ଦୁଃଖଦ ଖବର ! ଓଡିଆ ସିରିଏଲ ଜଗତର ତନୁଜା ଖୁଡୀଙ୍କୁ ନେଇ ସାମ୍ନାକୁ ଆସିଲା ଦୁଃଖଦ ଖବର, ହଠାତ ଏମିତି କଣ ହେଇଗଲା ?

ଓଡିଆ ସିରିଏଲ ଦେଖିବା ପାଇଁ ଓଡିଆ ଦର୍ଶକ ବେଶ ପସନ୍ଦ କରିଥାନ୍ତି । ଯେଉଁଥି ପାଇଁ ସନ୍ଧ୍ୟା ହେଲେ ସବୁ କାମ ଶେଷ କରି ସମସ୍ତେ ଟିଭି ପାଖରେ ବସି ପଡନ୍ତି । ଲୋକମାନେ ଓଡିଆ ସିରିଏଲ ଦେଖିବା ପାଇଁ ଯେତିକି ପସନ୍ଦ କରନ୍ତି, ସିରିଏଲର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ସେତିକି ଆଗ୍ରହୀ ରୁହନ୍ତି । ତେବେ ଓଡିଆ ସିରିଏଲର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ଓଡିଆ ଧାରାବାହିକ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ଜଣକ ଓଡିଶାର ଘରେ ଘରେ ତନୁଜା ଖୁଡୀ ନାମରେ ବେଶ ସୁପରିଚିତ । ତନୁଜା ଖୁଡୀ ଓରଫ ରଞ୍ଜିତା ପାଣିଗ୍ରାହୀଙ୍କୁ ପରଦା ଉପରେ ଦେଖିବାକୁ ଲୋକେ ଖୁବ ପସନ୍ଦ କରିଥାନ୍ତି । ତନୁଜା ସୋସିଆଲ ମିଡିଆରେ ସବୁବେଳେ ବେଶ ସକ୍ରିୟ ରୁହନ୍ତି ଓ ବିଭିନ୍ନ ପୋଷ୍ଟ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ନିଜ ଜୀବନର ଅନେକ ବିଷୟ ଶେୟାର କରନ୍ତି ।

ତେବେ ନିକଟରେ ତନୁଜା ତାଙ୍କ ଜୀବନକୁ ନେଇ ଏକ ବହୁତ ବଡ ଦୁଃଖଦ ଖବର ନିଜ ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି । ଖବରଟି ହେଉଛି, ତନୁଜା ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି କି ତାଙ୍କ ବଡବାପାଙ୍କର ପରଲୋକ ଘଟିଛି । ଯେଉଁଥି ପାଇଁ ସେ ଦୁଃଖରେ ଭାଙ୍ଗି ପଡିଥିବା ଜଣା ପଡ଼ୁଛନ୍ତି ।

ହଠାତ ଏମିତି କଣ ଘଟିଗଲା ଯେ ବଡବାପା ଆମ ସମସ୍ତଙ୍କୁ ପର କରି ଏ ଦୁନିଆ ଛାଡି ଚାଲିଗଲେ ବୋଲି ରଞ୍ଜିତା ନିଜ ପୋଷ୍ଟରେ ଲେଖିଛନ୍ତି । ବଡବାପାଙ୍କର ଅଚାନକ ଏମିତି ମୃତ୍ୟୁକୁ ସେ ବିଲକୁଲ ଗ୍ରହଣ କରି ପାରୁନାହାନ୍ତି । ତେଣୁ ସେ ନିଜ ଦୁଃଖକୁ ନିଜ ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି । ରଞ୍ଜିତା ପାଣିଗ୍ରାହୀ ଓଡିଆ ଧାରାବାହିକ “ତାରିଣୀ ଆଖିର ତାରା” ସିରିଏଲରେ ଅଭିନୟ କରି ଲୋକଙ୍କ ମନରେ ଜାଗା ବନେଇ ପାରିଛନ୍ତି । ଏହି ସିରିଏଲରେ ତାଙ୍କ ଅଭିନୟକୁ ଲୋକେ ପସନ୍ଦ କରିଛନ୍ତି ।

ହେଲେ ରଞ୍ଜିତାଙ୍କ ଜୀବନରେ ବର୍ତ୍ତମାନ ଏଭଳି ବଡ ଦୁଃଖଦ ଘଟଣା ଘଟିଯାଇଛି । ତେବେ ରଞ୍ଜିତାଙ୍କ ବଡବାପାଙ୍କ ଆତ୍ମାର ସଦଗତି ନିମନ୍ତେ ଆମେ ପ୍ରାର୍ଥନା କରୁଛି । ଏହାସହ ରଞ୍ଜିତା ଓ ତାଙ୍କ ପରିବାର ଲୋକଙ୍କ ମନରେ ଭଗବାନ ଶାନ୍ତି ଓ ଆଶ୍ଵାସନା ଦିଅନ୍ତୁ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।