ଚର୍ଚାରେ ହାଇକୋର୍ଟଙ୍କ ରାୟ ! କହିଲେ ‘ଓଠରେ ଚୁମ୍ବନ ଅପ୍ରାକୃତିକ ସମ୍ବନ୍ଧ ନୁହେଁ, କିନ୍ତୁ ଯଦି…’

ଓଠରେ ଚୁମ୍ବନ ଦେବା ଅପ୍ରାକୃତିକ ସମ୍ପର୍କ ନୁହେଁ । ଏକ ମାମଲାର ଶୁଣାଣି ବେଳେ ଏହିଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଏହି ମାମଲାରେ କହିଛନ୍ତି ଯେ, ପ୍ରେମର ସହ ସ୍ପର୍ଶ କରିବାକୁ ଉତ୍ପୀଡନ ବୋଲି କୁହାଯିବ ନାହିଁ । ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁସାରେ ଏହା ଏକ ଅପରାଧ ବୋଲି ବିବେଚନା କରାଯାଏ ନାହିଁ । ଏଥିସହିତ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଜାମିନ ପାଇଥିବା ବ୍ୟକ୍ତିଜଣକ ଜଣେ ନାବାଳକଙ୍କ ଓଠରେ ଚୁମ୍ବନ ଦେବା ସହ ତାଙ୍କର ସଂବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଛନ୍ତି ବୋଲି ତାଙ୍କ ନାଁ’ରେ ଅଭିଯୋଗ ହୋଇଥିଲା । ଉକ୍ତ ନାବାଳକଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ ଦିନେ ତାଙ୍କ ଆଲମାରିରୁ ଟଙ୍କା ହୋଇଥିଲା । ଏହାପରେ ତାଙ୍କ ବାପା ଜାଣିବାକୁ ପାଇଥିଲେ କି ତାଙ୍କ ପୁଅ ଅନଲାଇନ ଗେମ୍ ଖେଳିବା ପାଇଁ ଟଙ୍କା ନେଉଛି । ଗେମ୍ ଖେଳିବା ପାଇଁ ତାଙ୍କ ପୁଅ ଏକ ଦୋକାନକୁ ରିଚାର୍ଜ କରିବା ପାଇଁ ଯାଇଥିଲେ ।

ଏହା ଦେଖି ନାବାଳକଙ୍କ ବାପା ତାଙ୍କ ପୁଅର ପିଛା କରିଥିଲେ । କିନ୍ତୁ ସେ ସେଠାରେ ଦେଖିବାକୁ ପାଇଥିଲେ କି ଉକ୍ତ ଦୋକାନୀ ଜଣକ ତାଙ୍କ ପୁଅର ଓଠରେ ଚୁମ୍ବନ ଦେବା ସହ ତାଙ୍କ ସଂବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଛି । ଏହା ଦେଖି ସେ ଦୋକାନୀଙ୍କ ନାଁ’ରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ପୋଲିସ ସେହି ଦୋକାନୀଙ୍କୁ ପୋକ୍ସୋ ଆକ୍ଟ ଅନୁସାରେ ଗିରଫ କରିଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଧାରା ୩୭୭, ୩୮୪ ଓ ୪୨୦ ଅଧୀନରେ ମାମଲା ଦାୟର ମଧ୍ୟ କରା ଯାଇଥିଲା । ଏହାପରେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତରେ ମଧ୍ୟ ରଖା ଯାଇଥିଲା । ପରେ ଅଭିଯୁକ୍ତ ବ୍ୟକ୍ତି ଜଣକ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଏହା ପୂର୍ବରୁ ମଧ୍ୟ ଏହିପରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଚାରପତି ଜଷ୍ଟିସ କନେଡିବାଲା । ସେ କହିଥିଲେ କି ଯଦି ଅଭିଯୁକ୍ତ ଓ ପୀଡିତଙ୍କ ମଧ୍ୟରେ ସିଧାସଳଖ ଶାରୀରିକ ସମ୍ପର୍କ ନାହିଁ କିମ୍ବା ଚର୍ମକୁ ଚର୍ମ ସ୍ପର୍ଶ ହୋଇନାହିଁ ତେବେ ପୋକ୍ସୋର ଧାରା ୭ ଅନୁସାରେ ଏହାକୁ ଏକ ଯୌନ ଉତ୍ପୀଡନ ବୋଲି କୁହା ଯାଇପାରିବ ନାହିଁ । ସେତେବେଳେ ବମ୍ବେ ହାଇକୋର୍ଟଙ୍କ ଏହିପରି ଟିପ୍ପଣୀକୁ ଦେଶବ୍ୟାପୀ ବିରୋଧ କରା ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।