କରୋନା ଅନାଥଙ୍କ ପାଇଁ Odisha ସରକାରଙ୍କ ନୂଆ ଯୋଜନା “ଆଶୀର୍ବାଦ”, ଜାଣନ୍ତୁ ଏହି ଯୋଜନାର କିପରି ନେବେ ଫାଇଦା

ନିଜର ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି ଯାହାର ନାଁ ହେଉଛି ଆଶୀର୍ବାଦ । ଯେଉଁଥିରେ ବାପା ଓ ମା ହରାଇଥିବା ଶିଶୁ ସହାୟତା ପାଇବେ ।

ବାପା, ମା ବା ଜଣକୁ ହରାଇଥିବା ପିଲାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ । ଏହି ଯୋଜନା ଅନୁସାରେ ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିଲେ ମାସିକ ୧୫୦୦ ତାଙ୍କ ମିଳିବ । ଯେପରି ଅସହାୟ ଶିଶୁ ବାବ ନ ପଡିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହି ଯୋଜାନାରେ ଜିଲ୍ଲାପାଳ ପ୍ରତି ବର୍ଷ ସ୍ବତନ ଅଭିଯାନ କରିବେ । ଏହି ଅସାହୟ ପିଲା ମାନଙ୍କୁ ଆଦର୍ଶ ବ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ମିଳିବ ବୋଲି ଏହିଭଳି ନୂଆ ଯୋଜନା ହେବାକୁ ଯାଉଛି ।

ବର୍ତ୍ତମାନ କୋରୋନା ସମୟରେ ଯେଉଁ ପିଲାଙ୍କର ବାପା ବା ମା ଚାଲିଯାଉଛନ୍ତି ଏହି କଥାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ନିୟମ ଘୋଷଣା କରିଛନ୍ତି । ଯଦି ପିଲାର ବାବ ବା ମା ମଧ୍ୟରୁ ଜଣେ କେହି ମୃ-ତ୍ୟୁ-ବ-ର-ଣ କରିଥିବେ ତେବେ ସେହି ପିଲକୁ ମାସିକ ସହାୟତା ଭାବେ ୧୫୦୦ ତାଙ୍କ ମିଳିବ । ୨୦୨୦ ଏପ୍ରିଲ ମାସ ୧ରୁ ଯେଉଁ ପିଲାଙ୍କର ବାପା ଓ ମାଙ୍କର ମୃ-ତ୍ୟୁ ହୋଇଛି ସେମାନେ ଏହି ଯୋଜନାରେ ସାମିଲ ହେବେ ।

ଏହା ସହ ରାଜ୍ୟ ସରକାରଙ୍କର ବିଜୁ କଲ୍ୟାଣ ଯୋଜନା ଅନୁସାରେ ପିଲା ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇବ । ମାଗଣାରେ ପିଲା ମାନେ ଚିକିତ୍ସା ପାଇ ପାରିବେ । ଯେଉଁ ପିଲାଙ୍କର ରକ୍ଷାବେକ୍ଷଣ ଭାବେ ତାଙ୍କର ସମ୍ପର୍କୀୟ କରୁଥିବେ ସେମାନଙ୍କୁ ଘର ଦିଆଯିବ ।

ଏହା ଛଡା ସମ୍ପର୍କୀୟ ମାନେ ଯଦି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥିବେ ତେବେ ତାଙ୍କୁ ସୁବିଧା ଯୋଗାଇ ଦିଆଯିବ । ଏହି ପିଲା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ଆଦର୍ଶ ବିଦ୍ୟାଳୟରେ ପାଠପଢାର ବ୍ୟବସ୍ଥା କରାଯିବ । ଏହା ସହ ୧୮ ବର୍ଷ ଯାଏଁ ଏହି ଅସହାୟ ପିଲା ମାନେ କିପରି ମାଗଣାରେ ଚିକିତ୍ସା ପାଇ ପାରିବେ ତାହାର ବ୍ୟବସ୍ଥା କରାଯିବ । ଏହାକୁ ଚିହ୍ନଟ କରିବା ପାଇଁ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ରହିଛି ଯେଉଁଥିରେ ରାଜ୍ୟର କେଉଁ ପିଲା ମାନେ ଅସହାୟ ଅଛନ୍ତି ସେହି ବିଷୟରେ ଜଣା ପଡିବ ।

ଏଥିପାଇଁ ଜିଲ୍ଲାପାଲ ନିଜେ ଅଭିଯାନ କରି ଏହାର ଅନୁଧ୍ୟାନ କରିବେ ଯେ ଯେଉଁ ପିଲାଙ୍କର ବାପା ଓ ମାଙ୍କର ମୃ-ତ୍ୟୁ ହୋଇଛି ସେମାନଙ୍କର ପ୍ରମାଣପତ୍ର ଦେଖି ଏହି ଯୋଜନାରେ ଆବେଦନ କରିବା ପରେ ସେମାନଙ୍କୁ ସାମିଲ କରାଯିବ । ଏହା ସହ ଯେଉଁ ପିଲା ଭଲ ପାଠ ପଢୁଥିବ ସେମାନଙ୍କର କିପରି ଆଦର୍ଶ ଓ କେନ୍ଦ୍ରୀୟ ସ୍କୁଲରେ ନାଁ ଲେଖାଯିବ ଓ ସେମାନେ କିପରି ଭଲ ଶିକ୍ଷା ପାଇ ପାରିବେ ସେଥିପାଇଁ ଜିଲ୍ଲାପାଳ ଦାୟିତ୍ଵ ନେବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହି ନୂଆ ଯୋଜନା ଅନୁଯାୟୀ ହୁଏ ତ କିଛି ଗରିବ ଓ ଦୁଖୀ ଲୋକ ମାନେ ନିଜ ପିଲାଙ୍କର ଭବିଷ୍ୟତ ଉଜ୍ଵଳ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।