ଓଡିଶା ପାଇଁ ପୁଣି ଗର୍ଵର ବିଷୟ, ଭୁବନେଶ୍ୱର ରେ ହେବାକୁ ଯାଉଛି 8 ମ୍ୟାଚ ବିଶିଷ୍ଟ ମହିଳା ଫିଫା ବିଶ୍ୱକପ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ,ଯେଉଁଠାରେ 8 ଟି ମ୍ୟାଚ ବିଶିଷ୍ଟ ଏକ ମହିଳା ଫୁଟବଲ ବିଶ୍ୱକପ ମ୍ୟାଚ ଆସନ୍ତା ବର୍ଷ ଫେବ୍ରୁଆରୀ 17 ଓ ମାର୍ଚ୍ଚ 11 ତାରିଖ ମଧ୍ୟରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହିଳା ବିଶ୍ୱକପ ପୂର୍ବ ଷ୍ଟ୍ରଟେଜିକ ଅନୁଯାୟୀ ଏହା ନଭେମ୍ବର ମାସ 2020 ରେ ହେବାର ଥିଲା କିନ୍ତୁ ମହାମାରୀ କରୋନା ଭାଇରସ ହେତୁ ଏହା ନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଗଲା । ସେଥିପାଇଁ ଏହି ସ୍ଥଗିତ ସମୟ ବର୍ଷ 2021 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା ।

ଲିଷ୍ଟ ଅନୁସାରେ ବିଶ୍ୱକପ ର ଲିଗ ମ୍ୟାଚ ଗୁଡିକ ଫେବୃଆରୀ 17, 20 ଓ 23 ତାରିଖରେ ହେବ ଓ ସେହିପରି କ୍ୱାଟର ଫାଇନାଲ୍ ଫେବୃଆରୀ 28 ଓ ସେମିଫାଇନାଲ୍ ମ୍ୟାଚ ମାର୍ଚ୍ଚ 3 ତାରିଖରେ ହେବ । ଏହା ପରେ ନବି ମୁମ୍ବାଇରେ ଫାଇନାଲ୍ ମ୍ୟାଚ ମାର୍ଚ୍ଚ 7 ତାରିଖରେ ଖେଳାଯିବା ନେଇ ସମ୍ପୂର୍ଣ୍ଣ ତଥ୍ୟ ଆସିଛି ।

ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ଶୀର୍ଷ ଖେଳ ପଡିଆ ମାନଙ୍କ ମଧ୍ୟରେ ଆସୁଥିବାରୁ ଏଠାରେ ସମୁଦାୟ 8ଟି ବିଶ୍ୱକପ ମ୍ୟାଚ ହେବ । ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ଅନ୍ୟ ଚାରୋଟି ଷ୍ଟାଡିୟମ ଯେଉଁଠାରେ କି ମହିଳା ବିଶ୍ୱକପ ଆୟୋଜିତ ହେଉଛି ସେମାନେ ହେଲେ ନଭି ମୁମ୍ବାଇ , ଗୁୱାହାଟି , ଅହମ୍ମଦବାଦ ଓ କୋଲକାତା । ମିଳିଥିବା ତଥ୍ୟ ଅନୁଯାୟୀ ଏହି 5ଟି ଷ୍ଟାଡିୟମରେ ମହିଳା ବିଶ୍ୱକପ ର 16 ଟି ଦଳକୁ ନେଇ 32 ଟି ମ୍ୟାଚ ଆୟୋଜିତ ହେବ ।

ବିଶ୍ୱ ଫୁଟବଲ ସଂଗଠନ ଏହି ବିଶ୍ୱକପ କିଭଳି ଭାବରେ ହେବ ତାହାର ଷ୍ଟ୍ରାଟେଜିକ ଆଜି ଜଣାଇଛି । ଏହି ବିଶ୍ୱ ମ୍ୟାଚ୍ ରେ 6ଟି ଗ୍ରୁପ ମ୍ୟାଚ ଖେଳାଯିବା ସହ ଗୋଟିଏ କ୍ୱାଟର ଫାଇନାଲ ଓ ଗୋଟିଏ ସେମି ଫାଇନାଲ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ ।

ସୂଚନାନୁଯାୟୀ ଜଣାପଡିଛି କି ଏହି ମହିଳା ଫୁଟବଲ ବିଶ୍ୱକପ ଦୁଇଟି ଦଳରେ ଭାଗହେବେ ଯଥା : Group-A ଏବଂ Group-B । Group-A ର ଦଳ ଗୁୱାହାଟୀ ର ଇନ୍ଦିରା ଗାନ୍ଧୀ ଅଥଲେଟ ଖେଳାପଡ଼ିଆ ରେ ଖେଳିବେ ଓ ସେହିପରି Group-B ଦଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ରେ ଖେଳିବ । ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତ ଫିଫା ବିଶ୍ୱକପ ଆୟୋଜନ କରିବାର ସୁଯୋଗ ନିଜ ହାତକୁ ନେଇଛି ।

ଏହା ପୂର୍ବରୁ ଫିଫା ବିଶ୍ୱକପ ପୁରୁଷ U-17 ମ୍ୟାଚ 2017 ରେ ଭାରତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପାଇଁ ବିଦେଶୀ ଖେଳାଳି ଭାରତକୁ ବହୁତ ପସନ୍ଦ କରିଥିଲେ ଓ ସମ୍ମାନ ସହିତ ନିଜ ଦେଶକୁ ଫେରିଥିଲେ । ସେଥିପାଇଁ ଆସୁଥିବା ମହିଳା ଦଳ ଭାରତରେ ଖେଳିବା ସହ ଏହି ଦେଶର ପ୍ରାକୃତିକ ଦୃଶ୍ୟ କୁ ଉପଭୋଗ କରିବା ପାଇଁ ବହୁତ ଉଛୁକ ଅଛନ୍ତି ବୋଲି ଏକ ସୋସିଆଲ ଜନସାଧାରଣ ରୁ ଜଣାପଡିଛି ।