ପାଇବାକୁ ଚାହୁଁଛନ୍ତି ମା ସରସ୍ଵତୀଙ୍କ କୃପା, ତ ବସନ୍ତ ପଞ୍ଚମୀ ଦିନ ଏହି ୫ ଟି କାମ କରିବାକୁ ଭୁଲନ୍ତୁ ନାହିଁ

ମାତା ସରସ୍ଵତୀଙ୍କ କୃପାରେ ହିଁ ବ୍ୟକ୍ତିଙ୍କୁ ବିଦ୍ୟା, ବୁଦ୍ଧି, ବାଣୀ ଏବଂ ଜ୍ଞାନର ପ୍ରାପ୍ତି ହୋଇଥାଏ । ଏମିତିରେ ବସନ୍ତ ପଞ୍ଚମୀ ଦିନ ଯଦି ବ୍ୟକ୍ତି ମାତା ସରସ୍ଵତୀଙ୍କୁ ପ୍ରସନ୍ନ କରି ପାରିବେ ତେବେ ତାଙ୍କୁ ବିଦ୍ୟା, ବୁଦ୍ଧି, ବାଣୀ ଏବଂ ଜ୍ଞାନ ନିଶ୍ଚିତ ମିଳିଥାଏ । ଏଥିପାଇଁ ଆପଣ ମାତା ସରସ୍ଵତୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆମର ଏହି ଖାସ ଲେଖାକୁ ନିଶ୍ଚିତ ପଢନ୍ତୁ ।

ବସନ୍ତ ପଞ୍ଚମୀ ଦିନ ଆପଣ ମାତା ସରସ୍ଵତୀଙ୍କର ପୂଜା ଅର୍ଚନା କରି ଏହି ସବୁ ଜିନିଷ ପାଇ ପାରିବେ । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଖାସ ହୋଇଥାଏ । ମାତା ସରସ୍ଵତୀ ବିଦ୍ୟାର୍ଥୀମାନଙ୍କର ପୂଜା ଅର୍ଚନାରେ ବହୁତ ଜଲ୍ଦି ଖୁସି ହୋଇ ଯାଆନ୍ତି । ଏମିତିରେ ବସନ୍ତ ପଞ୍ଚମୀ ଦିନ ବିଦ୍ୟା, ବୁଦ୍ଧି, ବାଣୀ ଏବଂ ଜ୍ଞାନ ବଢାଇବା ପାଇଁ ଆପଣଙ୍କୁ ଆମ ଦ୍ଵାରା କୁହାଯାଉଥିବା ଉପାୟ ଗୁଡିକୁ ନିଶ୍ଚିତ କରିବା ଉଚିତ ।

ମୟୁର ପର ରଖନ୍ତୁ

ଏମିତିରେ ବିଦ୍ୟାର୍ଥୀମାନେ ନିଜ ବହିରେ ମୟୁର ପର ରଖି ଥାନ୍ତି, କିନ୍ତୁ ବିଦ୍ୟାର୍ଥୀମାନେ ଯଦି ବସନ୍ତ ପଞ୍ଚମୀ ଦିନ ନିଜ ବହିରେ ମୟୂର ପର ରଖିବେ ତେବେ ଏହା ଦ୍ଵାରା ଆପଣଙ୍କର ଜ୍ଞାନରେ ଉନ୍ନତି ଆସିବ ।

ହାତକୁ ଦେଖିବା

ଯଦି ଆପଣ ମାତା ସରସ୍ଵତୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ବସନ୍ତ ପଞ୍ଚମୀ ଦିନ ସକାଳୁ ସକାଳୁ ଉଠି ନିଜ ହାତର ପାପୁଲିଙ୍କୁ ଦେଖନ୍ତୁ । ଏବଂ ସ୍ନାନ କରି ମାତା ସରସ୍ଵତୀଙ୍କର ପୂଜା ଅର୍ଚନା କରନ୍ତୁ ।

ପିଲାମାନଙ୍କୁ ଶଙ୍ଖପୁଷ୍ପୀ ଦିଅନ୍ତୁ

ଯଦି ଆପଣଙ୍କର ପିଲା ପଢା ଲେଖାରେ କମଜୋର ଅଛି, ତେବେ ସେ ବସନ୍ତ ପଞ୍ଚମୀ ଦିନ ବ୍ରାହ୍ମୀ, ମେଘାବଟୀ, ଶଙ୍ଖପୁଷ୍ପୀ ଦେବା ଆରମ୍ଭ କରନ୍ତୁ । ଏହା କରିବା ଦ୍ଵାରା ମାତା ସରସ୍ଵତୀଙ୍କ କୃପାରେ ଆପଣଙ୍କର ପିଲାର ମନ ପଢାରେ ଲାଗିବ ।

ମହୁ ଏବଂ ମହମ

ଯଦି ବ୍ୟକ୍ତିଙ୍କୁ କଥାବାର୍ତ୍ତା କରିବାରେ ଅସୁବିଧା ହେଉଛି, ତେବେ ବସନ୍ତ ପଞ୍ଚମୀ ଦିନ ଗୋଟିଏ ବାସୁରୀରେ ଅଳ୍ପ ମହୁ ଭର୍ତି କରି ଏବଂ ମହମ ଲଗାଇ ମାଟି ଭିରେ ପୋତି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବାଣୀ ଠିକ ହୋଇଯିବ ।

ସରସ୍ଵତୀ ମନ୍ତ୍ରର ଜପ କରନ୍ତୁ

ଯଦି ଆପଣଙ୍କୁ କଥା କହିବାରେ ଅସୁବିଧା ହେଉଛି , ତେବେ ବସନ୍ତ ପଞ୍ଚମୀ ଦିନ ଆପଣଙ୍କୁ ସରସ୍ଵତୀଙ୍କର ବୀଜ ‘ଐଂ’ ମନ୍ତ୍ର ଜପ କରିବା ଉଚିତ । ଏଥିପାଇଁ ଆପଣଙ୍କୁ ନିଜର ଜିଭକୁ ତାଳୁରେ ଲଗାଇ ଜପ କରିବାର ଅଛି । ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।