ଓଡିଶାର ବି.ଟେକ. ଛାତ୍ର କରି ଦେଖାଇଲେ ଚମତ୍କାର, ବହୁତ ହିଁ କମ ଖର୍ଚ୍ଚରେ ବାହାର କଲେ କରୋନା ଡିଭାଇସ କ୍ୟାପ, ଜାଣନ୍ତୁ ଏହି କ୍ୟାପ ର ବିଶେଷତ୍ଵ

ବନ୍ଧୁଗଣ, ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହାମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ । ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହାମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି । କରନା ରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ । କିନ୍ତୁ ଏପରି ସମୟ ରେ ଓଡିଶା ର ନୟାଗଡ଼ ଜିଲ୍ଲା ର ଜଣେ ଯୁବକ ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ଏକ ଡିଭାଇସ ସେଫ୍ଟି କ୍ୟାପ ତିଆରି କରିଛନ୍ତି ।

ତେବେ ବନ୍ଧୁଗଣ ଏହି କ୍ୟାପ ର ବିଶେଷତ୍ବ କଣ ଆସନ୍ତୁ ସେ ସମ୍ପର୍କରେ ଅଧିକ ଜାଣିବା । ବନ୍ଧୁଗଣ କରନା ଭଳି ମହାମାରି ରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ତିଆରି ହୋଇ ପାରୁ ନ ଥିବା ସମୟ ରେ ଓଡିଶା ର ନୟାଗଡ଼ ଜିଲ୍ଲା ର ବି.ଟେକ ଛାତ୍ର ଅଂଶୁମାନ ବିଶୋଇ ।

ମାତ୍ର ଦୁଇ ଶହ ଟଙ୍କା ରେ ସେ ଏହି କ୍ୟାପ କୁ ପ୍ରସ୍ତୁତ କରି ପାରିଛନ୍ତି । ଏହା ସହିତ ସେ ଦାବି କରୁଛନ୍ତି ଯେ ଏହା କରନା ଭାଇରସ କୁ ରୋକି ପାରିବ । ସେ ଏହି ଡିଭାଇସ କୁ ସ୍ମାର୍ଟ ଆଲାରାମ ନାମ ରେ ନାମିତ କରିଛନ୍ତି ।

ତାଙ୍କ କହିବା ଅନୁସା ରେ କରନା ଭାଇରସ ନାକ ଦ୍ୱାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ସେଥିପାଇଁ ବିଶେଷଜ୍ଞ ମାନେ ହାତକୁ ନାକ କିମ୍ବା ମୁହଁ ରେ ନ ମାରିବାକୁ ପରାମର୍ଶ ଦେଇଛନ୍ତି । ତେବେ ତାଙ୍କ ର ଏହି ଟୋପି ସଦୃଶ ଡିଭାଇସ ର ତଳ ଭାଗ ରେ ଦୁଇଟି ସେନ୍ସର ଲାଗିଛି । ଯାହା ଦ୍ୱାରା ଆପଣ ଯେତେବେଳେ ନିଜର ହାତ କୁ ମୁହଁ ନିକଟ କୁ ନେବେ ସେତେବେଳେ ସେଥିରେ ଆଲାରାମ ବାଜି ଉଠିବ ।

ଏଥିରେ କେବଳ ଏକ ସେନ୍ସର, ଏକ ବର୍ଜର, ଏକ ବ୍ୟାଟେରୀ ଓ ଏକ ଏଲ.ଇ.ଡ଼ି ଲାଇଟ ର ବ୍ୟବହାର କରାଯାଇଛି । ଏହା ଲୋକ ମାନଙ୍କୁ ସଚେତନ କରିବା ରେ ବହୁତ ମାତ୍ର ରେ ସାହାଯ୍ୟ କରିବ ଓ ନିଜ ହାତ କୁ ମୁହଁ ପାଖକୁ ନ ନେବା ରେ ମଧ୍ୟ ସାହାଯ୍ୟ କରିବ । ବେଳେ ବେଳେ ଆମ ଅଜାଣତରେ ଆମର ହାତ ମୁହଁ ପାଖକୁ ଚାଲିଯାଇଥାଏ । ସେହିପରି ସ୍ଥଳ ରେ ଏହି ଡିଭାଇସ ଦ୍ଵାରା ତାହା ଆମକୁ ସଚେତନ କରିଦେବ ଓ ହାତ ମୁହଁ ପାଖକୁ ଯିବା କ୍ଷଣି ଏକ ଶବ୍ଦ ସହିତ ଏଲ.ଇ.ଡ଼ି ଲାଇଟ ଟି ଜଳି ଉଠିବ ।

ଏହାକୁ ସର୍ବସାଧାରଣ ଅତି ସହଜ ରେ ପିନ୍ଧିପାରିବେ । ଏଥିରେ କେବଳ ଦୁଇ ଶହ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏହାକୁ ଯେ କୌଣସି ଲୋକ ମଧ୍ୟ ଚାହିଁଲେ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି । ଏହା କରନା ଭାଇରସ ର ସଂକ୍ରମଣ ହେବାରୁ ଆମକୁ ରକ୍ଷା କରିବ ବୋଲି ସେ ଦାବି କରିଛନ୍ତି ।