ନୂଆ ବର୍ଷ 2022 ରେ ଘରକୁ ନେଇ ଆସନ୍ତୁ ଏହି 5 ଟି ମଧ୍ୟରୁ ଯେକୌଣସି 1 ଜିନିଷ, ଦେଖିବେ ଆପଣଙ୍କ ପୁରା ବର୍ଷ ହସ ଖୁସିରେ ବିତିବ, ହେବ ଧନବର୍ଷା (vastu tips)

ଆଉ ଅଳ୍ପ ଦିନ ପରେ ଆରମ୍ଭ ହୋଇଯିବ ଆଉ ଏକ ନୂଆ ବର୍ଷ । ପୂର୍ବ ବର୍ଷରେ ଯେଉଁ ସମସ୍ତ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା ନୂଆ ବର୍ଷରେ ସେସବୁ ଦେଖା ନଦେଉ ବୋଲି ସମସ୍ତେ ଆଶା କରିଥାନ୍ତି । ନୂତନ ବର୍ଷଟି ଆଗାମୀ ଜୀବନ ପାଇଁ ଶୁଭ ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଥାନ୍ତି । ତେବେ ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ । ନୂଆ ବର୍ଷରେ କେଉଁ ସବୁ ଜିନିଷ ଘରକୁ ଆଣିଲେ ଜୀବନ ଓ ଘର ପରିବାର ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇଯିବ ଚାଲନ୍ତୁ ଜାଣିବା ।

ଯଦି ଆପଣ ନୂଆ ବର୍ଷ ଦିନ ଖଣ୍ଡ ହଳଦୀ କିଣି ଘରକୁ ଆଣନ୍ତି ତେବେ ବର୍ଷସାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଲାଗି ରହିବ । ମା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ ବୋଲି ଶାସ୍ତ୍ରରେ କୁହାଯାଇଛି । ତେଣୁ ନୂଆ ବର୍ଷ ଦିନ ଖଣ୍ଡ ହଳଦୀ କିଣି ଘରକୁ ଆଣିବା ଦ୍ଵାରା ଆପଣଙ୍କ ଘରକୁ ସ୍ଵୟଂ ମା ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ ରହିଛି । ତେଣୁ ଆପଣ ମଧ୍ୟ ନୂଆ ବର୍ଷରେ ଘରକୁ ଖଣ୍ଡ ହଳଦୀ ନିଶ୍ଚୟ କିଣି ଆଣନ୍ତୁ । ଦେଖିବେ ଆପଣ ମା ଲକ୍ଷ୍ମୀଙ୍କ କୃପା ନିଶ୍ଚୟ ଲାଭ କରିବେ ।

ଭଗବାନ ଗଣେଶ ହେଉଛନ୍ତି ରିଧି, ସିଦ୍ଧି ଓ ଶୁଭଲାଭ । ଗଣେଶ ଆମ ସମସ୍ତ ପ୍ରକାରର ଦୁଃଖ କଷ୍ଟ ନିବାରଣ କରିବା ସହ ଆମର ମଙ୍ଗଳ କରିଥାନ୍ତି । ତେଣୁ ଆପଣ ଯଦି ନୂଆ ବର୍ଷରେ ଭଗବାନ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ କିଣି ଆଣୁଛନ୍ତି ଓ ଏହାକୁ ଆଲମାରି ବା ଟଙ୍କା ରଖୁଥିବା ସ୍ଥାନ କିମ୍ବା ପୂଜାଘରେ ଲଗାଉଛନ୍ତି ତେବେ ବର୍ଷ ସାରା ଆପଣଙ୍କର କୌଣସି ଅର୍ଥ ଅଭାବ ଦେଖା ଦେବନାହିଁ । କାରଣ ଯେଉଁଠି ଭଗବାନ ଗଣେଶ ବାସ କରନ୍ତି ସେଠାରେ ମା ଲକ୍ଷ୍ମୀ ଓ କୁବେର ମଧ୍ୟ ବାସ କରିଥାନ୍ତି ।

ରୂପାକୁ ଶୁଭତାର ପ୍ରତୀକ ବୋଲି ମାନାଯାଏ । ତେଣୁ ଆପଣ ଯଦି ନୂଆ ବର୍ଷ ଦିନ ରୂପାର ଯେକୌଣସି ଜିନିଷ କିଣି ଘରକୁ ଆଣନ୍ତି, ବର୍ଷ ସାରା ଆପଣଙ୍କ ଘରକୁ ଖୁସିର ଆଗମନ ହୋଇଥାଏ । ଏହି ନୂଆ ବର୍ଷରେ ଆପଣଙ୍କ ସକ୍ଷମ ଅନୁସାରେ ରୂପାର ଯେକୌଣସି ଜିନିଷ ଘରକୁ କିଣି ଆଣନ୍ତୁ । ଦେଖିବେ ଆପଣଙ୍କର ପୁରା ବର୍ଷ ଶୁଭରେ କ-ଟି-ଯି-ବ ।

ଶାସ୍ତ୍ର ଅନୁସାରେ ପଦ୍ମଫୁଲର ମଞ୍ଜିକୁ ସାକ୍ଷାତ ମା ଲକ୍ଷ୍ମୀ ବୋଲି ମାନାଯାଏ । ନୂଆ ବର୍ଷ ଦିନ ଆପଣ ଯଦି ୭ଟି କିମ୍ବା ୧୧ଟି ପଦ୍ମଫୁଲ ଆଣି ତାହାକୁ ଗଙ୍ଗା ଜଳ କିମ୍ବା ପଞ୍ଚାମୃତରେ ଧୋଇ ଘର ଟଙ୍କା ରଖୁଥିବା ସ୍ଥାନରେ ସ୍ଥାପନ କରନ୍ତି, ତେବେ ସାରା ବର୍ଷ ମା ଲକ୍ଷ୍ମୀଙ୍କ ପୂର୍ଣ୍ଣ ଆଶୀର୍ବାଦ ପ୍ରାପ୍ତ ହେବ । ଯାହାଫଳରେ ଆପଣଙ୍କ ଘର ଭଣ୍ଡାର ପୂରି ଉଠିବ ।

ଶେଷରେ ହେଉଛି ତୁଳସୀ ଗଛ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନୂଆ ବର୍ଷ ଦିନ ତୁଳସୀ ଗଛ କିଣି ଆଣି ନିଜ ତୁଳସୀ ଚଉରାରେ ଲଗାଇଥାଏ, ସେହି ଘରେ ପୁରା ବର୍ଷ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ଭଗବାନ ବିଷ୍ଣୁ ଅବଶ୍ୟ ବାସ କରିଥାନ୍ତି ଓ ଯେଉଠାରେ ଭଗବାନ ବିଷ୍ଣୁ ଥାଆନ୍ତି ସେଠାରେ ମା ଲକ୍ଷ୍ମୀ ମଧ୍ୟ ନିଶ୍ଚିତ ରୂପେ ବାସ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।