ପାଦର ଆଙ୍ଗୁଳି ରୁ ଜାଣନ୍ତୁ ନିଜର ଭବିଷ୍ୟତ, କଣ କହୁଛି ଆପଣଙ୍କ ପାଦର ଅଙ୍ଗୁଳି ?

ଭାରତୀୟ ଜୋତିଶ ଶାସ୍ତ୍ରରେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ଶରୀରର ଅଙ୍ଗ ଓ ତାର  ଆକାରର ଆଧାରରେ ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ତଥା ଭବିଷ୍ୟ ବିଷୟରେ କହିଥାଏ । ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ଗୋଡଠାରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ବିଶେଷ ପ୍ରକାରର ତଥା ଲକ୍ଷଣ କୁହାଯାଇଛି । ଆପଣଙ୍କୁ ଆଜି କୌଣସି ବ୍ୟକ୍ତିର ଗୋଡର ଆକାରକୁ ଦେଖି ତାର ସ୍ଵଭାବ ବିଷୟରେ କହିବୁ ।

କୌଣସି ବ୍ୟକ୍ତିର ଗୋଡ ଦେଖି ପୁରୁଷ କିମ୍ବା ମହିଳାର ବ୍ୟବହାର , ଚରିତ୍ର , ବିଚାର ଓ  କାର୍ଯ୍ୟ କ୍ଷେତ୍ର କିପରି ହେବ କୁହାଯାଇ ପାରିବ । ପ୍ରତେକ ବ୍ୟକ୍ତିର ଗୋଡର ଆଙ୍ଗୁଳିର ଆକାର ଦେଖି ତାର ସବୁ ସ୍ଵଭାବ  ବିଷୟରେ ଜାଣିବା ।

ପ୍ରଥମ ଗୋଡ

ଯେଉଁ ବ୍ୟକ୍ତିର ଗୋଡ ବୁଢା ଆଙ୍ଗୁଳି ତାର ପାଖରେ ଥିବା ଆଉ ଦୁଇ ଆଙ୍ଗୁଳି ସମାନ ହୋଇଥିବ । ଶେଷ ଆଙ୍ଗୁଳି ସେହି ଆଗକୁ ଥିବା ଆଙ୍ଗୁଳି ଠାରୁ ଛୋଟ ହୋଇଥିବ । ତା ହେଲେ ସେଇଭଳି ବ୍ୟକ୍ତି ପରିଶ୍ରମୀ ହୋଇଥାଏ । ନିଜର ପରିଶ୍ରମ ବଳରେ ସବୁକିଛି କାର୍ଯ୍ୟ କରିଥାଏ । କାର୍ଯ୍ୟର ସିଦ୍ଧି ପରିଶ୍ରମ ଦ୍ଵାରା ହିଁ ହୋଇଥାଏ । ଏହଭଳି ବ୍ୟକ୍ତି ନିଜ କାର୍ଯ୍ୟ ଦ୍ଵାରା ସମାଜରେ ମାନ ପ୍ରତିଷ୍ଠା ପାଇଥାନ୍ତି । ଏହି  ବ୍ୟକ୍ତି ଅନ୍ୟ ମାନଙ୍କର ପ୍ରଶଂସା କରିଥାଏ । ଏମାନେ ଘର ପରିବାରର ଦାୟିତ୍ଵ ଠିକ ଭାବରେ ତୁଲାଇଥାନ୍ତି । ଏମାନେ କର୍ମକୁ ବିଶେଷ ଭାବ ରେ ମାନିଥାନ୍ତି ।

ଦ୍ଵିତୀୟ ଗୋଡ

ଯେଉଁ ବ୍ୟକ୍ତିର ଆଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ସମାନ ଭାବରେ ନିଚ୍ଚ କ୍ରମରେ ସମାନ ହୋଇଥାଏ ଏହି ବ୍ୟକ୍ତି ସବୁବେଳେ ନିଜ ଅଧିକାର ବିଷୟରେ କଥା ହୋଇଥାନ୍ତି । ନିଜ କଥାକୁ ଠିକ ଭାବୁଥାନ୍ତି ଓ ସବୁ ଲୋକ ଏହି କଥାକୁ ମାନନ୍ତୁ ବୋଲି ଭାବନ୍ତି । ତାଙ୍କ କଥା ନ ମାନିଲେ ସେ କ୍ରୋଧ କରିଥାନ୍ତି । ସେ କ୍ରୋଧ କୁ ଅନ୍ୟ ମାନଙ୍କ ସାମନାରେ କରିଥାନ୍ତି । ସେମାନେ ଭାବନ୍ତି ନିଜ ଜୀବନ ସାଥି ବି ତାଙ୍କ କଥାରେ ଚାଲନ୍ତୁ ଓ ସବୁବେଳେ ତାଙ୍କ କଥା ମାନନ୍ତୁ । ଏମାନେ ମିଳିମିଶି ଚଳିବା ରେ ବି ବିଶ୍ଵାସ କରନ୍ତି । ସମୟ ଅନୁସାରେ ଢଳିବା ପାଇଁ ଚେଷ୍ଟା କରନ୍ତି ।

ତୃତୀୟ ଗୋଡ

ଯେଉଁ ବ୍ୟକ୍ତି ର ଗୋଡର ବୁଢା ଆଙ୍ଗୁଳିର ପାଖ ଆଙ୍ଗୁଳି ବଡ ହୋଇଥାଏ ଓ ଅନ୍ୟ ଆଙ୍ଗୁଳି ଛୋଟ ହୋଇଥାଏ । ଏହି ଲୋକ ମାନେ କୌଣସି ବି କାର୍ଯ୍ୟ କୁ ନିଜ ଅନୁସାରେ କରିବା ପାଇଁ ପସନ୍ଦ କରିଥାନ୍ତି । ସବୁ କାର୍ଯ୍ୟକୁ ପ୍ଲାନିଂ କରି କରିଥାନ୍ତି ଓ ଅନ୍ୟ ମାନଙ୍କ ଠାରୁ କିଛି ବିଭିର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କର  ଭିର୍ନ୍ନତା ହିଁ ଏମାନଙ୍କ ପରିଚୟ ହୋଇଥାଏ । ଏମାନେ ଚାକିରି ଓ ବ୍ୟବସାୟରେ ବି ନୂଆ ନୂଆ ପ୍ରୟୋଗ କରିଥାନ୍ତି । ବହୁତବାର ଏମାନଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ କିନ୍ତୁ ଏଥିରେ ସେମାନଙ୍କୁ କୌଣସି ଫରକ ପଡେ ନାହିଁ ।

ଚତୁର୍ଥ ଗୋଡ

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଳି ବଡ ଓ ଆଉ ସବୁ ଆଙ୍ଗୁଳି ଛୋଟ ହୋଇଥାଏ ଏହି ବ୍ୟକ୍ତି ଶାନ୍ତ ପ୍ରକୃତିର ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ସାନ୍ତ ଓ ଧର୍ଯ୍ୟ ସହ କରିଥାନ୍ତି । ଶତ୍ରୁ ସହ ବି ଶାନ୍ତ ସ୍ଵଭାବର ବ୍ୟବହାର କରିଥାନ୍ତି ।

ପଞ୍ଚମ ଗୋଡ

ଯେଉଁ ବ୍ୟକ୍ତିର ଗୋଡର ବୁଢା ଅଙ୍ଗୁଳିଠୁ ପାଖ ଆଙ୍ଗୁଳି ବଡ ହୋଇଥାଏ ଓ ତା ପାଖ ଆଙ୍ଗୁଳି ତା ଠାରୁ ଛୋଟ ଏବଂ ଶେଷ ଆଙ୍ଗୁଳି ତାଠାରୁ ଛୋଟ ହୋଇଥାଏ । ଏହି ବ୍ୟକ୍ତି ମାନେ ବହୁତ ସାହାସୀ ଅଟନ୍ତି । ସବୁ କାର୍ଯ୍ୟକୁ ଏମାନେ ପୁରା ହୃଦୟ ସହକାରେ କରିଥାନ୍ତି । ଅନ୍ୟ ମାନଙ୍କ ଖୁସିରେ ଖୁସି ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।