ଓଡିଆ ଅଭିନେତା Pintu Nanda ଗୁରୁତର, ଶୀଘ୍ର ଭୁବନେଶ୍ବରରୁ ଦିଲ୍ଲୀ ନେବା ପାଇଁ ଡାକ୍ତର ଦେଲେ ପରାମର୍ଶ, ହେଲେ ଅର୍ଥ ସାଜିଛି ବାଧକ !

ଓଲିଉଡ ଜଗତକୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ମାଡି ଆସୁଛି । ଏବେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସିନେମା, ଆଲବମ ଓ ସିରିଏଲ ମାନଙ୍କରେ ନିଜ ଅଭିନୟର ଝଲକ ଦେଖାଇଛନ୍ତି ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ ନିଜ କଳା ଓ ଅଭିନୟ ମାଧ୍ୟମରେ ଓଲିଉଡରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ତେବେ ଅନେକ ଦିନ ଧରି ପିଣ୍ଟୁ ନନ୍ଦ ଫିଲ୍ମ ଜଗତରୁ ଦୂରେଇ ରହିଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ସେ ଲିଭର ଜନିତ ସମସ୍ଯାରେ ପୀଡିତ ଅଛନ୍ତି । ପିଣ୍ଟୁଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା କୁହାଯାଉଛି । ଶେଷଥର ପାଇଁ ତାଙ୍କୁ ଅଭିନେତ୍ରୀ ରିୟାଙ୍କ ମ୍ୟାରେଜ ରିଶେପସନ ପାର୍ଟିରେ ଦେଖିବାକୁ ମିଳିଥିଲା । ପିଣ୍ଟୁ ନନ୍ଦ ଓଡିଆ ଅଭିନୟ ଜଗତର ଜଣେ ସୁପରିଚିତ ଅଭିନେତା । ଆଉ ପିଣ୍ଟୁ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ପିଣ୍ଟୁ ନନ୍ଦ ଗୁରୁତର ଥିବାବେଳେ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ଆବଶ୍ୟକ ହେଉଛି । ସବୁଠୁ ବଡ କଥା ହେଉଛି, ଭୁବନେଶ୍ବରରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଡାକ୍ତରମାନେ ତାଙ୍କୁ ଦିଲ୍ଲୀ ନେବା ପାଇଁ ପରାମର୍ଶ ଦେଇଥିବା ବେଳେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି । ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡି ଯାଉଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ପାଖାପାଖି ଅଧ କୋଟି ଟଙ୍କା ଆବଶ୍ୟକ ହେଉଛି ।

କିନ୍ତୁ ଏହା ପିଣ୍ଟୁଙ୍କ ସାମର୍ଥ୍ୟ ବାହାରେ । ଯେଉଁଥି ପାଇଁ ଏବେ ସୋସିଆଲ ମିଡିଆରେ ତାଙ୍କ ପାଇଁ କ୍ୟାମ୍ପେନିଂ ଆରମ୍ଭ ହୋଇଗଲାଣି । ତାଙ୍କର ଆରୋଗ୍ଯ କାମନା ସହ ତାଙ୍କୁ ସାହାଯ୍ୟର ହାତ ବଢାନ୍ତୁ ବୋଲି ଏକ ମେସେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାସହ ପିଣ୍ଟୁ ନନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । କିଛି ସହୃଦୟ ବ୍ୟକ୍ତିମାନେ ତାଙ୍କୁ ସାହାଯ୍ୟର ହାତ ମଧ୍ୟ ବଢାଉଛନ୍ତି ।

ନିକଟ ଅତୀତରେ ଅଭିନେତ୍ରୀ ଝିଲିକଙ୍କ ବ୍ୟାନରରେ ରିଲିଜ ହୋଇଥିବା ଫିଲ୍ମ “ରୁଦ୍ରାଣୀ” ରେ ପିଣ୍ଟୁ ନନ୍ଦ ନଜର ଆସିଥିଲେ । ଜୀସାର୍ଥକର ନୂଆ ଫିଲ୍ମ “ଦିଦି ନମସ୍କାର” ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି । ଏହାରି ଭିତରେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକ ମାନଙ୍କୁ ଗଭୀର ଆଘାତ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।