ଅକ୍ଟୋବର 1 ରୁ ବ୍ଯାଙ୍କର ଏହି ସବୁ ନିୟମରେ ହେବ ପରିବର୍ତ୍ତନ, ଦେଖନ୍ତୁ କଣ ରହିବ ନୂଆ ନିୟମ ଓ ଆପଣଙ୍କ ଉପରେ ଏହାର କଣ ପ୍ରଭାବ ପଡିବ ?

ଆସନ୍ତା ଅକ୍ଟୋବର ପହିଲାରୁ ଅନେକ ସରକାରୀ କ୍ଷେତ୍ରରେ ନୂଆ ନିୟମ ମାନ ଲାଗୁ ହେବାକୁ ଯାଉଛି । ଏହି ନିୟମ ଗୁଡିକ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ । ଏଥିରେ ପେନସନ ନିୟମ ଠାରୁ ଆରମ୍ଭ କରି ବ୍ଯାଙ୍କ ଚେକବୁକ ପର୍ଯ୍ୟନ୍ତ ବଦଳିବାକୁ ଯାଉଛି ବିଭିନ୍ନ ନିୟମ । ଏହି ନିୟମ ଗୁଡିକ ବିଷୟରେ ଆପଣ ନିହାତି ଜାଣିବା ଦରକାର । ପେନସନ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ ।

ଏହି ପରିବର୍ତ୍ତନ ଅନୁଯାୟୀ ୮୦ ବର୍ଷରୁ ଅଧିକ ବୟସର ପେନସନ ଭୋଗୀ ମାନେ ଅକ୍ଟୋବର ୧ ରୁ ଦେଶର ମୁଖ୍ୟ ଡାକଘର ମାନଙ୍କରେ ଥିବା ଜୀବନ ପ୍ରମାଣ କେନ୍ଦ୍ର ଗୁଡିକରେ ସେମାନଙ୍କ ଡିଜିଟାଲ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ବିକଳ୍ପ ପାଇପାରିବେ । ଏହି ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ଅଚଳ ହୋଇ ପଡିଥିବା ଜୀବନ ପ୍ରମାଣ କେନ୍ଦ୍ର ଗୁଡିକର ଆଇଡ଼ି ନଭେମ୍ବର ୩୦ ତାରିଖ ସୁଦ୍ଧା ପୁନଃସକ୍ରିୟ କରିବାକୁ ଭାରତୀୟ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ଯାଙ୍କ ଚେକବୁକ ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି । ଅକ୍ଟୋବର ପହିଲାରୁ ତିନୋଟି ବ୍ୟାଙ୍କର ପୁରୁଣା ଚେକବୁକ ଏବଂ MICR କୋଡ  ଅବୈଧ ହୋଇଯିବ । ଏହି ବ୍ଯାଙ୍କ ଗୁଡିକ ହେଲେ ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ଶ, ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆ ଓ ଆଲ୍ଲାହାବାଦ ବ୍ଯାଙ୍କ । ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସହ ମିଶ୍ରିତ ହୋଇଥିବା ଓରିଏଣ୍ଟାଲ ବ୍ଯାଙ୍କ ଓ ୟୁନାଇଟେଡ ବ୍ଯାଙ୍କ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ଅପଡେଟ ହୋଇ ନଥିବା ପୁରୁଣା ଚେକବୁକ ଏବଂ ପୁରୁଣା MICR ଓ IFCR କୋଡ ଅପଡେଟ ହୋଇ ନଥିଲେ ବନ୍ଦ ହୋଇଯିବ ।

ସେହିପରି ଅକ୍ଟୋବର ୧ ରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଡେବିଟ ଓ କ୍ରେଡିଟ କାର୍ଡ ଗୁଡିକର ଅଟୋ ଡେବିଟ ସୁବିଧା ଗୁଡିକରେ ପରିବର୍ତ୍ତନ କରାଯିବ । ଏହି ନିୟମ ଅନୁସାରେ ଗ୍ରାହକଙ୍କ ଅନୁମୋଦନ ବିନା ଓଟିଟି ପ୍ଲାଟଫର୍ମ ଗୁଡିକର ସଦସ୍ଯତା ପାଇଁ ମାସିକ ଦେୟ ବନ୍ଦ ହୋଇଯିବ । ଏହି ପରିପେକ୍ଷୀରେ ଦେୟର ୨୪ ଘଣ୍ଟା ପୂର୍ବରୁ ଗ୍ରାହକଙ୍କୁ ଏକ ସୂଚନା ପଠାଯିବ ଏବଂ ଅନୁମୋଦନ ପରେ କାର୍ଯ୍ୟକାରୀ ହେବ ।

ଦି ସିକ୍ଯୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଦ୍ଵାରା ଘୋଷିତ ହୋଇଛି ଯେ ଆସେଟରେ କାମ କରୁଥିବା କନିଷ୍ଠ କର୍ମଚାରୀମାନେ ସେମାନଙ୍କ ମୋଟ ବେତନର ଦଶ ପ୍ରତିଶତ ସେ ମ୍ୟୁଚୁଆଲ ଫଣ୍ଡର ୟୁନିଟରେ ବିନିଯୋଗ କରିବା ଆବଶ୍ୟକ । ଅକ୍ଟୋବର ୨୦୨୩ରୁ ଏହା ଦରମାର ୨୦ ପ୍ରତିଶତକୁ ବୃଦ୍ଧି ପାଇବ । ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବା ଉପରେ ମଧ୍ୟ ଲାଗିଛି କଟକଣା ।

ନୂତନ ଅବକାରୀ ନିୟମ ଅନୁଯାୟୀ ଦିଲ୍ଲୀରେ ନଭେମ୍ବର ୧୬ ପର୍ଯ୍ୟନ୍ତ କୌଣସି ଘରୋଇ ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ । ଏହି ସମୟ ମଧ୍ୟରେ କେବଳ ସରକାରୀ ମଦ ଦୋକାନ ଖୋଲା ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।