ବ୍ୟାଙ୍କ, ବୀମା, ମ୍ୟୁଚୁଆଲ୍ ଫଣ୍ଡ୍‌ କଂପାନିରେ ପଡ଼ି ରହିଛି 82 ହଜାର କୋଟି ଟଙ୍କା, ନେବାକୁ କେହି ନାହାନ୍ତି, ଏତେ ଟଙ୍କା ହେବ କଣ ?

ବନ୍ଧୁଗଣ ବ୍ଯାଙ୍କ, ବୀମା କମ୍ପାନୀ ଓ ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ଗୁଡିକରେ ୮୨ ହଜାର କୋଟି ଟଙ୍କା ରହିଛି । କିନ୍ତୁ ଏହି ପଇସାର କେହି ବି ଦାବିଦାର ନାହାନ୍ତି । ଏଥିପାଇଁ ଯେଉଁ ବ୍ୟକ୍ତି ଟଙ୍କା ନିବେଶ କରିଥିଲେ ସେ କେବେ ବି ଟଙ୍କା ପାଇବା ଆଶାରେ ଦାବି କରି ନାହାନ୍ତି ।

କିଛି କ୍ଷେତ୍ରରେ ନିବେଶ କରିଥିବା ବ୍ୟକ୍ତିଙ୍କର ନି-ଧ-ନ ହେବା ପରେ ତାଙ୍କର କୌଣସି ସମ୍ପର୍କୀୟ ମାନେ ମଧ୍ୟ ଟଙ୍କା ପାଇଁ ଆବେଦନ କରି ନାହାନ୍ତି । କିଛି ଲୋକ ମାନେ ନିବେଶ କରିଥିବା ଟଙ୍କା ବିଷୟରେ ନିଜ ଘର ଲୋକଙ୍କୁ ଅବଗତ କରାଇ ନାହାନ୍ତି । ଏହା ଫଳରେ ବ୍ୟକ୍ତିଙ୍କର ପ-ର-ଲୋ-କ ହେବା ପରେ ତାଙ୍କ ପରିବାର ଲୋକେ ଏହି ବିଷୟରେ କିଛି ଜାଣି ପାରନ୍ତି ନାହି ।

ଏହି ସବୁ ଟଙ୍କାର କେହି ବି ଦାବି କରିବା ପାଇଁ ନ ଥିବାରୁ କୋଟି କୋଟି ଟଙ୍କା ବ୍ଯାଙ୍କ ଜମା, ବିମାର ମ୍ୟାଚୁରୀଟି ରାଶି, ପିପିଏଫ ଖାତା, ମ୍ୟୁଚୁଆଲ ଫଣ୍ଡ ଖାତା ଆଦିରେ ପଡି ରହିଛି । ଯଦି ଏହି ୮୨ ହଜାର କୋଟି ଟଙ୍କାରେ ୬% ହାର ସୁଧ ଲଗାଯାଏ ତେବେ ବର୍ଷକୁ ୪୫୦୦ କୋଟି ଟଙ୍କା ମିଳି ପାରନ୍ତା ।

ଦାବିଦାର ନ ଥିବା ତାଙ୍କର ପରିଚାଳନା ପାଇଁ କିଛି ଆଇନଗତ ନିୟମ ରହିଛି । ଯେଉଁ ଖାତାରେ ଗତ ୧୦-୨୫ ବର୍ଷ ହେବ ଦାବି କରି ନହନ୍ତି ସେମାନଙ୍କ ଟଙ୍କାକୁ ନିବେଶକ ସଚେତନତା ପାଣ୍ଠିକୁ ଦିଆ ଯାଇଥାଏ । କିନ୍ତୁ ଏହା ପୂର୍ବରୁ ସଂସ୍ଥା ଗୁଡିକ ଟଙ୍କାକୁ ଦାବିଦାରଙ୍କ ସମ୍ପର୍କୀୟଙ୍କ ପାଖରେ ପଠାଇବାକୁ ଚେଷ୍ଟା କରିଥାନ୍ତି । ଆମ ଦେଶରେ ୧୮,୩୮୧ କୋଟି ଟଙ୍କା ଏହିଭଳି ଭାବେ ପଡି ରହିଛି ଯାହାର କେହି ଦାବିଦାର ନାହାନ୍ତି ।

ଏଥି ମଧ୍ୟରୁ ୧୨ ହଜାର କୋଟି ତାଙ୍କ ନିଷ୍କ୍ରିୟ ହୋଇଥିବା ବ୍ଯାଙ୍କ ଖାତାରେ ପଡି ରହିଛି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ପ୍ରାୟ ୪୮୨୦ କୋଟି ଟଙ୍କା ଫିକ୍ସ ଡିପୋଜିତର ମ୍ୟାଚୁରୀଟି ଭାବେ ପଡି ରହିଛି । ଯଦି କୌଣସି ଖାତାରେ ଦୁଇ ବର୍ଷରୁ ଅଧିକ ଦିନ ଯାଏଁ ଟଙ୍କା କାରବାର ନ ହୁଏ ତେବେ ତାହାକୁ ନିଷ୍କ୍ରିୟ ବର୍ଗରେ ସାମିଲ କରାଯାଏ । ଏହା ପରେ ଗରହକ ଜଣକ ଟଙ୍କା କାରବାର ଆରମ୍ଭ କରିବା ପରେ ଖାତା ସକ୍ରିୟ ହୋଇଥାଏ ।

ଟଙ୍କା ରଖିଥିବା ଗ୍ରାହକଙ୍କର ଦୁ-ର୍ଭା-ଗ୍ୟ-ଜ-ନି-ତ ମୃ-ତ୍ୟୁ ହୋଇଗଲେ ତେବେ ତାଙ୍କର ନୋମିନୀ ମୃତ୍ୟୁ ସାର୍ଟିଫିକେଟ ଓ ଅନ୍ଯାନ୍ଯ ପ୍ରମାଣ ଦେଇ ସେହି ତାଙ୍କ ଉପରେ ଦାବି କରି ପାରିବେ । ଯଦି ୨୫ ହଜାର ଟଙ୍କାରୁ କମ ଟଙ୍କା ରହିଥାଏ ତେବେ ବ୍ଯାଙ୍କ ନିଜ ଆଡୁ ମାମଲା ସମାଧାନ କରିଥାଏ । ଯଦି ଖାତାରେ ଅଧିକ ତାଙ୍କ ରହିଥାଏ ତେବେ ତାହା ପାଇବା ପାଇଁ ଆଇନଗତ ଉତ୍ତରାଧିକାରୀକୁ କୋର୍ଟର ଦ୍ଵାରସ୍ଥ ହେବାକୁ ପଡିଥାଏ ।

ଜୀବନ ବୀମା କମ୍ପାନୀ ଗୁଡିକରେ ୧୫,୧୬୭ କୋଟି ଟଙ୍କା ପଡି ରହିଛି ଯାହାର କେହି ବି ଦାବିଦାର ନାହାନ୍ତି । ସେଥି ମଧ୍ୟରୁ ୭୦୦୦ କୋଟି ଟଙ୍କା ଏଲଆଇସିରେ ପଡି ରହିଛି । ମ୍ୟୁଚୁଆଲ ଫଣ୍ଡ ସସ୍ଥା ଗୁଡିକରେ ୧୭,୮୮୦ କୋଟି ଟଙ୍କାର ଦାବିଦାର ନାହାନ୍ତି ବୋଲି ସୂତ୍ରରୁ ଜଣା ପଡିଛି । ନିବେଶକ ସଚେତନତା ଓ ସୁରକ୍ଷା ପାଣ୍ଠି କର୍ତ୍ତୁପକ୍ଷଙ୍କ ପାଖରେ ୪୧୦୦ କୋଟି ଟଙ୍କା ପଡି ରହିଛି ।

ଯେଉଁ ଟଙ୍କା ଉପରେ ୭ ବର୍ଷ ଯାଏଁ କେହି ଅଧିକାର ଦାବି କରି ନାହାନ୍ତି ତାହାକୁ ନିବେଶ ସଚେତନତା ପାଣ୍ଠିକୁ ହସ୍ତାନ୍ତର କରାଯାଏ । ସୂଚନା ଅନୁସାରେ ଭବିଷ୍ୟନିଧି ପାଣ୍ଠି ଖାତାରେ ୨୬,୪୯୭ କୋଟି ଟଙ୍କା ପଡି ରହିଛି ଯାହାକୁ କେହି ଦାବି କରୁ ନାହାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।