ପାଚନ ଶକ୍ତି ଏତେ ବଢିଯିବ କି ପଥର ବି ହୋଇଯିବ ହଜମ

ଆମର ପୁରା ଶରୀର ଆମର ପାଚନ ତନ୍ତ୍ର ଉପରେ ନିର୍ଭର କରିଥାଏ । ଯଦି ଆମର ପାଚନ ତନ୍ତ୍ରରେ କିଛି ଗଡ ବଡ ହୋଇଯାଏ ତେବେ ଏହାର ପ୍ରଭାବ ଆମର ତ୍ଵଚ୍ଚା, ବାଳ, ମସ୍ତିସ୍କ ଓ ଆମ ଆଖିରେ ଦେଖାଯିବା ସହିତ ଆମ ପୁରା ଶରୀରର ଅଙ୍ଗ ଉପରେ ଦେଖାଯାଇଥାଏ । ଏଥିପାଇଁ ପାଚନ ତନ୍ତ୍ର ଖରାପ ହେବାର ଲକ୍ଷଣକୁ ଚିହ୍ନିବା ଜରୁରୀ ହୋଇଥାଏ । ଯେମିତିକି ଠିକ ଖାଦ୍ୟ ଖାଉଥିଲେ ମଧ୍ୟ ଶରୀରରେ ଲାଗେ ନାହିଁ , ବାରମ୍ବାର ବା କମ ଭୋକ ଲାଗିବା, ସକାଳେ ଉଠିଲେ ପେଟ ସଫା ନ ହେବା, ଦିନରେ ବାରମ୍ବାର ଫ୍ରେସ ହେବା ପାଇଁ ଟଏଲେଟ ଯିବା ଏହା ସବୁ ପାଚନ ତନ୍ତ୍ର କମଜୋର ହେବାର ସଙ୍କେତ ।

ପାଚନ ତନ୍ତ୍ର କମଜୋର ହେବା କାରଣରୁ ଶରୀରରେ ଗ୍ୟାସ, ଏସିଡିଟି, ପେଟ ଦରଜ, ଛାତି ପୋଡିବା, କବ୍ଜ , ଥାଇରଏଡ ପ୍ରୋବ୍ଲେମ, ସ୍କିନ ପ୍ରୋବ୍ଲେମ, ରାତିରେ ନିଦ ନ ଆସିବା, ବାବାସିର ଓ ହାଡରେ କଷ୍ଟ ହୋଇଥାଏ ।

କାରଣ ଯେ ପର୍ଯ୍ୟନ୍ତ ଆମ ଖାଦ୍ୟ ଶରୀରରେ ହଜମ ହୁଏ ନାହିଁ ଏହା ଶରୀରରେ ଶଢିବାକୁ ଲାଗିଥାଏ ଯାହା କାରଣରୁ ଆମକୁ ବିଭିନ୍ନ ପ୍ରକାରର ଛୋଟ ଛୋଟ ରୋଗ ହେବାର ସମ୍ଭାବନା ବଢିଯାଇଥାଏ । ଚାଲନ୍ତୁ ଆଜି ଆମେ ଜାଣିବା କି କେଉଁ କେଉଁ ଭୁଲ ଆମ ପାଚନ ତନ୍ତ୍ରକୁ କମଜୋର କରିଥାଏ ଓ ପାଚନ ତନ୍ତ୍ରକୁ ମଝବୁତ କରିବା ପାଇଁ କଣ କଣ ଘରୋଇ ଉପାୟ କରିବା ଆବଶ୍ୟକ ।

ପାଚନ ତନ୍ତ୍ରକୁ ମଝବୁତ କରିବବାର ଘରୋଇ ଉପାୟ

ଖାଦ୍ୟ ପରେ ପାନମଧୁରୀ ଖାଇବା

ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବା ଦ୍ଵାରା ଆମର ପାଚନ ପ୍ରକ୍ରିୟା ବଢିଯାଇଥାଏ ଓ ଏହା ଆମ ପେଟକୁ ଥଣ୍ଡା ରଖିଥାଏ । ଏଥିପାଇଁ ଖାଦ୍ୟ ଖାଇବା ପରେ ପାନମଧୁରୀ ୧ ବା ୨ ଚାମଚ ଚୋବାଇ ଚୋବାଇ ଖାଇବା ଆବଶ୍ୟକ । ଯଦି ଆପଣ ଏମିତି କରନ୍ତି ଖାଦ୍ୟ ଭଲ ଭାବେ ହଜମ ହେବ ଓ ଆପଣଙ୍କ ପାଚନ ତନ୍ତ୍ର ପୂର୍ବରୁ ଅଧିକ ମଝବୁତ ହୋଇଯିବ ।

ଖାଇବା ପରେ ଏକ ଘରୋଇ ଡ୍ରିଂକର ସେବନ

ଗୋଟିଏ କପ ଗରମ ପାଣିରେ ଗୋଟିଏ ଚାମଚ ଅଦା ରସ ଓ ଗୋଟିଏ ଚାମଚ ଲେମ୍ବୁ ରସ ପକାଇ ଏହାକୁ ଖାଦ୍ୟ ଖାଇବାର ୧୫ ମିନିଟ ପୂର୍ବରୁ ପିଇବାର ଅଛି । ଏମିତି କରିବା ଦ୍ଵାରା ଆପଣ ଖାଇଥିବା ଭୋଜନ ଭଲ ଭାବେ ହଜମ ହୋଇଥାଏ ଓ ଆପଣଙ୍କ ପାଚନ ତନ୍ତ୍ର ବି ମଝବୁତ ହୋଇଥାଏ ।

ସକାଳେ ଖାଲି ପେଟରେ ଚା ପିଇବା

ସକାଳେ ଖାଲି ପେଟରେ ଚା ପିଇବା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ଓ ଏହା ଆପଣଙ୍କର ପାଚନ ତନ୍ତ୍ର କୁ ଖରାପ କରିଥାଏ ।

ଖାଇବା ସମୟରେ ପାଣି ପିଇବା ମଧ୍ୟ ଆମ ପାଚନ ତନ୍ତ୍ର କୁ ଖରାପ କରିଥାଏ ।

ମଇଦା ତିଆରି ଜିନିଷର ସେବନ କରିବା ।

ମଇଦା ତିଆରି ଜିନିଷର ସେବନ କରିବା ଦ୍ଵାରା ମଇଦା ଆମ ଶରୀରରେ ଭଲ ଭାବେ ହଜମ ହୋଇପାରେ ନାହିଁ ଓ ଏହା ଆମ ପାଚନ ଶକ୍ତିକୁ କମ କରିଥାଏ ।

ତେଲଯୁକ୍ତ ଜିନିଷର ଅଧିକ ସେବନ କରିବା

ଏହି ସବୁ ଖାଦ୍ୟ ଅଧିକ କ୍ୟାଲୋରି ଯୁକ୍ତ ହୋଇଥାଏ ଓ ଯାହାକୁ ହଜମ କରିବାରେ ଆମ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ଯାହା ଦ୍ଵାରା ଆମର ପାଚନ ପ୍ରକ୍ରିୟା କମଜୋର ହୋଇଥାଏ ।

ଅଧିକ ନିଶା ଦ୍ରବ୍ୟର ସେବନ କରିବା

କେବଳ ମଦ ନୁହେଁ କୌଣସି ବି ପ୍ରକାରର ନିଶା ସେବନ କରିବା ଆମ ପାଚନ ପ୍ରକ୍ରିୟାକୁ କମଜୋର କରିଥାଏ ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ହେଲ୍ଥ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।