October ପହିଲାରୁ ବଦଳିଯିବ ଏହି ସବୁ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ ?

ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦାନିନ୍ଦିନ ଜୀବନ ଓ ବଜେଟ ଉପରେ ପଡିପାରେ । ଅକ୍ଟୋବର ପହିଲାରୁ ବ୍ଯାଙ୍କ ଏବଂ ATM ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏତିକି ନୁହେଁ LPG ଗ୍ଯାସ ସିଲିଣ୍ଡର ଦରରେ ମଧ୍ୟ ପରିବର୍ତ୍ତନ ହେବ। ଏହାସହ ଆହୁରି କେତେକେ ଜରୁରୀ ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ନିୟମ ଆସନ୍ତା ମାସରୁ ବଦଳିବାକୁ ଯାଉଛି ।

ପେନସନ ନିୟମରେ ହେବ ପରିବର୍ତ୍ତନ । ଅକ୍ଟୋବର ୧ ତାରିଖ ଠାରୁ ଡିଜିଟାଲ ଲାଇଫ ସାର୍ଟିଫିକେଟ ସହ ଜଡିତ ନିୟମ ବଦଳିବ । ଦେଶର ସମସ୍ତ ପେନସନ ଉପଭୋକ୍ତା ଯେଉଁମାନଙ୍କ ବୟସ ୮୦ କିମ୍ବା ଏହାଠୁ ଅଧିକ ସେମାନେ ଦେଶର ସମସ୍ତ ହେଡପୋଷ୍ଟ ଅଫିସରେ ଜୀବନ ପ୍ରମାଣ ସେଣ୍ଟରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜମା କରିପାରିବେ । ଆଉ ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ଅକ୍ଟୋବର ୧ ତାରିଖରୁ ତିନୋଟି ବ୍ୟାଙ୍କର ଚେକବୁକ ଏବଂ MICR କୋଡ ଇନଭାଲିଡ ହୋଇଯିବ । ଏହି ବ୍ଯାଙ୍କ ଗୁଡିକ ହେଲେ ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ଶ, ୟୁନାଇଟେଡ ବ୍ଯାଙ୍କ ଇଣ୍ଡିଆ ଏବଂ ଆଲ୍ଲାହାବାଦ ବ୍ଯାଙ୍କ । ନିକଟରେ ଏହି ବ୍ଯାଙ୍କ ଗୁଡିକ ଅନ୍ୟ ବ୍ଯାଙ୍କ ସହ ମିଶ୍ରଣ ହୋଇଥିଲା । ତେଣୁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବର, IFSC କୋଡ, MICR କୋଡରେ ପରିବର୍ତ୍ତନ ହେବା କାରଣରୁ ଆସନ୍ତା କଟୋବାର ଠାରୁ ବ୍ଯାଙ୍କ ସିଷ୍ଟମ ପୁରୁଣା ଚେକବୁକ ରିଜେକ୍ଟ କରିଦେବ । ତେଣୁ ଏହି ବ୍ଯାଙ୍କର ସମସ୍ତ ପୁରୁଣା ଚେକବୁକ ଅମାନ୍ଯ ହୋଇଯିବ ।

ବଦଳିବ ଅଟୋ ଡେବିଟ କାର୍ଡ ନିୟମ । ଅକଟିବାର 1 ତାରିଖ ଠାରୁ ଆପଣଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡରେ ହେଉଥିବା ଅଟୋ ଡେବିଟ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ଯାଙ୍କ । ନୂଆ ନିୟମ ଅନୁଯାୟୀ ଡେବିଟ କିମ୍ବା କ୍ରେଡିଟ କାର୍ଡ ଏବଂ ମୋବାଇଲ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ ଗ୍ରାହକ ମଞ୍ଜୁରୀ ନଦେବା ପର୍ଯ୍ୟନ୍ତ ହୋଇପାରିବ ନାହିଁ । ଅର୍ଥାତ ଗ୍ରାହକ କନଫର୍ମ କରିବା ପରେ ଯାଇ ତାଙ୍କ ଖାତାରୁ ଟଙ୍କା ଡେବିଟ ହେବ । ଏହି ନୋଟିଫିକେସନ ଆପଣଙ୍କୁ ଇ-ମେଲ କିମ୍ବା SMS ଜରିଆରେ ମିଳିବ ।

ଅକ୍ଟୋବର ୧ ତାରିଖରୁ LPG ଗ୍ଯାସ ଦରରେ ହେବ ପରିବର୍ତ୍ତନ । ପ୍ରତି ମାସ ଆରମ୍ଭରେ ଘରୋଇ ରୋଷେଇ ଗ୍ଯାସ ଏବଂ କମାର୍ଶିଆଲ ଗ୍ଯାସ ସିଲିଣ୍ଡରର ନୂଆ ଦର ଧାର୍ଯ୍ୟ କରାଯାଏ । ବନ୍ଦ ହେବ ବେସରକାରୀ ମଦ ଦୋକାନ । ଅକ୍ଟୋବର ୧ ତାରିଖରୁ ଦିଲ୍ଲୀରେ ବେସରକାରୀ ମଦ ଦୋକାନ ଗୁଡିକ ବନ୍ଦ ହେବାକୁ ଯାଉଛି । ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ତେବେ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ ଏବଂ ନଭେମ୍ବର ୧୭ ରୁ ନୂଆ ନିୟମ ଅନୁଯାୟୀ ଦୋକାନ ଖୋଲିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।