ମୋଟାପଣ (obesity) କୁ ନେଇ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଓଜନ କମାଇବାର ସହଜ ଉପାୟ Dr. Abhay Kumar Sahoo ଙ୍କ ଠାରୁ

ଆଜିକାଲି ମୋଟାପଣ ବା ମେଦ ବହୁଳତାକୁ ନେଇ ସମସ୍ତେ ଚିନ୍ତିତ । ଅନିୟମିତ ଜୀବନ ଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଛୋଟ ବଡ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । କିନ୍ତୁ ଓଜନ କେମିତି କମାଇବେ ଏହା ବହୁତ କମ୍ ଲୋକଙ୍କୁ ଜଣା । ଆପଣ ବା ଆପଣଙ୍କର କେହି ପରିଜନ ବା ପ୍ରିୟ ଲୋକ ଯଦି ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଚାଲନ୍ତୁ ଜାଣିବା ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଭୟ କୁମାର ସାହୁଙ୍କ ଠାରୁ ।

ଯଦି ଆପଣ ମୋଟା ଅଛନ୍ତି ତେବେ ଡାଏଟ ଏବଂ ଏକ୍ସରସାଇଜ କରିବା ଅନିବାର୍ଯ୍ୟ ଅଟେ । ଏଥିପାଇଁ ଆପଣ ପ୍ରଥମେ ଦୃଢ ନିଶ୍ଚୟ କରନ୍ତୁ । ଏହାପରେ ଧୀରେ ଧୀରେ ବ୍ୟାୟମ ଏବଂ ଡାଏଟ ଆରମ୍ଭ କରନ୍ତୁ । ଆରମ୍ଭରୁ କମ ସମୟ ବ୍ୟାୟମ କରନ୍ତୁ ଓ ଧୀରେ ଧୀରେ ଏହା ବୃଦ୍ଧି କରନ୍ତୁ । ଏହିପରି ଧୀରେ ଧୀରେ କରି ସମୟ ବଢାଇ ବ୍ୟାୟାମ କଲେ ଆପଣ ଆଗକୁ ଏହା ଜାରି ରଖିପାରିବେ । ପ୍ରତିଦିନ ଅତି କମରେ ୩୦ ରୁ ୪୫ ମିନିଟ ଯଦି ଆପଣ ଜୋର ଜୋରରେ ଚାଲିବେ । ଯେପରି ୧ ଘଣ୍ଟା ମଧ୍ୟରେ ୪ ରୁ ୫ କିଲୋମିଟର ଚାଲି ପାରୁଥିବେ ।

ଏପରି ଆପଣ ସପ୍ତାହରେ ଅତି କମରେ ୫ ଦିନ ସକାଳୁ ଉଠି ଚାଲିବେ । କିନ୍ତୁ ଦୁଇ ଦିନ ଲଗାତାର କେବେ ଚାଲିବା ବା ବ୍ୟାୟାମ କରିବା ବନ୍ଦ କରିବେ ନାହିଁ । ଆଉ ଯଦି ଆପଣ ୭ ଦିନ ବ୍ୟାୟମ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଆହୁରି ଭଲ ହେବ । ଯଦି ଆପଣ ଜିମ ଯାଇ ବ୍ୟାୟାମ କରୁଛନ୍ତି ତେବେ ଅତିକମରେ ଡିଆଙ୍କୁ ୧୫ ଦିନ ବା ସପ୍ତାହକୁ ୯୦ ମିନିଟ କରିବେ । କିନ୍ତୁ କେବେ ହେଲେ ଦୁଇ ଦିନ ଲଗାତାର ବ୍ୟାୟାମ କରିବା ବନ୍ଦ କରିବେ ନାହିଁ ।

ତେବେ ବ୍ୟାୟାମ ସହ ଡାଏଟ ବା ଖାଦ୍ୟପେୟରେ ନିୟନ୍ତ୍ରଣ ଏବଂ ସନ୍ତୁଳିତ ଖାଦ୍ୟପେୟ ମଧ୍ୟ ନିହାତି ଆବଶ୍ୟକ ରହିଛି । ମେଦ ବହୁଳତା ପାଇଁ କିଛି ଔଷଧ ରହିଛି । ଯାହା ସେବନ କରିବା ଦ୍ଵାରା ଆପଣଙ୍କ ଓଜନ ହ୍ରାସ ହୋଇପାରେ । କିନ୍ତୁ ଡାକ୍ତର ଅଭୟ କୁମାର ସାହୁଙ୍କ ଅନୁଯାୟୀ ଆପଣ ଯଦି ଓଜନ କରିବାକୁ ଚାହୁଁଛନ୍ତି ତେବେ କେବେ ମଧ୍ୟ ଔଷଧ ଉପରେ ନିର୍ଭର କରନ୍ତୁ ନାହିଁ । ଆପଣ ପ୍ରାକୃତିକ ଭାବେ ବ୍ୟାୟାମ ଏବଂ ଖାଦ୍ୟପେୟରେ ନିୟନ୍ତ୍ରଣ କରି ଓଜନ କମାଇ ପାରିବେ ।

କାରଣ ଏଥିପାଇଁ ବ୍ୟବହାର ହେଉଥିବା ଔଷଧର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଛି । ଆପଣଙ୍କ ଜୀବନରେ ଡାଏଟ ଏବଂ ଏକ୍ସରସାଇଜକୁ ଗୁରୁତ୍ଵ ଦିଅନ୍ତୁ । ଏହି ଦୁଇଟି ବିଷୟ ପ୍ରତି ଯଦି ଆପଣ ଧ୍ୟାନ ଦେବେ, ତେବେ ନିଶ୍ଚୟ ଆପଣ ମେଦ ବହୁଳତା କମ କରିପାରିବେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।