ଗୋ ସେବାରେ ନିଜ ଜୀବନ ସମର୍ପଣ କରିଛନ୍ତି ଏହି ବ୍ୟକ୍ତି, ଏମିତି ବଇଁଶି ବଜାଉଛନ୍ତି ଯେ ଗାଈମାନେ ଶୁଣିଲେ ତାଙ୍କ ପାଖକୁ ଧାଇଁ ଆସୁଛନ୍ତି, ଦେଖନ୍ତୁ video

ଆପଣ ଶୁଣିଥିବେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବଇଁଶି ବଜାଉଥିଲେ ଓ ତାଙ୍କ ବଂଶୀ ଧ୍ୱନି ଶୁଣି ଗାଈମାନେ ହମ୍ବା ହମ୍ବା ରଡି କରି ତାଙ୍କ ପଛେ ପଛେ ଯାଉଥିଲେ । ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନିରେ ଗଛଲତା ମଧ୍ୟ ନଇଁ ଯାଉଥିଲେ ଓ ଜୀବଜନ୍ତୁ ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ଯାଉଥିଲେ । ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନିରେ ଏତେ ଶକ୍ତି ଥିଲା ଯେ ଶୁଣିବା ଲୋକ ତାଙ୍କ ପ୍ରତି ଆକର୍ଷିତ ହୋଇ ଆସୁଥିଲା ।

ତେବେ ଓଡିଶା କାମାକ୍ଷାନଗରରେ ଏପରି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ଯିଏ ଗୋସେବାରେ ନିଜ ଜୀବନ ସମର୍ପଣ କରି ଦେଇଛନ୍ତି ଓ ସେଥିରେ ହିଁ ଯାହା ମୁଇଲୁଚି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ସବୁଠୁ ଚକିତ କରିଦେବା ଭଳି କଥା ହେଉଛି ଏହି ବ୍ୟକ୍ତି ଜଣକ ବଇଁଶି ବଜାଇଲେ ଗାଈମାନେ ତାଙ୍କ ପାଖକୁ ମଧ୍ୟ ଧାଇଁ ଆସୁଛନ୍ତି, ଯେପରି ଶ୍ରୀକୃଷ୍ଣଙ୍କ ପାଖକୁ ଚାଲି ଆସୁଥିଲେ । ଖୁବ ମଧୁର ସ୍ଵରରେ ବଂଶୀ ବଜାଉଛନ୍ତି ଏହି ବ୍ୟକ୍ତିଜଣକ ।

ସେ ପ୍ରାୟ ୧୨ ବର୍ଷ ବୟସର ହୋଇଥିଲେ ସେବେ ଠାରୁ ଗାଈ ଚରାଇବା ଆରମ୍ଭ କରିଥିଲେ । ବ୍ୟକ୍ତିଜଣଙ୍କ ନାମ ହେଉଛି ସବଳ ଦାସ । ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ତାଙ୍କ ବାପା ମଧ୍ୟ ଗାଈ ଚରାଉଥିଲେ ଓ ଗୋସେବାରେ ନିଜ ଜୀବନ ସମର୍ପଣ କରିଥିଲେ । ବାପାଙ୍କ ଭଳି ସେ ମଧ୍ୟ ଗୋସେବା କରି ଅତ୍ୟନ୍ତ ଆନନ୍ଦ ପାଉଛନ୍ତି । ବଇଁଶି ବଜାଇବା ଓ ଗାଈ ମାନଙ୍କୁ ଚରାଇବା ସହ ସେ ଶ୍ରୀକୃଷ୍ଣଙ୍କ ଭଜନ ଆଦି ମଧ୍ୟ ନାଚି ନାଚି ଗାନ କରନ୍ତି ।

ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଭଜନ ନୃତ୍ୟ କରିବା ବେଳେ ଓ ଗାଈ ଚରାଇଆ ବଇଁଶି ବଜାଇବା ବେଳେ ଏହି ବ୍ୟକ୍ତିଜଣକ କିପରି ଆନନ୍ଦରେ ନାଚି ଉଠୁଛନ୍ତି । ତାଙ୍କ ଆନନ୍ଦ ଆପଣ ତାଙ୍କ ମୁଖରେ ଦେଖି ପାରୁଥିବେ । ସେ ଆଖପାଖ ଗାଁ’ର ଗାଈ ମାନଙ୍କୁ ଚରାନ୍ତି ଓ କୌଣସି ଗାଈ ବିପଦରେ ପଡିଥିଲେ ମଧ୍ୟ ତାକୁ ଯାଇ ରକ୍ଷା କରନ୍ତି । ଏଥିପାଇଁ ସେ କୌଣସି ନିର୍ଦ୍ଧିଷ୍ଟ ମୂଲ୍ୟ ମଧ୍ୟ ନିଅନ୍ତି ନାହିଁ ।

ବରଂ ନିଜ ଖୁସି ଓ ସାମର୍ଥ୍ୟ ଅନୁସାରେ ଯିଏ ଯାହା ଦେଲା ସେଥିରେ ପରିବାର ପୋଷନ୍ତି । ଆପଣଙ୍କୁ ଏହି ଗାଈଚରାଳିଙ୍କ ବଇଁଶି ଧ୍ୱନି ଶୁଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।