ସ୍ଵର୍ଗତଃ ଅଜିତ ଦାଶଙ୍କ ସମ୍ପତି, ପରିବାର ଓ ଜାଣନ୍ତୁ ତାଙ୍କର ଫିଲ୍ମ କ୍ୟାରିୟର

ବର୍ତ୍ତମାନ ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ଲୋକପ୍ରିୟ ବରିଷ୍ଟ ଅଭିନେତା ଅଜିତ ଦାଶ । ଆଜି ଆମେ ଆପଣଙ୍କୁ ଅଜିତ ଦାଶଙ୍କ ପରିବାର ଓ ତାଙ୍କ ବିଷୟରେ କିଛି ଏମିତି ଅକୁହା କଥା କହିବୁ ଯାହାକୁ ହୁଏତ ଓଡିଶା ବାସୀ ଜାଣି ନଥିବେ । ଜୀବନ ଯୁଦ୍ଧରେ ହାରିଗଲେ ଅଜିତ ଦାଶ । କିନ୍ତୁ ହାରିକି ମଧ୍ୟ ସେ ଆଜି ଜିତି ଯାଇଛନ୍ତି । ମୟୂରଭଞ୍ଜ ର କରଞ୍ଜିଆ ରୁ ଦିଲ୍ଲୀ ର ନାସନାଲ ସ୍କୁଲ ଅଫ ଡ୍ରାମା ଏବଂ ଓଡିଶା ସଂଗୀତ ନାଟକ ମହା ବିଦ୍ୟାଳୟର ଜଣେ ଉଚ୍ଚ କୋଟିର କଳାକାର, ଛାତ୍ର ବତ୍ସଳ ଅଧ୍ୟାପକ ଏବଂ ବହୁମୂଖୀ ପ୍ରତିଭାର ଅଧିକାରୀ ଅଜିତ ଦାଶ ।

ସେ ନିଜର ଏକ ସ୍ଵତନ୍ତ୍ର ସ୍ଥାନଟିଏ ହାସଲ କରିଥିଲେ । ସେ ବେସ ମେଳାପୀ ଓ ଖୁସମିଜାଜ ର ଥିଲେ । ଏହା ସହିତ ସେ ଜଣେ ଶୃଙ୍ଖଳାରେ ବନ୍ଧା ଅଧ୍ୟାପକ ବି ଥିଲେ । ଏବେ ସମସ୍ତେ ତାଙ୍କୁ ଝୁରୁଛନ୍ତି । ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଠାରୁ ଆରମ୍ଭ କରି ଅଶ୍ରୁମୋଚନ, ଶ୍ରୀତମ ଦାଶ ଏବଂ ଓଡିଆ ସିନେ ମଞ୍ଚ ନାଟକ ସହ ଜଡିତ ଥିବା କଳାକାର ଅଜିତ ଦାଶଙ୍କ ସ୍ମୃତିକୁ ସମସ୍ତେ ବଖାଣନ୍ତି ।

ସେ ଜଣେ ଭଲ ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ଭାବେ ପସିଦ୍ଧି ଲାଭ କରିଛନ୍ତି । 1976 ମସିହାରେ ସେ ସିନ୍ଦୁର ବିନ୍ଦୁ ରୁ ଓଡିଆ ସିନେମା ରେ ଅଭିନୟ ଆରମ୍ଭ କରିଥିବା ଅଜିତ ଦାଶ 60 ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରିଛନ୍ତି । ଖଳନାୟକ ରୁ ଅଭିନୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ନାୟକ, ଓ ଚରିତ୍ର ଅଭିନୟରେ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ । କିନ୍ତୁ ସେ ସିନେମା ବ୍ଯତୀତ ନାଟକ ପ୍ରତି ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ସିନେମାରେ ମଧ୍ୟ ତାଙ୍କ ଅଭିନୟ ବେସ ମନଛୁଆଁ ଅଟେ । ତୁଣ୍ଡବାଇଦ ରେ କମ ସମୟରେ ବଡ ଭାଇର ଭୂମିକା ଅଭିନୟ କରି ବି ସେ ଦର୍ଶକଙ୍କ ମନ ଚୁଇଁଥିଲେ । ଏଥିରେ ମୁଖ୍ୟ ନାୟକ ଥିଲେ ଉତ୍ତମ ମହାନ୍ତି । ସେହିଭଳି ପ୍ରସଞ୍ଜିତ ଙ୍କ ଅଭିନୀତ ମା ରେ ଛୋଟ ଭୂମିକାରେ ନଜର ଆସି ସେ ଦର୍ଶକଙ୍କ ମନ କିଣିଥିଲେ । ପରବର୍ତ୍ତୀ ସମୟରେ ସେ ଅଧିକାଂଶ ନାଚ, ମଞ୍ଚ ନାଟକ ଆଡକୁ ମନ ବଳାଇ ଥିଲେ । ସେ ଅଜିତ ନାମରେ ଏକ ନାଟ୍ଯ ସଂସ୍ଥା ଗଢିଥିଲେ ।

ମେଳାପୀ ଓ ମଜାକିଆ ସ୍ଵଭାବର ଅଜିତ ଦାଶ ଜଣେ ଭଲ ଶିକ୍ଷକ ମଧ୍ୟ ଥିଲେ । ୨୦ ଜାନୁଆରୀ ୧୯୪୯ ରେ ମୟୂରଭଞ୍ଜ ର କରଞ୍ଜିଆ ରେ ଅଜିତ ଦାଶ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଅଭିନୀତ ହାକିମ ବାବୁ ଚଳଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଅଜିତଙ୍କର ସମ୍ପତି ବିଷୟରେ କହିଲେ ତାଙ୍କର ନିଜର ଡ୍ରାମା ସ୍କୁଲ, ଫିଲ୍ମ ଥିଏଟର ଓ ତାଙ୍କର ଏକ ଆଲିଶାନ ଘର ରହିଛି । ଏହା ସହିତ ଅଜିତଙ୍କର ଦୁଇଟି ଲକ୍ଜରୀ କାର ମଧ୍ୟ ରହିଛି । ଅଜିତଙ୍କର ସମୁଦାୟ ସମ୍ପତିର ମୂଲ୍ୟ ପାଖା ପାଖି ୪୦ କୋଟିରୁ ଅଧିକ ହୋଇପାରେ ।

କିଛି ଦିନ ତଳେ ଅଜିତ ଦାଶ କୋଭିଡ ସଂକ୍ରମିତ ହୋଇଥିବା ଜଣା ପଡିଥିଲା ତେବେ ରବିବାର ଦିନ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ କୋଭିଡ ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଅଜିତ ଦାଶଙ୍କ ପରିବାର କଥା କହିଲେ ଅଜିତ ଦାସଙ୍କ ସ୍ତ୍ରୀଙ୍କର ନାମ ହେଉଛି ମାୟା ଦାସ ଯାହାଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏହା ସହିତ ଅଜିତଙ୍କର ଝିଅ ଝିଅ ମଧ୍ୟ ଅଛନ୍ତି ଜଣେ ବିବାହ କରି ଦୁଇଟି ପିଲାର ମା ହୋଇସାରିଛନ୍ତି ।