ତାହା କେଉଁ ଜିନିଷ ଯାହାକୁ ପୁରୁଷ ମାନେ ଲୁଚେଇକି ଚାଲନ୍ତି କିନ୍ତୁ ମହିଳାମାନେ ଦେଖେଇ କି ଚାଲନ୍ତି ? ଏହା ସହିତ ଆହୁରି ୨୦ଟି Gk Questions & Answers

ପିଲାଦିନେ ଆପଣଙ୍କ ଜେଜେବାପା ଓ ଜେଜେମା’ଙ୍କ ଠାରୁ ଆପଣ ଅନେକ ଓଡିଆ ଢଗଢ ମାଳି ଶୁଣିଥିବେ ଓ ସେଗୁଡିକର ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିବେ । ଆଉ ସଠିକ ଉତ୍ତର କହି ନ ପାରିଲେ ଆପଣଙ୍କ ବୁଢାପା ବା ବୁଢୀମା ଆପଣଙ୍କୁ ସେସବୁର ଉତ୍ତର ମଧ୍ୟ କହି ଦେଇଥିବେ । ତେବେ ଆଜିକାଲି ଓଡିଆ ଢଗଢ ମାଳି ଅନେକାଂଶରେ ଲୋପ ପାଇ ଗଲାଣି । ଦିନକୁ ଦିନ ଓଡିଆ ଭାଷା ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଓଡିଆ ଢଗଢ ମାଳି ନେଇ ଆସିଛୁ ।

୧- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମ-ରେ । ତାହା କ’ଣ ?

ଉ: ନି-ଆଁ ।

୨- କାହାର ଜନ୍ମଦିନ ପ୍ରତିବର୍ଷ ଆସେ ନାହିଁ ?

ଉ: ଯିଏ ଫେବୃୟାରୀ ମାସ ୨୯ ତାରିଖ (ଅଧିବର୍ଷ) ରେ ଜନ୍ମ ହୋଇଥାଏ ।

୩- କିଏ ସବୁଦିନ ନୂଆ ଶାଢୀ ପିନ୍ଧେ ?

ଉ: ପିଜୁଳି ଗଛ ।

୪- ଅନ୍ଦିରେ ସ-ନ୍ଧି ନାହିଁ, ପିଡୁଆ ପଶିଲା କାହିଁ ? ଏହାର ମାନେ କ’ଣ ?

ଉ: ମଣ୍ଡା ପିଠା ।

୫- ସରଗରୁ ଆସିଲା ଟୋକାଟିଏ, ତା’ ମୁଣ୍ଡରେ ଟୋପି ଟିଏ ? ଏହାର ଉତ୍ତର କ’ଣ ?

ଉ: ତାଳ ।

୬- ସରଗରୁ ଆସିଲେ ଭାଇ ଭଉଣୀ । ଚୋବେଇ ଗଲେ ବିରି ଗହୁଣୀ । ଏହାର ମାନେ କ’ଣ ?

ଉ: ଚକି ଶିଳ ।

୭- ଆସିଲା ଆଉ ଜଣେ ବ୍ରାହ୍ମଣ, ତା’ ଦେହ ସାରା ଯାଦୁ ପଣ ପଣ । ଏହାର ଉତ୍ତର କ’ଣ ?

ଉ: ପଣସ ।

୮- ଯାଇଥିଲି ଉତ୍ତର, ଦେଖି ଆସିଲି ଫଳ ଉପରେ ଧରିଅଛି ପତର ? ଏହାର ଅର୍ଥ କ’ଣ ?

ଉ: ସପୁରୀ ।

୯- ତୁ ଥିବୁ ଡାଳେ, ମୁଁ ଥିବି ଜଳେ, ଭେଟାଭେଟି ହେବା ରୋଷେଇ ଶାଳେ ? ଏହାର ମାନେ କ’ଣ ?

ଉ: ମାଛ ଏବଂ ଆମ୍ବ ।

୧୦- ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତା’ର ନାମଟି କ’ଣ ?

ଉ: ନୟନ (ଆଖି) ।

୧୧- ଗୋଟିଏ ରୁମାଲର ଚାରୋଟି କୋଣ । ଗୋଟିଏ କୋଣ କାଟିଦେଲେ ଆଉ ରହିବ କେତେ କୋଣ ?

ଉ: ୫ଟି ।

୧୨- ତାହା କେଉଁ ଜିନିଷ ଯାହାକୁ ପୁରୁଷମାନେ ଲୁଚେଇକି ଚାଲନ୍ତି, କିନ୍ତୁ ମହିଳାମାନେ ଦେଖେଇକି ଚାଲନ୍ତି ?

ଉ: ମନି ପର୍ସ (Money Purse) ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।