ଡିପ୍ରେସନ ରୂପ ନେଇ ସାରିଥିବା ଲଘୁଚାପ ଏବେ ଡୀପ ଡିପ୍ରେସନର ରୂପ ନେବାକୁ ଯାଉଛି, ଏହି ସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରାବଳ ବର୍ଷା

ଅବପାତର ରୂପ ନେଲା ଲଘୁଚାପ । ଆଜି ସକାଳ 5.30 ରେ ପଶ୍ଚିମ କେନ୍ଦ୍ରୀୟ ବଂଗୋପ ସାଗରରେ ଅବପାତର ରୂପ ନେଇଛି ଲଘୁଚାପ । ବିଶାଖାପାଟଣା ଠାରୁ 430 କି ମି ଦକ୍ଷିଣ ଓ ଦକ୍ଷିଣ-ପୁର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ବା ଡୀପ ଡୀପ୍ରେସନ ର ରୂପ ନେଇପାରେ । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା କାଲି ରାତିରେ ନରେଶ ପୁର ଓ ବିଶାଖା ପାଟଣା ମଧ୍ୟରେ ଅତିକ୍ରମ କରିବ ।

ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଉପକୂଳ ଓ ଆଭ୍ଯନ୍ତରୀଣ ଓଡିଶାରେ ବର୍ଷାର ସମ୍ଭାବନା ରହିଛି ।

11 ଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଗଜପତି, ରାୟଗଡା, ଜଗତସିଂହ ପୁର, ମାଲକାନଗିରି କୋରାପୁଟ, ଗଞ୍ଜାମ, ପୁରୀ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ଆସନ୍ତା ୧୪ ତାରିଖରେ ପୁଣି ଏକ ଲଘୁଚାପ ର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଆଜି ଠାରୁ ଆସନ୍ତା ୧୩ ତାରିଖ ଯାଏ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।