ପାନପତ୍ର ଦ୍ଵାରା ଧନ ପ୍ରାପ୍ତିର ଉପାୟ, ଜାଣନ୍ତୁ ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ ଏହି ବିଶେଷ ଉପାୟ

ଯଦି ଆପଣଙ୍କ ଜାତକରେ ଧନ ଯୋଗ ଅଛି କିନ୍ତୁ କିଛି ଗ୍ରହଙ୍କ ଦଶା ଓ ଅନ୍ତର୍ଦ୍ଦଶା ଯୋଗୁଁ ଧନଟି ଅଟକି ଯାଇଛି ଓ ଆପଣଙ୍କ ପାଖରେ ପହଞ୍ଚି ପାରୁନି, ତେବେ ଆପଣ ପାନପାତ୍ରରେ ଏହି ଉପାୟ କରି ଧନ ଲାଭ କରିପାରିବେ । ଜାତକରେ ଧନ ଯୋଗ ଥାଇ ଯଦି ସଂଯୋଗ ବନି ପାରୁନି ତେବେ ଏହି କ୍ରିୟା କରିବା ଦ୍ଵାରା ଆପଣଙ୍କ ରାସ୍ତାରେ ଥିବା ବାଧକ ଗ୍ରହଙ୍କୁ ଏଡାଇ ଦେଇପାରିବେ । ତେବେ ଚାଲନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ଏହି ବିଶେଷ ଉପାୟ ।

ଆମ ଦେହ ଖରାପ ହେଲେ ଯେମିତି ଆମେ ଡାକ୍ତର ଦେଖାଇ ଚିକିତ୍ସା କରିଥାଉ ଠିକ ସେମିତି ଆମ ଭାଗ୍ୟରେଖାରେ ବାଧାବିଘ୍ନ ଥିଲେ ତା’ ପାଇଁ କିଛି ଉପାୟ କରିବା ଦ୍ଵାରା ତାହା ଦୂର ହୋଇଥାଏ । ଏହି ଉପାୟକୁ ଆପଣ ଯେତେ ଶ୍ରଦ୍ଧା ଓ ବିଶ୍ବାସର ସହ କରିବେ ସେତେବେ ଫଳପ୍ରଦ ହେବ । ଅନେକ ସମୟରେ ଆମ ଘରକୁ ଧନ ଆସିଥାଏ, କିନ୍ତୁ ତାହା ଘରେ ରହିପାରେନି । ବସ୍ତୁ ଦୋଷ କିମ୍ବା ଅନ୍ୟ କୌଣସି କାରଣରୁ ଗୋଟିଏ ପରେ ଗୋଟିଏ ଖର୍ଚ୍ଚ ବଢିଚାଲେ ଓ ଯେତେ ଧନ ଆସିଲେ ବି ଖର୍ଚ୍ଚ ହୋଇଯାଏ ।

ସେହିପରି ଆବଶ୍ୟକ ଅନୁସାରେ ମଧ୍ୟ ଘରକୁ ଧନ ଆସିପାରେନି ବା କୌଣସି ବାଧା ଯୋଗୁଁ ତାହା ଅଟକି ଯାଏ । ଯଦି ଧନକୁ ନେଇ ଏହିଭଳି କିଛି ବି ବାଧା ରହିଛି ତେବେ ଏହି ଉପାୟ କରି ଆପଣ ଧନ ଲାଭ କରିପାରିବେ । କୌଣସି ଶୁକ୍ଲପକ୍ଷ ସୋମବାର ଦିନ ଘରକୁ ଗୋଟିଏ ପାନପତ୍ର ଆଣନ୍ତୁ ।

ପାନପତ୍ରଟି ଯେପରି ଟିକିଏ ବଡ ହୋଇଥିବ ଓ ସେଥିରେ ଡେମ୍ଫ ଲାଗିଥିବ । ଘରକୁ ଆଣିବା ପରେ ସେହି ପାନପତ୍ରକୁ ପ୍ରଥମେ ଗଙ୍ଗାଜଳରେ ଧୋଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଦରକାର ପଡିବ ମହୁ । ଘରେ ଥିବା ମହୁ ଆପଣ ବ୍ୟବହାର କରିପାରିବେ କିମ୍ବା ବାହାରୁ ଆଣି ମଧ୍ୟ ବ୍ୟବହାର କରିପାରିବେ ।

ପାନପାତ୍ର ଉପରେ ଆପଣଙ୍କୁ ମହୁରେ ଶ୍ରୀ ଲେଖିବାକୁ ହେବ । ପାନପତ୍ରର ଯେକୌଣସି ପାର୍ଶ୍ଵରେ ଆପଣ ଏହା ଲେଖିପାରିବେ । ପାନପତ୍ରର ଉପର ଭାଗରେ କନିଷ୍ଠ ଆଙ୍ଗୁଳିରେ ମହୁ ନେଇ ଆପଣ ପାନପତ୍ର ଉପରେ ସାତଥର ଶ୍ରୀ ଲେଖନ୍ତୁ । ଆପଣ ଚାହିଁଲେ ପାନପତ୍ରର ଉଭୟ ପାର୍ଶ୍ଵରେ ସମୁଦାୟ ସାତ ଥର ଶ୍ରୀ ଲେଖିପାରିବେ ।

ପାନପତ୍ର ହେଉଛି ବୁଧଙ୍କର । ବାଣିଜ୍ୟ, ବ୍ୟବସାୟ ଓ ଧନ ଏହିସବୁର କାରକ ହେଉଛନ୍ତି ବୁଧ । ମହୁ ହେଉଛି ମିଠା ଯାହା ଶୁକ୍ର ଏବଂ ମଙ୍ଗଳ ଉଭୟଙ୍କୁ ବୁଝାଏ । ଆଉ କନିଷ୍ଠ ଆଙ୍ଗୁଳି ମଧ୍ୟ ବୁଧଙ୍କର । ଏହିପରି ଲେଖିସାରିବା ପରେ ଆପଣ ଭଗବାନ ଗଣେଶଙ୍କୁ ପାନପତ୍ରଟିକୁ ଭାଙ୍ଗି ଦିଅନ୍ତୁ ଓ ଭଗବାନ ଗଣେଶଙ୍କ ନିକଟରେ ଅର୍ପଣ କରନ୍ତୁ ।

ଏହି ଉପାୟକୁ ଶୁକ୍ଲପକ୍ଷ ସୋମବାର ଠାରୁ ଆରମ୍ଭ କରିବେ ହେଲେ କୃଷ୍ଣପକ୍ଷ ସୋମବାର ଦିନ ମଧ୍ୟ କରିବେ । ଏହିପରି କରିଚାଲନ୍ତୁ ଦେଖିବେ କିଛି ନା କିଛି ବାଟରେ ଆପଣଙ୍କ ପାଖକୁ ଧନ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।