ନୂଆ ବର୍ଷରେ କେତୁ ବଦଳାଇବେ ନିଜର ରାଶି, କିପରି ରହିବ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ ! ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଗୁଡିକର ଗତି ନିରନ୍ତର ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣରୁ ସମସ୍ତ ମନୁଷ୍ୟଙ୍କର ରାଶି ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ସମୟରେ ସମସ୍ତେ ନିଜର ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । କହିବାକୁ ଗଲେ ଭଲ ଓ ଖରାପ ସମୟ ଗ୍ରହର ସ୍ଥିତି ଉପରେ ନିର୍ଭର କରିଥାଏ । ଯଦି ଆପଣଙ୍କ ଜାତକରେ ଗ୍ରହର ସ୍ଥିତି ଶୁଭ ଅଛି ତ ତାହାର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । କିନ୍ତୁ ଏମାନଙ୍କର ସ୍ଥିତି ଠିକ ନ ଥିଲେ ତେବେ ଆପଣଙ୍କୁ ବିପରୀତ ସମୟର ସାମ୍ନା କରିବାକୁ ପଡିଥାଏ ।

ଆପଣଙ୍କୁ କହିଦେଉଛୁ କି ନୂଆ ବର୍ଷ ମାନେ ୨୦୨୦ରେ କେତୁ ନିଜର ରାଶି ପରିବର୍ତ୍ତନ କରିବେ । ଯେଉଁ କାରଣରୁ ସମସ୍ତ ୧୨ ଟି ରାଶି ଗୁଡିକ ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପଡିବ ।

ଆସନ୍ତୁ ଜାଣିବା ନୂଆ ବର୍ଷରେ କେତୁ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିମାନଙ୍କ ଉପରେ ରହିବ ଶୁଭ ପ୍ରଭାବ

ମେଷ ରାଶି

ମେଷ ରାଶିର ଲୋକମାନଙ୍କ ପାଇଁ କେତୁର ରାଶି ପରିବର୍ତ୍ତନ ଭଲ ପ୍ରମାଣିତ ହେବ । ଆପଣ ନିଜର ପୁରୁଣା କ୍ଷତିକୁ ପୂରଣ କରିନେବେ । ଧର୍ମ କର୍ମ କାମରେ ଆପଣଙ୍କର ଅଧିକ ମନ ଲାଗିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଯୋଗ ଅଛି । ପାରିବାରିକ ସୁଖ ପ୍ରାପ୍ତି କରିବେ ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ପାଇଁ କେତୁର ରାଶି ପରିବର୍ତ୍ତନ ସଫଳ ରହିବାର ଅଛି । ନିଜର କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରି ପାରନ୍ତି । ପୁରୁଣା ଶାରୀରିକ ରୋଗ ଦୂର ହୋଇପାରେ । ଧନ ସମ୍ବନ୍ଧିତ କାମରେ ସମସ୍ତ ସମସ୍ୟା ଦୂର ହେବ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ମଧ୍ୟ ହେବେ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ କେତୁର ରାଶି ପରିବର୍ତ୍ତନ କାରଣରୁ ଆମଦାନୀରେ ବୃଦ୍ଧି ହୋଇପାରେ । ଆପଣଙ୍କର ଅଟକିଥିବା ଟଙ୍କା ସହଜରେ ଫେରି ଆସିବ । ଭାଇ ଭଉଣୀଙ୍କ ସହିତ ମଧୁର ସମ୍ବନ୍ଧ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ନୂଆ ଉପଲବ୍ଧି ହାସଲ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ନୂତନ ପରିଚୟ ମିଳିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କର କେମିତି ରହିବ ଅବସ୍ଥା

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କୁ କେତୁର ରାଶି ପରିବର୍ତ୍ତନ କାରଣରୁ ସମସ୍ୟାର ସାମ୍ନା କରିବାକୁ ପଡିବ । ବୈବାହିକ ଜୀବନରେ ଦୂରତା ଆସିପାରେ । ଆପଣଙ୍କୁ ନିଜର ବ୍ୟାପାରରେ ଅଳ୍ପ ସମ୍ଭାଳି ରହିବାକୁ ପଡିବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ କେତୁର ରାଶି ପରିବର୍ତ୍ତନ ଠିକ ରହିବ ନାହିଁ । ଆପଣଙ୍କୁ ନିଜ ଜୀବନରେ ଆଧିକ ସଂଘର୍ଷ କରିବାକୁ ପଡିପାରେ । ଆପଣଙ୍କ ଉପରେ ଶତୃ ଆକ୍ରମଣ କରି ପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କୁ କେତୁ ରାଶିର ପରିବର୍ତ୍ତନ କାରଣରୁ ସନ୍ତାନ ସହ ଜଡିତ ସମସ୍ୟା ଉତ୍ପନ୍ନ ହୋଇପାରେ । ଜୀବନସାଥିଙ୍କ ସହିତ ବାଦ ବିବାଦ ହେବାର ସମ୍ଭାବନା ଅଛି । ବ୍ୟାପାରୀମାନଙ୍କର ସମୟ ଭଲ ରହିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ପାଇଁ କେତୁର ରାଶି ପରିବର୍ତ୍ତନ ବହୁତ କଠିନ ରହିବାର ଅଛି । ଆପଣଙ୍କର ଖୁସି ଦୁଃଖରେ ପରିବର୍ତ୍ତନ ହୋଇପାରେ । ମା’ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଆପଣ ଅଧିକ ଚିନ୍ତିତ ରହି ପାରନ୍ତି ।

ତୁଳା ରାଶି

ତୁଳା ରାଶିର ଲୋକମାନଙ୍କୁ କେତୁର ରାଶି ପରିବର୍ତ୍ତନ କାରଣରୁ ଆତ୍ମବିଶ୍ଵାସରେ କିଛି ଅସୁବିଧା ଆସିପାରେ । ଆପଣଙ୍କର ମନ କାର୍ଯ୍ୟରେ ଲାଗିବ ନାହିଁ । ଘର ପରିବାରର ଅବସ୍ଥା କିଛି ଅଶାନ୍ତ ରହିପାରେ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କ ଜୀବନରେ କେତୁର ରାଶି ପରିବର୍ତ୍ତନ କାରଣରୁ ବହୁତ ଚେଞ୍ଜେସ ଦେଖିବାକୁ ମିଳିବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ କରି ପାରନ୍ତି । କିନ୍ତୁ ବନ୍ଧୁମାନଙ୍କ ଠାରୁ ସମୟ ସମୟରେ ସହଯୋଗ ମିଳିବ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କ ପାଇଁ କେତୁର ରାଶି ପରିବର୍ତ୍ତନ ଅନୁକୂଳ ରହିବାର ଅଛି । ଘର ପରିବାରର ପରିଜନମାନଙ୍କ ସହ ବିବାଦ ହୋଇ ପାରେ । ଆପଣଙ୍କୁ ନିଜର ଜରୁରୀ କାମ ପ୍ରତି ସମୟ ଦେବାକୁ ପଡିବ ।

ମକର ରାଶି

ମକର ରାଶିର ଲୋକମାନଙ୍କୁ ଧନ ସମ୍ବନ୍ଧିତ ମାମଲାରେ ବିଶେଷ ସାବଧାନ ରହିବାକୁ ପଡିବ । କେତୁ ରାଶିର ପରିବର୍ତ୍ତନ କାରଣରୁ ଆପଣଙ୍କୁ ଧନର ହାନି ହେବାର ସମ୍ଭାବନା ଅଛି ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କୁ କେତୁର ରାଶି ପରିବର୍ତ୍ତନ କାରଣରୁ କାର୍ଯ୍ୟକ୍ଷେତ୍ରରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କର ଛବିକୁ କ୍ଷତି ପହଞ୍ଚିପାରେ । ଆପଣଙ୍କୁ ଧୈର୍ଯ୍ୟର ସହିତ ରହିବାକୁ ପଡିବ ।