ଜାଣନ୍ତୁ ପାଣି ଦ୍ଵାରା ରାତି ରାତି କେମିତି ଓଜନ କମାଇ ପାରିବେ

ଆଜି ସାରା ବିଶ୍ଵରେ ମୋଟା ଶରୀର ସବୁଠୁ ବଡ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି । ବହୁତ ଲୋକ ଏହାର ଶିକାର । ନିଜର ମୋଟା ଶରୀରକୁ କମ କରିବା ପାଇଁ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦିଅନ୍ତି କିନ୍ତୁ କିଛି ଲାଭ ମିଳେ ନାହିଁ । ଆଜି ଆମେ ନିଜର ମୋଟ ଶରୀରର ଓଜନ କମାଇବା ଓ ସୁସ୍ଥ ଶରୀର ପାଇବା ପାଇଁ ପାଣିର ବ୍ୟବହାର କେମିତି କରିପାରିବା ଏହି ବିଷୟରେ ଜଣାଇବୁ ।

ଶରୀରକୁ ସୁସ୍ଥ ରଖିବା ପାଇଁ, ଓଜନକୁ ନିୟନ୍ତ୍ରିତ ରଖିବା ପାଇଁ ଓ ଶରୀରର ଅନ୍ୟ କ୍ରିୟାକୁ ସୂଚାରୁ ରୂପେ ସଞ୍ଚାଳିତ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଆବଶ୍ୟକ । ଓଜନ କମ କରିବା ପାଇଁ ପାଣି ଓ ପାଣି ସହିତ ଅନ୍ୟ ପଦାର୍ଥର ପ୍ରୟୋଗ କରି ଓଜନ କମା ଯାଇପାରେ ।

ଗୋଟିଏ ଦିନରେ ଅତି କମରେ ୩-୪ ଲିଟର ପାଣି ପିଇବା ଆବଶ୍ୟକ । ଆବଶ୍ୟକତାରୁ କମ ମାତ୍ରାରେ ପାଣି ପିଇବା ଦ୍ଵାରା ଶରୀରର ନିୟନ୍ତ୍ରଣ ପ୍ରଣାଳୀ ଓ ଶରୀରର କୋଷିକାରେ ଅତିରିକ୍ତ ପାଣି ଜମା କରିପାରେ ଯାହା କାରଣରୁ କମ ପାଣି ପିଇବା ଦ୍ଵାରା ଓଜନ ବଢିବାକୁ ଳାଗେ ଓ ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତି ତେବେ ଓଜନ କମିବାକୁ ଲାଗେ । ଆପଣ ଜାଣିଛନ୍ତି କେବେ କେମିତି ଓ କେତେ ମାତ୍ରାରେ ପାଣି ପିଇବା ଉଚିତ ।

ଖାଇବା ପୂର୍ବରୁ ପାଣି ପିଇବା

ଭୋଜନ କରିବାର କିଛି ସମୟ ପୂର୍ବରୁ ପାଣି ପିଇବା ଦ୍ଵାରା ଓଜନ କମିଥାଏ । ଏମିତି କରିବା ଦ୍ଵାରା ପେଟ ଭରିଯିବାର ଅନୁଭବ ହୁଏ ଓ ବ୍ୟକ୍ତି ସାମାନ୍ୟ ମାତ୍ରାରୁ କମ ଖାଦ୍ୟ ଖାଇଥାଏ । ଏମିତି କରିବା ଦ୍ଵାରା ଆମେ ୭୫ କ୍ୟାଲୋରି କମ ଖାଦ୍ୟ ଖାଇଥାଉ ଓ ଏମିତି ବର୍ଷ ସାରା କରିବା ଦ୍ଵାରା ଆମେ ଏକ ବର୍ଷରେ ୨୭୩୭୫ କ୍ୟାଲୋରି କମ ଖାଇଥାଉ । ତେବେ ଖାଇବା ପୂର୍ବରୁ ଏକ ବା ଦୁଇ ଗ୍ଲାସ ପାଣି ଅବଶ୍ୟ ପିଆନ୍ତୁ ।

ସକାଳେ ଖାଲି ପେଟରେ ଦୁଇ ଗ୍ଳାସ ଗରମ ପାଣି ପିଇବା

ଯଦି ଆପଣଙ୍କୁ ସକାଳୁ  ଚା’ ପିଇବାର ଅଭ୍ୟାସ ଅଛି ତେବେ ତା ଜାଗାରେ ଦୁଇ ଗ୍ଳାସ ବା ଏକ ଗ୍ଲାସ ଗରମ ପାଣି ପିଅନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଓଜନ କମ ହେବାକୁ ଳାଗେ । ଯେବେ ଆମେ ଗରମ ପାଣିର ସେବନ କରିଥାଉ ଏହା ଆମ ଶରୀରରେ ମେଟାବୋଲିଜ୍ମ କୁ ବଢାଇଥାଏ ଓ ଏହା ଆମ ଶରୀରର ଅଧିକ ମାତ୍ରାରେ କ୍ୟାଲୋରିକୁ ବର୍ନ କରିଥାଏ ଯାହା ପାଇଁ ଆପଣଙ୍କ ଓଜନ କମିବାକୁ ଲାଗେ ।

ରାତିରେ ଶୋଇବା ସମୟରେ ଏକ ଗ୍ଳାସ ଗରମ ପାଣି ପିଅନ୍ତୁ

ଯେବେ ଆମେ ରାତିରେ ଖାଦ୍ୟ ଖାଇ ଶୋଇଯାଉ ଆମ ଶରୀର ଅଧିକ କ୍ରିୟା କରିପାରେ ନାହିଁ ଯାହା କାରଣରୁ ଆମ ଶରୀର ଭଲ ଭାବେ ଖାଦ୍ୟକୁ ହଜମ କରିପାରେ ନାହିଁ ଓ ଭଲ ଭାବେ ଖାଦ୍ୟ ହଜମ ନ ହେବା ଆମର ମୋଟା ହେବାର ମୁଖ୍ୟ କାରଣ ହୋଇଥାଏ । ଯଦି ଆମେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଗରମ ପାଣି ପିଇବା ଆମର ଖାଦ୍ୟ ଭଲଭାବେ ହଜମ ହେବ, ମେଟାବୋଲିଜ୍ମ ବଢିବ ଯାହା ଦ୍ଵାରା ଆମେ ରାତିରେ ଶୋଇକି ମଧ୍ୟ ଖାଦ୍ୟକୁ ହଜମ କରି ପାରିବା ଯାହା କାରଣରୁ ଆମର ଓଜନ ମଧ୍ୟ କମିବାକୁ ଲାଗିବ ।

ମହୁ ବା ଲେମ୍ବୁ ପାଣି ପିଅନ୍ତୁ

 

ଯଦି ଆପଣ ଦିନରେ ଗୋଟିଏ ବା ଦୁଇ ଥର ମହୁ ବା ଲେମ୍ବୁ ପାଣି ପିଅନ୍ତି ଏଥିରୁ ଆପଣଙ୍କୁ ଆଶ୍ଚର୍ଯ୍ୟଜଣକ ଲାଭ ଦେଖିବାକୁ ମିଳିବ । ଏଥିରେ ଆପଣ ବିଟ ଲୁଣ ବି ପକାଇ ପାରିବେ ।

କେଉଁ କଥାର ଧ୍ୟାନ ରଖିବେ

  • ଅଧିକ ତେଲ ଯୁକ୍ତ ଖାଦ୍ୟ ଓ ରାଗୁଆ ଖାଦ୍ୟ ଖାଇବାରୁ ବଞ୍ଚନ୍ତୁ ।
  • ଦିନରେ ଅତି କମରେ ୪୦ ମିନିଟ କୌଣସି ପ୍ରକାରର ଶାରିରୀକ ପରିଶ୍ରମ ଅବଶ୍ୟ କରନ୍ତୁ ।
  • ଚା’, କଫି ଓ କୋଲ୍ଡଡ୍ରିଙ୍କର ସେବନ କରନ୍ତୁ ନାହିଁ ।
  • ଦିନରେ ୭-୮ ଘଣ୍ଟା ଅବଶ୍ୟ ଶୁଅନ୍ତୁ ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଓଜନ କମ କରିବାରେ ନିଶ୍ଚୟ ସାହାଯ୍ୟ କରିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ହେଲ୍ଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।