ନୂଆ ବର୍ଷ ୨୦୨୦ରେ ହେବ ବହୁତ ଉନ୍ନତି ଓ ଚମକିବ ଭାଗ୍ୟ, କେବଳ କରନ୍ତୁ ଏହି ସରଳ ଉପାୟ

ଆଗକୁ ବହୁତ ଜଲ୍ଦି ନୂଆ ବର୍ଷ ଆସୁଛି ଓ ନୂଆ ବର୍ଷରେ ଧନ ଲାଭ କେମିତି ହେବ, ରୋଗ ଗୁଡିକରୁ ଆପଣ କେମିତି ଦୂରରେ ରହିବେ, ଅଟକିଥିବା କାମ କେମିତି ଭଲ ଭାବରେ ପୁରା ହେବ ଇତ୍ୟାଦି ସମସ୍ୟା କେମିତି ଜୀବନରୁ ଦୂର ହେବ, ତାହା ସବୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଏହି ସମସ୍ତ ପ୍ରକାରର ସମସ୍ୟା ଆପଣଙ୍କ ଜୀବନରୁ ଦୂର ହୋଇଯିବ ଓ ନୂଆ ବର୍ଷ ଆପଣଙ୍କ ପାଇଁ କେବଳ ଖୁସି ହିଁ ଆଣିବ ।

ନୂଆ ବର୍ଷରେ କରନ୍ତୁ ଏହି ଉପାୟ ସବୁ ସମସ୍ୟା ରହିବ ଆପଣଙ୍କ ଠାରୁ ଦୂରରେ

ଟଙ୍କାର ହେବ ନାହିଁ ଅଭାବ

ପ୍ରଥମ ଉପାୟ

ନୂଆ ବର୍ଷରେ ଆପଣଙ୍କୁ କୌଣସି ପ୍ରକାରର ଟଙ୍କା ସମ୍ବନ୍ଧିତ ସମସ୍ୟା ନ ହେଉ ଓ ପୁରା ବର୍ଷ ଆପଣଙ୍କୁ ଧନଲାଭ ହେଉ ସେଥିପାଇଁ ଆପଣଙ୍କୁ ଏକ ଉପାୟ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିବାକୁ ପଡିବ ଓ ଏହା ପରେ ‘ଓଁ ହ୍ରୀ ଶ୍ରୀଂ କ୍ରୀଂ ଶ୍ରୀଂ କ୍ରୀଂ କ୍ଲୀଂ ଶ୍ରୀଂ ମହାଲକ୍ଷ୍ମୀ ମମ ଗୃହେ ଧନଂ ପୂରୟ ପୂରୟ ଚିଂତାୟେ ଦୂରୟ ଦୂରୟ ସ୍ୱାହା’ ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ପରେ ଏହି ଫୁଲକୁ ମାତାଙ୍କ ଚରଣରୁ ନେଇ ନିଜର ତିଜୋରିରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ନୂଆ ବର୍ଷରେ ଟଙ୍କା ମାମଲାରେ ଆପଣଙ୍କର ଭାଗ୍ୟ ଉଜ୍ଜ୍ଵଳ ରହିବ ଓ ଆପଣଙ୍କୁ ଧନଲାଭ ହେବ ।

ଦ୍ଵିତୀୟ ଉପାୟ

ଧନ ବୃଦ୍ଧି ପାଇଁ ଗୋଟିଏ ପାନ ପତ୍ର ଉପରେ ନାଲି ଗୋଲାପର ଫୁଲ ଓ ସୁପାରି ରଖି ଦିଅନ୍ତୁ । ଏହା ପରେ ଏହି ପାନ ପତ୍ରକୁ ଓସ୍ଥ ଗଛ ତଳେ ପୋତି ଦିଅନ୍ତୁ ଓ ଗଛ ପାଖରେ ୫ ଟି ଦୀପ ଜଳାନ୍ତୁ । ଏହି ଉପାୟ କରିବା ଦ୍ଵାରା ବି ପୁରା ବର୍ଷ ଆପଣ ଧନୀ ରହିବେ ।

ଭଲ ବ୍ୟାପାର ପାଇଁ

ଏହି ଉପାୟ ଅନୁସାରେ ଆପଣଙ୍କୁ ପ୍ରଥମେ ୩ଟି ସୁପାରି ଲାଲ ରଙ୍ଗର କପଡାରେ ବାନ୍ଧିବାକୁ ପଡିବ । ଏହା ପରେ ଏହି କପଡାକୁ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ଚରଣରେ ରଖି ଦେବେ ଓ ଏହି ମନ୍ତ୍ରର ଜପ କରିବେ – ଓଁ ଶ୍ରୀ ଗଣେଶାୟ ନମଃ ଓ ଓଁ ଶ୍ରୀ ମହାଲକ୍ଷ୍ମୀ ନମୋ ନମଃ । ଏହି ମନ୍ତ୍ରକୁ ପଢିବା ପରେ ସେହି କପଡାକୁ ନିଜ ତିଜୋରିରେ ରଖି ଦେବେ । ଏହା ଦ୍ଵାରା ଆପଣଙ୍କ ବ୍ୟାପାର ଭଲ ଚାଲିବ ।

ରୋଗରୁ ମିଳିବ ମୁକ୍ତି

ପ୍ରଥମ ଉପାୟ

ଯେଉଁ ଲୋକମାନେ ବହୁତ ସମୟ ହେବ ଅସୁସ୍ଥ ଅଛନ୍ତି ସେମାନେ ଏହି ଉପାୟ କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ନୂଆ ବର୍ଷରେ ଆପଣଙ୍କୁ କୌଣସି ବି ପ୍ରକାରର ରୋଗ ହେବ ନାହିଁ । ଏଥିପାଇଁ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ନିଜର ଶୟନ କକ୍ଷରେ ଏକ କର୍ପୂର ଜଳାଇ ଦିଅନ୍ତୁ, ଏହା ଛଡା ନିଜର ମୁଣ୍ଡକୁ ସବୁବେଳେ ଦକ୍ଷିଣ ଦିଗ ଆଡକୁ ରଖି ଶୟନ କରନ୍ତୁ ।

ଦ୍ଵିତୀୟ ଉପାୟ

ଭଗବାନ ଶିବଙ୍କର ପୂଜା କରନ୍ତୁ ଓ ତାଙ୍କୁ ପଞ୍ଚାମୃତ, ଧଳା ଅରଖ ଫୁଲ ଓ ଲାଲ ସୂତା ଚଢାନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।