ର ଭୁଲ ରହିଛି । ପାକିସ୍ତାନ ବିପକ୍ଷ ପରାଜୟ ପରେ ବାବର ବହୁତ କାନ୍ଦିଥିଲେ ।

ଏଭଳି କଠିନ ସମୟରେ ପୁରା ଦେଶ ବାବରଙ୍କ ସହ ରହିଛି । ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ବାବର କହିଥିଲେ ଆଗାମୀ ମ୍ଯାଚରେ ନୂଆ ରଣନୀତି ସହ ମଇଦାନ କୁ ଓଲହାଇବୁ । ଏହି ପରାଜୟରୁ ବହୁତ କିଛି ଶିଖିବାକୁ ମିଳିଲା । ଆମ ଟିମ ଫିଲ୍ନ୍ଦାନିଗ ଦୁର୍ବଳ ପ୍ରଦର୍ଶନ କରୁଛି । ରନ ଅଟକାଇବା ପାଇଁ ଅତିରିକ୍ତ ପ୍ରୟାସ କରୁ ନାହାନ୍ତି ଖେଳାଳି ।

ପରବର୍ତ୍ତୀ ମ୍ଯାଚରେ ପାକିସ୍ତାନ ବିଜୟୀ ନ ହେଲେ ଦଳ ପାଇଁ  ସେମି ଫାଇନାଲ ରାସ୍ତା ଏକ ପ୍ରକାରରେ ବନ୍ଦ ହୋଇଯିବ । ଏହା ଛଡା ସବୁ ମ୍ଯାଚ ଜିତିବା ସହ ଅନ୍ୟ ଟିମ ର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ଏଭଳି କଠିନ ସ୍ଥିତିରୁ ପାକିସ୍ତାନ ସେମିଫାଇନାଲ ଜିତିବା ଯଥେଷ୍ଟ ହେବ” ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।