PM ମୋଦୀଙ୍କର ବଡ ଜିତ – ପାକିସ୍ଥାନ ଉପରେ ଲାଗିଲା ସବୁଠୁ ବଡ ବ୍ୟାନ, ଏବେ କାଙ୍ଗାଳ ହୋଇଯିବ ଆତଙ୍କିସ୍ଥାନ

ଦୁନିଆରେ ପାକିସ୍ଥାନ କୁ ଏକଘରିକିଆ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ଵ ଫଳପ୍ରଦ ହେଉଛି । ଦୁନିଆର ବହୁତ ଦେଶ ପାକିସ୍ଥାନ ଠାରୁ  ବ୍ୟବସାୟିକ ସମ୍ବନ୍ଧ କାଟିବାର ଇସାରା ଦେଇଛନ୍ତି । ପୁଲବାମା ଆକ୍ରମଣ ପରେ ଭାରତ ପ୍ରଥମେ ହିଁ ପାକିସ୍ଥାନ କୁ “ମୋଷ୍ଟ ଫେବରେଟ ନେସନ” ରୁ ବାହାର କରି ସାରିଛି ।

ଏବେ ଖବର ମିଳିଛି କି ଆତଙ୍କି ମାନଙ୍କୁ ଫଣ୍ଡିଙ୍ଗ କରିବାରେ ଓ ମନି ଲ୍ୟାଣ୍ଡିଂ ସମ୍ବନ୍ଧିୟ ମାମଲାରେ ସାମିଲ ଥିବାରୁ ପାକିସ୍ଥାନ କୁ “ଡର୍ଟି ମନି ବ୍ଲାକଲିଷ୍ଟ” ସୁଚିରେ ରଖା ଯାଇଛି । ୟୂରୋପିୟନ ଦେଶର ସଂଗଠନ ଯୁରୋପୀୟନ ୟୂନିଅନ ପାକିସ୍ଥାନକୁ ଏହି ସୂଚୀରେ ରଖିଛି । ଏହି ସୂଚିରେ ପ୍ରଥମରୁ ହିଁ ବହୁତ ଦେଶ ଅଛନ୍ତି । ଏହି ସୂଚିରେ ସାମିଲ ହୋଇଥିବା ଦେଶର ସଂଖ୍ୟା ଏବେ 23 ହୋଇଛି ।

ରହିବ ନାହିଁ କୌଣସି ବ୍ୟବସାୟିକ ସମ୍ବନ୍ଧ

ଯୁରୋପୀୟନ ୟୂନିଅନ ର ସଦସ୍ୟ ଦେଶର ବ୍ୟାଙ୍କକୁ ଠକିବା, ମନି ଲ୍ୟାଣ୍ଡିଂ କରିବା ଓ ଆତଙ୍କି ମାନଙ୍କୁ ଆର୍ଥିକ ସାହାର୍ଯ୍ୟ ଦେବା ଆରୋପରେ ଯୁରୋପୀୟନ ୟୂନିଅନ କମିଶନ ସାଉଦି ଆରବ ଓ ପାକିସ୍ଥାନ ସହିତ ଏକ ଡର୍ଜନ ଦେଶକୁ ବ୍ଲାକଲିଷ୍ଟରେ ରଖିଛି । ଆମେରିକାର ବି 4 ଟି କ୍ଷେତ୍ର ସାମିଲ କରାଯାଇଛି । ଯୁରୋପୀୟନ କମିଶନ ର “ଡ଼ର୍ଟି ମନି ବ୍ଲାକଲିଷ୍ଟ” ସୂଚିରେ ଯାହାକୁ ରଖାଯାଏ, ତା ସହିତ ୟୁରୋପୀୟ ଦେଶ ବ୍ୟବସାୟିକ ସମ୍ବନ୍ଧ ରଖନ୍ତି ନାହିଁ ।

ପାକିସ୍ଥାନ ଉପରେ ଏହାର ପ୍ରଭାବ

ୟୁରୋପୀୟ ଦେଶ ଏହି ଲିଷ୍ଟରେ ସାମିଲ ଥିବା ଦେଶଙ୍କ ସହିତ ବ୍ୟବସାୟିକ ସମ୍ବନ୍ଧ ରଖନ୍ତି ନାହିଁ । ସେଇଠି, ଏହି ଦେଶମାନଙ୍କ ଉପରେ ଆହୁରି କିଛି କଡା ନିଷ୍ପତ୍ତି ନିଆଯାଏ । ଏମିତିରେ ପାକିସ୍ଥାନୀ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ । ଏକ୍ସପର୍ଟଙ୍କର କହିବା କଥା କି ତାଙ୍କୁ ସହଜରେ କରଜ ମିଳିବ ନାହିଁ । ତାଙ୍କ ପାଇଁ ବ୍ୟବସାୟ କରିବା ଆହୁରି କଷ୍ଟକର ହୋଇଯିବ ।