ଓଡିଆ ଫିଲ୍ମ ଜଗତ ପାଇଁ ଆସିଲା ଦୁଃଖଦ ଖବର, ଆଉ ଜଣେ ବରିଷ୍ଠ ଲୋକପ୍ରିୟ ଅଭିନେତାଙ୍କ ହେଲା ପରଲୋକ, ଦେଖନ୍ତୁ କଣ କହୁଛନ୍ତି ତାଙ୍କ ଭାଇ…

ଓଲିଉଡ ଦୁନିଆ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି । ଚଳିତ ବର୍ଷ ଇଣ୍ଡଷ୍ଟ୍ରି ଓଲିଉଡର ଦିଗଜ ଅଭିନେତା ମିହିର ଦାସଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ବରଶୀଥ ଅଭିନେତା ଦୁନିଆ ଛାଡି ଚାଲି ଯାଇଛନ୍ତି । ଯାହାଫଳରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଫିଲ୍ମ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ମାଡି ଯାଇଛି । ତେବେ ଏହି ଦିଗଜ ଅଭିନେତା ଜଣକ ହେଉଛନ୍ତି ବିରାଜ ଦାସ । ମୃତ୍ୟୁ ବେଳେ ତାଙ୍କ ବୟସ ୬୩ ବର୍ଷ ହୋଇଥିଲା ।

ବିରାଜ ଫୁସଫୁସ କ୍ୟାନ୍ସରରେ ପୀଡ଼ିତା ଥିଲେ ଇ ତାଙ୍କର ଚିକିତ୍ସା ଚାଲିଥିବା । ତେବେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବିରାଜ । ସେ କ୍ୟାନ୍ସର ରୋଗରେ ପୀଡିତ ହେବ ପରେ ଗତ ଚାରି ମାସ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଅଭିନେତାଙ୍କ ପରଲୋକ ହେବା ନେଇ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି । ବିରାଜ ନିଜ ଅଭିନୟ କ୍ଯାରିୟର ମଧ୍ୟରେ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଖୁବ ନିଖୁଣ ଭାବେ ଅଭିନୟ କରିଥିଲେ ।

ଓଡିଆ ସିନେମା ବଗୁଲା ବଗୁଲୀରୁ ବିରାଜ ନିଜ କ୍ଯାରିୟର ଆରମ୍ଭ କରିଥିଲେ ଓ ତା’ପରେ କେବେ ପଛକୁ ଫେରି ଦେଖି ନାହାନ୍ତି । ଏହାପରେ ତାଙ୍କୁ ଜା ଦେବୀ ସର୍ବ ଭୂତେଷୁ, ମା ପରି କିଏ ହେବ, ପ୍ରେମ ବନ୍ଧନ ଓ ଗୁଲାମଗିରି ଭଳି ହିଟ୍ ଓଡିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିବାର ଦେଖିବାକୁ ମିଳିଥିଲା ।

ତାଙ୍କ ଅଭିନୀତ ସଫଳ ଟେଲିଫିଲ୍ମ ତମସାତିରେ ଓ ଡାକ ମୁନସୀ ଦୂରଦର୍ଶନରେ ଦର୍ଶକୀୟ ଆଦୃତି ମଧ୍ୟ ପାଇଥିଲା । ପ୍ରଣବ ଦାସଙ୍କ “ଅଜାତି” ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ସେ ଅନେକ ସିରିଏଲ ମାନଙ୍କରେ କାର୍ଯ୍ୟ କରିଥିଲେ । ସେ ସମୟରେ ଏମିତି କୌଣସି ସିରିଏଲ ନଥିଲା ଯେଉଁଥିରେ ବିରାଜ ଦାସ କାମ କରି ନଥିବେ । ତାଙ୍କ ବିୟୋଗରେ ପରିବାର ଲୋକ ଶୋକ ପ୍ରକାଶ କରିଛନ୍ତି ଓ ମଣିଷପଣିଆ, ପରୋପକାରିତାକୁ ମନେ ପକାଇଛନ୍ତି ।

କିନ୍ତୁ ଗତକାଲି ବିରାଜ ଫୁସଫୁସ କର୍କଟ ରୋଗରେ ୬୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି । ଯାହାଫଳରେ ଫିଲ୍ମ ପ୍ରେମୀ ଓ ଓଡିଆ ଫିଲ୍ମ ଜଗତରେ ସମସ୍ତେ ତାଙ୍କ ପାଇଁ ଶୋକ ପ୍ରକାଶ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।