ଆସନ୍ତା ୭ ରୂ ପ୍ରବଳ ବର୍ଷା ପୁଣି, କେଉଁ ଜିଲ୍ଲାକୁ କେତେ ଢାଳିବ କଣ ହେବ?

ଓଡିଶାର ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ କିଛି ନୂଆ ଅପଡେଟ ଆସୁଛି । କୁହାଯାଉଛି କି ଆସନ୍ତା ୬ ତାରିଖରୁ ଓଡିଶାର କେତେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଚାରିଆଡେ ଗରମର ପ୍ରଭାବ ଦେଖିବାକୁ ମିଳୁଛି । ସମସ୍ତଙ୍କୁ ଗୁଳି ଗୁଳି ଗରମ ଲାଗୁଛି । ଏମିତିରେ ମାନବ ଜୀବନ ଅସ୍ତ ବ୍ୟସ୍ତ ହୋଇ ଯାଇଛି । ଏମିତିରେ ଆସନ୍ତା ୬ ତାରିଖର ସନ୍ଧ୍ୟା ସମୟରୁ କିମ୍ବା ୭ ତାରିଖ ଦିନ ଠାରୁ ବର୍ଷା ଆରମ୍ଭ ହୋଇପାରେ ।

ବର୍ଷାର ପରିମାଣ ଧୀରେ ଧୀରେ ବୁଦ୍ଧି ପାଇବେ । ଆପଣଙ୍କୁ କହିଦେଉଛୁ କି ଓଡିଶାର ସବୁ ଜିଲ୍ଲାରେ ବର୍ଷା ହେବ ନାହିଁ କେବଳ ଓଡିଶାର କିଛି ଜିଲ୍ଲାରେ ହିଁ ବର୍ଷା ହେବ । ପ୍ରଥମେ ଉପକୂଳ ଓଡିଶା ଓ ଆଭ୍ଯନ୍ତରୀଣ ଓଡିଶାର କିଛି କିଛି ଜିଲ୍ଲାରେ ବର୍ଷା କିମ୍ବା ପ୍ରବଳ ମାତ୍ରା ବର୍ଷା ହେବାର ସମ୍ଭାବନା ଅଛି । କହିବାକୁ ଗଲେ କିଛି ଦିନ ବର୍ଷା ହେବା ପରେ ପୁଣି ଥରେ ଗରମ ଲାଗୁଥିଲା ।

କାରଣ ମୌସୁମୀ ଦୁର୍ବଳ ହୋଇଯାଇଥିଲା । ମୋସୁମୀ ଏଥିପାଇଁ ଦୁର୍ବଳ ହୋଇଛି କାରଣ ଓଡିଶା ଓ ଝାରଖଣ୍ଡ ନିକଟବର୍ତ୍ତୀ ଟ୍ରପଲାଇନ ଉତ୍ତର ପ୍ରଦେଶ ଦିଗରେ ଅଛି ଓ ଅନ୍ୟ ଏକ ଟ୍ରପଲାଇନ ଜୟପୁର ପାଖାପାଖି ଅଛି । ଯେଉଁ କାରଣରୁ ମୌସୁମୀ ଦୁର୍ବଳ ହେବାକୁ ଲାଗୁଛି ଓ ସେଥିପାଇଁ ବର୍ଷା ସେହିଭଳି ମାତ୍ରାରେ ଦେଖିବାକୁ ମିଳୁ ନାହିଁ ।

ଓଡିଶାର ପାଣିପାଗ ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ଅର୍ଥାତ ଜୁନ ୧ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ହୋଇଛି ଓ ପାହାପାଖି ୯ ଟି ଜିଲ୍ଲାରେ ୬ ପ୍ରତିଶତ ଅତିରିକ୍ତ ବର୍ଷା ହୋଇଛି । ଅନ୍ୟ ପଟେ ଗଜପତି ଓ ଖୋର୍ଦ୍ଦା ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି । ଏମିତିରେ କିଛି ରାଜ୍ୟରେ ପାଗ ଶୁଖିଲା ରହିବ ଓ ଏହା ସହିତ ଆଉ କିଛି ରାଜ୍ୟରେ ସ୍ୱଳ୍ପ ବର୍ଷା ସହ ଘଡଘଡି ବର୍ଷା ହୋଇପାରେ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।