କେନ୍ଦ୍ରପଡା ସାଂସଦ Anubhav ଙ୍କ ବାପା ଅଭୟ କୁମାର ମହାନ୍ତିଙ୍କୁ ଲାଗିଲା ବଡ ଝଟକା, ମହଙ୍ଗା ପଡିଲା ମିଛ ଯୋଗ୍ୟତା ପ୍ରମାଣପତ୍ର

ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କୁ ନେଇ ହୋଇଛି ଏକ ବଡ ଖୁଲସା । ମିଛ ସାର୍ଟିଫିକେଟ ଦେଇ ପଦୋନ୍ନତି ହାତେଇବା ତାଙ୍କ ପାଇଁ ମହଙ୍ଗା ପଡିଛି । ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତିକୁ ବାତିଲ କରାଯାଇଛି । ସେ ଜଣେ ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ । ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ତଥା ଅବସର ପ୍ରପାତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି ।

ଏନେଇ ଆସିଥିବା ଅଭିଯୋଗକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରିଥିଲା । ସେହି ତଦନ୍ତର ଚୂଡାନ୍ତ ରିପୋର୍ଟରେ ଅନୁଭବଙ୍କ ବାପା ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି । ଯାହାଫଳରେ ଉଚ୍ଚଶିକ୍ଷା ବିଭାଗ ତାଙ୍କ ପଦୋନ୍ନତି ବାତିଲ କରିଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏନେଇ ଅଭୟ କୁମାର ମହାନ୍ତିଙ୍କ କଟକସ୍ଥିତ ଘରକୁ ଚିଠି ପଠା ଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଅଭୟ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବେ ଚାକିରିରୁ ଅବସର ନେଇଥିଲେ । ପରେ ସେ ରିଡର ଭାବେ ୨ ଜାନୁୟାରୀ ୧୯୯୭ ରେ କଟକ କନ୍ଦରପୁର କଲେଜରେ ନିଯୁକ୍ତି ପାଇଥିଲେ । ଆଉ ଏଥିପାଇଁ ରିଡର ମାନଙ୍କ ପାଇଁ ଧାର୍ଯ୍ୟ ପେସ୍କେଲ ଦରମା ମଧ୍ୟ ତାଙ୍କୁ ଦିଆ ଯାଉଥିଲା । କିନ୍ତୁ ପରେ ତାଙ୍କ ନାଁରେ ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବା ନେଇ ଅଭିଯୋଗ ଆସିଥିଲା ।

ତଦନ୍ତ ପରେ ସେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ନାଁରେ ଜାଲ୍ ପ୍ରମାଣପତ୍ର ଦାଖଲ କରିଥିବା ଜଣା ପଡିଥିଲା । ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲାର ତନାଘନା କରିଥିଲେ । ସେହି ବର୍ଷ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ରିଫ୍ରେସର କୋର୍ସ ଅନୁଷ୍ଠିତ ହୋଇ ନଥିବା ବିଶ୍ଵ ବିଦ୍ୟାଳୟ କତ୍ତୃପକ୍ଷ ଆରଟିଆଇ ତଥ୍ୟ ଜରିଆରେ ସୂଚନା ଦେଇଥିଲେ । ଯାହା ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି ଆଗରେ ମଧ୍ୟ ବିଶ୍ଵ ବିଦ୍ୟାଳୟ କତ୍ତୃପକ୍ଷ ମାନିଥିଲେ ।

ଏହାପରେ ସେ ପଦୋନ୍ନତି ବାବଦକୁ ପାଉଥିବା ପେନସନକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।