ପଇସା ବିନା ହସ୍ପିଟାଲରେ ଜୀବନ – ମୁର୍ତ୍ୟୁ ସହିତ ଲଢୁଛନ୍ତି ଟିମ ଇଣ୍ଡିଆର ଏହି ଅଲରାଉଣ୍ଡର, କେବେ ଥିଲେ ଷ୍ଟାର ଆଉ ଏବେ…

ମନୁଷ୍ୟ ଦିନା ଦିନେ ସଫଳତାର ଶିଖରକୁ ପହଞ୍ଚି ଥାଏ କିନ୍ତୁ ସବୁ ବେଳେ ସଫଳତାର ଶିଖରରେ ରହିବ ଏହା ସମ୍ଭବ ନୁହେଁ । ଗୋଟିଏ ଜମାନରେ ଭାରତୀୟ କ୍ରିକେଟର ଏକ ଖେଳାଳି ଥିଲେ ଜୈକବ ମାର୍ଟିନ । ସେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି ଥିଲେ । ତାଙ୍କୁ ଅଲରାଉଣ୍ଡର ମଧ୍ୟ କୁହାଯାଉଥିଲା । କିନ୍ତୁ ଭାଗ୍ୟ ତାଙ୍କ ସହିତ ଏମିତି ଏକ ଖେଳ ଖେଳିଲା କି ଜୈକବ ମାର୍ଟିନଙ୍କର ଏକ ଦୁର୍ଘଟଣା ହୋଇଗଲା ଏବଂ ବର୍ତ୍ତମାନ ସେ ଜୀବନ ଏବଂ ମୁର୍ତ୍ୟୁ ମଝିରେ ଝୁଲୁଛନ୍ତି ।

ବଡୋଦାର ଏକ ହସ୍ପିଟାଲରେ ତାଙ୍କର ଚିକିସ୍ଛା ଚାଲିଛି । ଯେଉଁଠି ସେ ବର୍ତ୍ତମାନ ବେଣ୍ଟିଲେଟର ଅଛନ୍ତି । ଏବଂ ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ଶେଷ ହୋଇ ଯାଇଛି । ଏବଂ ସେ ହସ୍ପିଟାଲରେ ଜୀବନ ଏବଂ ମୁର୍ତ୍ୟୁ ସହ ଲଢେଇ କରୁଛନ୍ତି । କେବେ ଏହି ଖେଳାଳିଙ୍କୁ ଷ୍ଟାର ବୋଲି କୁହାଯାଉଥିଲା କିନ୍ତୁ ଆଜି ତାଙ୍କର ଏହିଭଳି ଅବସ୍ଥା ହୋଇ ଯାଇଛି ।

ଟଙ୍କା ବିନା ହସ୍ପିଟାଲରେ ଜୀବନ – ମୁର୍ତ୍ୟୁ ସହ ଲଢେଇ କରୁଛନ୍ତି ଟିମ ଇଣ୍ଡିଆର ଅଲରାଉଣ୍ଡର

ପୂର୍ବ କ୍ରିକେଟର ଜୈକବ ମାର୍ଟିନଙ୍କର ଦୁର୍ଘଟଣା ହେବା ପରେ ତାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଛି । ତାଙ୍କର ସ୍ତ୍ରୀ ବର୍ତ୍ତମାନ ବଡୋଦା କ୍ରିକେଟ ଆସୋସିଏଶନରେ ସାହାର୍ଯ୍ୟ ମାଗିଛନ୍ତି କାରଣ ତାଙ୍କ ପାଖରେ ଥିବା ତାଙ୍କର ଜମାପୁଞ୍ଜି ଶେଷ ହୋଇ ଯାଇଛି । କ୍ରିକେଟର ଦୁନିଆ ସେତେ ବି ଭଲ ନୁହେଁ ଯେତେ ଭଲ ଦେଖା ଯାଉଛି । ଏଠି ବହୁତ ଖେଳାଳି ଖେଳନ୍ତି କିନ୍ତୁ କିଛି ଖେଳାଳି ହିଁ ନିଜର ପରିଚୟ ବନାଇ ପାରନ୍ତି ।

ଲକ୍ଷ କୋଟିରେ ଖେଳୁଥିବା କ୍ରିକେଟମାନେ ଯେତେବେଳେ ଖେଳରୁ ଦୂରେଇ ଯାଆନ୍ତି ସେତେବେଳେ ସେମାନେ  ଦାରିଦ୍ରତାର ସମ୍ମୁଖୀନ କରିଥାନ୍ତି । ଏହି ଦାରିଦ୍ରତାର ସମ୍ମୁଖୀନ ବର୍ତ୍ତମାନ ଜୈକବ ମାର୍ଟିନ କରୁଛନ୍ତି । ଏହି ଦୁର୍ଘଟଣା ସେହି ସମୟରେ ହୋଇଛି ଯେତେବେଳେ ଜୈକବ ନିଜ ଗାଡିରେ ଯାଉ ଥିଲେ ଠିକ ସେହି ସମୟରେ ଏକ ବଡ ଗାଡି ଆସି ତାଙ୍କୁ ପଚ୍ଛରୁ ଧକ୍କା ମାରିଥିଲା । ଏହା ପରେ ରକ୍ତରେ ଜୁଡୁବୁଡୁ ଜୈକବ ମାର୍ଟିନଙ୍କୁ ସ୍ଥାନୀୟ  ଲୋକମାନେ ହସ୍ପିଟାଲରେ ପହଞ୍ଚାଇ ଥିଲେ ।

ତାଙ୍କର ସ୍ତ୍ରୀ ଖ୍ୟାତି କହିଲେ କି ତାଙ୍କ ହସପିଟାଲର ୭.୫ ଲକ୍ଷ ଟଙ୍କାର ବିଲ ଭରିବାର ଅଛି କିନ୍ତୁ ତାଙ୍କ ପାଖରେ ବର୍ତ୍ତମାନ ଏତେ ଟଙ୍କା ନାହିଁ । ଖ୍ୟାତି କହିଲେ କି ଅସୁବିଧା ସମୟରେ କ୍ରିକେଟ ଆସୋସିଏଶନ ତାଙ୍କର କୌଣସି ସାହାର୍ଯ୍ୟ କରି ନାହାନ୍ତି । ଦୁର୍ଘଟଣା ପରେ ଜୈକବଙ୍କୁ ଦେଖିବାକୁ ଆସିଥିବା ବଡୋଦାର କ୍ରିକେଟ ଆସୋଶିଏଶନର ଅଧିକାରୀ ମାନେ ୫ ଲକ୍ଷ ଟଙ୍କା ଦେବା ପାଇଁ କହିଲେ କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ରାସୀ ମିଳି ନହିଁ ।

କଣ କହିବାର ଅଛି ଆସୋଶିଏଶନଙ୍କର ?

ବିଶିଏର ସେକ୍ରେଟରି ସ୍ନେହଲ ପାରିଖଙ୍କର କହିବା ଅଟେ କି ତାଙ୍କ ପତ୍ନୀଙ୍କର ଆରୋପ ଭୁଲ ଅଟେ । ସେ ମାର୍ଟିନଙ୍କର ପରିବାରକୁ ସମ୍ପର୍କ କରିଲେ ଏବଂ ତାଙ୍କ ପତ୍ନୀ ତାଙ୍କୁ ହସ୍ପିଟାଲ ବିଲର ଟଙ୍କା ବିଷୟରେ କହିଲେ ଏବଂ ସେହି ବିଲକୁ ସବମିଟ କରିଲେ ହିଁ ତାଙ୍କୁ ସାହାର୍ଯ୍ୟ କରଯାଇ ପାରିବ । ପାରିଖ କହିଲେ କି ବୋର୍ଡଙ୍କ ପାଖରେ ପୂର୍ବ ଖେଳାଲିଙ୍କର ସାହାର୍ଯ୍ୟ କରିବା ପାଇଁ କିଛି ପ୍ରକ୍ରିୟା ଅଛି ଏବଂ ଯାହାକୁ ପୁରା କରିବା ଜରୁରୀ ଅଟେ । ପୁଣି ହସ୍ପିଟାଲର ବିଲ ମିଳିଲେ ସେହି ବିଲର ଟଙ୍କା ତାଙ୍କୁ ଦିଆଯିବ ।