ପବନରେ ଜଲ୍ଦି ବ୍ୟାପୁଛି ଏହି ହାଇବ୍ରିଡ କରୋନା, ଏହା କେତେ ମାରାତ୍ମକ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ସାରା ଦୁନିଆ କରୋନା ଭାଇରସ୍ ଯୋଗୁଁ ବ୍ୟତିବ୍ୟସ୍ତ । ଭାରତ ଏବେ କରୋନାର ଦ୍ଵିତୀୟ ଲହରରୁ ଅନେକ ମାତ୍ରାରେ କାବୁ ପାଇ ସାରିଲାଣି । କିନ୍ତୁ ଏହା ମଧ୍ୟରେ ଆଉ ଏକ ଚିନ୍ତା ବଢାଉ ଥିବା ଖବର ସାମନାକୁ ଆସିଛି ।

ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଭାରତ ପରେ ବର୍ତ୍ତମାନ ଭିଏତନାମରେ କରୋନାର ଆଉ ଏକ ନୂଆ ଭ୍ଯାରିଆଣ୍ଟ ଦେଖିବାକୁ ମିଳିଛି । ଏହା ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ଗୁୟେନ୍ ଥାନ୍ ଲଂ ସୂଚନା ଦେଇଛନ୍ତି । ଭିଏତନାମର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ବୈଜ୍ଞାନିକ ମାନେ ସେଠାରେ ଆକ୍ରାନ୍ତ ହୋଇଥିବା କିଛି ରୋଗୀଙ୍କୁ ସଂକ୍ରମିତ କରିଥିବା ଭାଇରସ୍ ର ଜେନେଟିକ୍ ଅଧ୍ୟୟନ କରିଥିଲେ ।

ସେଥିରୁ ଜଣା ପଡିଛି କି, ଏହି ନୂଆ ଭ୍ଯାରିଆଣ୍ଟ ପୂର୍ବରୁ ଥିବା ଭ୍ଯାରିଆଣ୍ଟ ଠାରୁ ସହଜରେ ସଂକ୍ରମଣ କରାଇ ପାରିବ ଓ ଏହା ବାୟୁରେ ମଧ୍ୟ ତୀବ୍ର ଭାବେ ଗତି କରି ପାରେ । ତେବେ ଏହି ନୂଆ ଭ୍ଯାରିଆଣ୍ଟ ବିଷୟରେ ବହୁତ ଶୀଘ୍ର ବିସ୍ତାର ଭାବେ ସୂଚନା ପ୍ରଦାନ କରିବେ ବୋଲି ଭିଏତନାମର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ବିଶେଷଜ୍ଞଙ୍କ ମତରେ ଭାଇରସ୍ ଯେତେ ସଂକ୍ରମଣ କରି ଚାଲେ, ତା ମଧ୍ୟରେ ଜେନେଟିକ ପରିବର୍ତ୍ତନ ମଧ୍ୟ ହୋଇଥାଏ ।

ଚୀନ ରୁ ମିଳିଥିବା କରୋନା ଭାଇରସ୍ ର ମଧ୍ୟ ନୂଆ ଭ୍ଯାରିଆଣ୍ଟ ଦେଖିବାକୁ ମିଳିଛି । ମାତ୍ର ଏହା ସମ୍ବନ୍ଧରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଖବର ମୁତାବକ ଭିଏତନାମରେ ଏ ପର୍ଯ୍ୟନ୍ତ ସାତଟି ଭ୍ୟାରିଆଣ୍ଟ ମିଳି ସାରିଛି । ଯେଉଁଥିରେ ଭାରତ ଓ ବ୍ରିଟେନରେ ମିଳିଥିବା ଭ୍ୟାରିଆଣ୍ଟ ମଧ୍ୟ ସାମିଲ ଅଛି ।

ଗତ ବର୍ଷ ସଫଳତା ସହ କରୋନା ଭାଇରସ୍ କୁ ନିୟନ୍ତ୍ରଣ କରିବା ପରେ, ଚଳିତ ବର୍ଷ ଏପ୍ରିଲ ମାସରୁ ଆଉ ଥରେ କରୋନା ଭାଇରସ୍ ସହ ଲଢେ଼ଇ ଜାରି ରଖିଛି ଭିଏତନାମ । ଭିଏତନାମର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ମତରେ ନୂଆ ଭ୍ୟାରିଆଣ୍ଟ ଏହି ସଂକ୍ରମଣ ପାଇଁ ଦାୟୀ ଅଟେ । ଯାହା ଦେଶରେ ତୀବ୍ର ଗତିରେ ସଂକ୍ରମଣ କରାଉଛି । କିଛି ସପ୍ତାହ ମଧ୍ୟରେ ସେଠାକାର ପରିସ୍ଥିତି ମଧ୍ୟ ଭାରତ ଭଳି ଜଟିଳ ରହିଛି ।

ଯେଉଁ ସ୍ଥାନରେ ଲୋକ ସଂଖ୍ୟା ଅଧିକ ଓ ଇଣ୍ଡଷ୍ଟ୍ରିଆଲ ସ୍ଥାନ ମାନଙ୍କରେ ସଂକ୍ରମଣ ସବୁଠୁ ଅଧିକ ଦେଖା ଯାଉଛି । ଭିଏତନାମରେ ମଧ୍ୟ ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗୁ ହୋଇଛି । ସେଠାକାର ସମସ୍ତ ପାର୍କ, ସେଲୁନ, ସପିଙ୍ଗ ମଲ୍, ରେଷ୍ଟୁରାଣ୍ଟ ଓ କ୍ଳବ୍ ଆଦି ମଧ୍ୟ ବନ୍ଦ କରି ଦିଆ ଯାଇଛି । ବର୍ତ୍ତମାନ ଭିଏତନାମରେ ୧୦ ଲକ୍ଷ ଲୋକ ଆଷ୍ଟ୍ରାଜେନେକା ଟୀକା ନେଇ ସାରିଛନ୍ତି । ତେବେ ବର୍ତ୍ତମାନ କରୋନାର ଏହି ନୂଆ ଭ୍ଯାରିଆଣ୍ଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି ।

ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ