ଏକଦିବସୀୟ ଫର୍ମାଟରେ ବିରାଟ ଓ ରୋହିତ ଏହି ବୋଲରମାନଙ୍କ ବିରୁଦ୍ଧରେ କରିଛନ୍ତି ସବୁଠୁ ଅଧିକ ରନ

ରୋହିର ଶର୍ମା ଓ ବିରାଟ କୋହଳି କ୍ରିକେଟର ଦୁଇ ଏମିତି ବ୍ୟାତ୍ସମ୍ୟାନ ଅଟନ୍ତି ଯାହାଙ୍କ ବିଷୟରେ ପୁରା ଦୁନିଆ ଜାଣିଛନ୍ତି । ଏହି ଦୁଇ ବ୍ୟାତ୍ସମ୍ୟାନ ଟିମ ଇଣ୍ଡିଆର ଜୀବନ ଅଟନ୍ତି ଓ ଏହି ଦୁଇ ବ୍ୟାତ୍ସମ୍ୟାନ କୌଣସି ବି ପିଚ ଉପରେ କୌଣସି ବି ବୋଲର ବିରୁଦ୍ଧରେ ରନ କରିବା ପାଇଁ ସକ୍ଷମ ଅଟନ୍ତି । ଦୁଇ ଜଣ ବହୁତ ଭଲ ବ୍ୟାତ୍ସମ୍ୟାନ ଅଟନ୍ତି । ଦୁଇ ଜଣଙ୍କ ଖେଳିବାର ନିଜର ନିଜର ଷ୍ଟାଇଲ ଓ ଅଲଗା ଅଲଗା ଟେକନିକ ଅଛି । ୱାଣ୍ଡେ କ୍ରିକେଟରେ ବିରାଟ ଓ ରୋହିତଙ୍କୁ ଟକ୍କର ଦେଉଥିବା ବ୍ୟାତ୍ସମ୍ୟାନ କେହି ନାହାନ୍ତି । ପୁରା ଦୁନିଆ ଏମାନଙ୍କ ଖେଳ ବିଷୟରେ ଜାଣିଛନ୍ତି ।

୫୦ – ୫୦ ଓଭର ୱାଣ୍ଡେ ମ୍ୟାଚରେ ଏମାନେ ବହୁତ ରେକର୍ଡ ନିଜ ନାମରେ କରିଛନ୍ତି ଓ ଏହି ଦୁଇ ବ୍ୟାତ୍ସମ୍ୟାନ କୌଣସି ବି ବୋଲର ବଳକୁ ମାରିବାର ସକ୍ଷମ ରଖନ୍ତି । ୱାଣ୍ଡେ କ୍ରିକେଟରେ ବିରାଟ ଓ ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବୋଲରମାନଙ୍କ ସାମ୍ନା କରିଛନ୍ତି ଓ ସମସ୍ତଙ୍କ ବିରୁଦ୍ଧରେ ରନ ବି କରିଛନ୍ତି । କିନ୍ତୁ କିଛି ବୋଲର ଏମିତି ଅଟନ୍ତି ଯେଉଁମାନଙ୍କ ବିରୁଦ୍ଧରେ ବିରାଟ ଓ ରୋହିତ ୱାଣ୍ଡେରେ ସବୁଠୁ ଅଧିକ ରନ କରିଛନ୍ତି ।

୨୪୮ଟି ମ୍ୟାଚରେ ବିରାଟ କୋହଲି ୧୧,୮୬୭ ରନ କରିଛନ୍ତି । ବିରାଟ କୋହଲି ନିଜର ୱାଣ୍ଡେ କ୍ରିକେଟ କ୍ୟାରିୟରରେ ସବୁଠୁ ଅଧିକ ରନ ବର୍ତ୍ତମାନ ପର୍ଯ୍ୟନ୍ତ କେମାର ରୋଚ ବିରୁଦ୍ଧରେ କରିଛନ୍ତି । ଏହା ଛଡା ସେ ଥିସାରା ପରେରା ଓ ଲାସିଥ ମଲିଂଗାକୁ ବି ନିଜର ଟାର୍ଗେଟ କରିଛନ୍ତି । ନିଜର କ୍ରିକେଟ କ୍ୟାରିୟରରେ ୱାଣ୍ଡେରେ ବିରାଟ ସବୁଠୁ ଅଧିକ ରନ ଏହି ବୋଲରମାନଙ୍କ ବିରୁଦ୍ଧରେ କରିଛନ୍ତି ।

ୱାଣ୍ଡେରେ ବିରାଟ ଏହି ୯ ଜଣ ବୋଲରମାନଙ୍କ ବିରୁଦ୍ଧରେ କରିଛନ୍ତି ସବୁଠୁ ଅଧିକ ରନ

କେମାର ରୋଚ – ୨୭୪ ରନ, ଥିସାରା ପରେରା – ୨୬୦ ରନ, ଲାସିଥ ମଲିଂଗା – ୨୨୫ ରନ, ଜେସନ ହୋଲ୍ଡର – ୨୨୩ ରନ, ଟିମ ସାଉଥୀ – ୨୦୫ ରନ, ଇମରାନ ତାହିର – ୧୯୭ ରନ, ନୁବାନ କୁଲସେକରା – ୧୯୬ ରନ, ଏଂଜେଲୋ ମୈଥ୍ୟୁଜ – ୧୮୪ ରନ, ଏଡମ ଜଂପା – ୧୭୪ ରନ ।

ଅନ୍ୟ ପଟେ ରୋହିତ ଶର୍ମା ବି ପଛରେ ନାହାନ୍ତି । ୱାଣ୍ଡେ ୱାର୍ଲ୍ଡ କପରେ ୨୦୧୯ରେ ୫ ଥର ଶତକ ମାରିଥିବା ରୋହିତ ଶର୍ମା ଭାରତ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୪ ୱାଣ୍ଡେ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୯,୧୧୫ ରନ କରିଛନ୍ତି । ୱାଣ୍ଡେ କ୍ରିକେଟର ବ୍ୟକ୍ତିଗତ ସ୍କୋର କରିଥିବା ରୋହିତ ନିଜର ୱାଣ୍ଡେ କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ ରନ ଜେମ୍ସ ଫକନର ବଲରେ କରିଛନ୍ତି । ଅନ୍ୟ ପଟେ କେମାର ରୋଚ ଓ ଲସିଥ ମଲିଂଗା ଏହି ମାମଲାରେ ଦ୍ଵିତୀୟ ଓ ତୃତୀୟ ନମ୍ବର ରେ ଅଛନ୍ତି ।

ୱାଣ୍ଡେରେ ରୋହିତ ଏହି ୮ ଜଣ ବୋଲରଙ୍କ ବିରୁଦ୍ଧରେ କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ ରନ

ଜେମ୍ସ ଫକନର – ୨୧୯ ରନ, କେମାର ରୋଚ – ୧୮୩ ରନ, ଲସିଥ ମଲିଂଗା – ୧୬୯ ରନ, ପୈଟ କମିଂସ – ୧୬୦ ରନ, ନୁବାନ କୁଲସେକରା – ୧୩୯ ରନ, ଥିସାରା ପରେରା – ୧୩୯ ରନ, ଜେସନ ହୋଲ୍ଡର – ୧୩୪ ରନ, ଗ୍ଲେନ ମୈକ୍ସୱେଲ – ୧୪୨ ରନ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।