ଆଜି ଠାରୁ ହେବ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଏବେ ଏବେ ପାଣିପାଗ ପକ୍ଷରୁ ଆସୁଥିବା ନୂଆ ସୂଚନା ଅନୁସାରେ ଆସନ୍ତା କାଲି ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ଯାହାର ପ୍ରଭାବ ରେ ପ୍ରବଳ ରୁ ପ୍ରବଳ ମାତ୍ରାରେ ବିଜୁଳି ସହିତ ଘଡ଼ଘଡ଼ି ହେବାର ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ପାଇଁ ଆଜି ମଧ୍ୟ କିଛି ଜିଲ୍ଲା ମାନଙ୍କୁ ଆଲଟ ରହିବାକୁ ପଡିବ । ତେବେ କଣ ରହିଛି ପାଣିପାଗ ବିଭାଗ ପକ୍ଷରୁ ଫ୍ରେସ ଅପଡେଟ ରହିଛି । ଚାଲନ୍ତୁ ଜାଣିବା ।

ଆସନ୍ତା ୩୦ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ଘୂର୍ଣ୍ଣିଝଡ ର ସମ୍ଭାବନା ରହିଛି । ତେଣୁ ଏହି ୩ ଦିନ ସତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀ ଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିପଦ ଥିବା ଜିଲ୍ଲା ଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାନିଂ ଜାରି କରାଯାଇଛି ।

ଅପର ପକ୍ଷରେ ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତି ରହିବାକୁ ସ୍ଵତନ୍ତ୍ର ରିଲିଫ ପ୍ରସ୍ତୁତି ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ର ସୂଚନା ଅନୁସାରେ ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ଉପକୁଳବତି ଜିଲ୍ଲା ସହ ରାଇଗଡ, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଏବଂ ଢେ଼ଙ୍କାନାଳ ରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ର ବି ଆଶଙ୍କା ରହିଛି । ଠାଏ ଠାଏ ପ୍ରବଳ ବର୍ଷା ର ମଧ୍ୟ ସମ୍ଭାବନା ରହିଛି ।

ଅପରପକ୍ଷେ ଭାରତର ପଶ୍ଚିମ ତଥା ଉତ୍ତର ପଶ୍ଚିମ ଅଞ୍ଚଳରେ ବାୟୁ ମଣ୍ଡଳର ତଳ ଭାଗରେ ଆନ୍ଟି ସାଇକ୍ଲୋନିକ ସଞ୍ଚାର ର ସ୍ଥାପନ ତଥା ବାୟୁ ମଣ୍ଡଳର ଆଦ୍ରତା ଓ ବର୍ଷା ର ଯଥେଷ୍ଟ ହ୍ରାସ ଯୋଗୁ ଆଜି ପଶ୍ଚିମ ରାଜସ୍ଥାନ ଓ ପଞ୍ଜାବ ର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପର୍ତ୍ତ୍ଯାବର୍ତନ କରୁଛି । ଏହି କ୍ରମରେ ଅକ୍ଟୋବର ୧୫ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଅପଶାରଣ ଆରମ୍ଭ ହେବ ବୋଲି ତାହା ମଧ୍ୟ ଜଣାଯାଇଛି ।

ତେବେ କେନ୍ଦ୍ର ର ସୂଚନା ଅନୁସାରେ ଆଜି ପାଇଁ ମଧ୍ୟ ରାଇଗଡ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ ଏବଂ ଢେ଼ଙ୍କାନାଳ ରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ର ସ୍ଥାନେ ସ୍ଥାନେ ଆଶଙ୍କା ରହିଥିବାର ନେଇ ପାଣିପାଗ ପକ୍ଷରୁ ଏହି ସବୁ ଜିଲ୍ଲା କୁ ୟେଲ୍ଲୋ ୱାର୍ଣୀ ଜାରି କରାଯାଇଛି ।

ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ଅଟେ ନିହାତି ଆମକୁ କମ୍ମେନ୍ଟ ରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।