ନିର୍ଣ୍ଣୟ ନେବାର ସଠିକ ଉପାୟ କଣ ? ମାତ୍ର 2 ମିନିଟ ଏହାକୁ ପଢି ନିଅନ୍ତୁ- Krishna Vani

ଭବିଷ୍ୟତକୁ ଆଧାର କରି ସମସ୍ତେ ଆଜିରେ ନିର୍ଣ୍ଣୟ ନେବାକୁ ଚାହୁଁଛନ୍ତି । ଭବିଷ୍ୟତରେ ସୁଖ ମିଳୁ, ଭବିଷ୍ୟତ ନିରାପଦ ହେଉ ଏମିତି ନିଷ୍ପତ୍ତି ନେବାର ଆଜି ହିଁ ଚାହିଁ ଥାନ୍ତି ସମସ୍ତେ । ଆପଣ ଆପଣଙ୍କ ଜୀବନକୁ ଦେଖନ୍ତୁ, କଣ ଆପଣଙ୍କ ଅଧିକ ଥର ନିଷ୍ପତ୍ତି ନେବା ପଛରେ କ’ଣ ଭବିଷ୍ୟତର ବିଚାର ହୁଏ ନାହିଁ ? ଏବଂ ହେବ ବି ନାହିଁ କଣ ପାଇଁ, ନିଜ ଜୀବନକୁ ସରଳ ଏବଂ ସୁଖମୟ କରିବାର ଚେଷ୍ଟା ସମସ୍ତେ କରି ପାରିବେ କିନ୍ତୁ ଭବିଷ୍ୟତକୁ କେହି ଜାଣି ନାହାଁନ୍ତି !

କେବଳ କଳ୍ପନା ହିଁ କରା ଯାଇ ପାରିବ । ତେବେ ଜୀବନରେ ସମସ୍ତ ନିଷ୍ପତ୍ତି ଆମେ କଳ୍ପନାର ଆଧାରରେ ଆମେ କରିଥାଉ । କ’ଣ ନିଷ୍ପତ୍ତି ନେବାର କୈାଣସି ତୃତୀୟ ମାର୍ଗ ହୋଇପାରେ ?

ବିଚାର କରନ୍ତୁ ସମସ୍ତ ସୁଖର ଆଧାର ଧର୍ମ ଅଟେ ଏବଂ ସେହି ଧର୍ମ ମନୁଷ୍ୟର ହୃଦୟରେ ରହିଥାଏ । ତେବେ ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ ଥରେ ନିଜର ହୃଦୟକୁ ଅବଶ୍ୟ ପ୍ରଶ୍ନ କରନ୍ତୁ କି ଏହି ନିଷ୍ପତ୍ତି ସ୍ଵାର୍ଥରୂ ଜନ୍ମ ହୋଇଛି ନା ଧର୍ମରୁ ? କ’ଣ ଏତିକି ପର୍ଯ୍ୟାପ୍ତ ନୁହେଁ । ଭବିଷ୍ୟତ ବଦଳରେ ଧର୍ମର ବିଚାର କଲେ କ’ଣ ଭବିଷ୍ୟତ ଅଧିକ ସୁଖ ପୂର୍ଣ୍ଣ ହେବନାହିଁ !

ନିଜେ ବିଚାର କରନ୍ତୁ । ନିତିଦିନି ଜୀବନରେ ଆମେ ଅନେକ କିଛି ନିଷ୍ପତ୍ତି ନେଇ ଥାନ୍ତି । ଯଦି ଆମେ କୈାଣସି ନିଷ୍ପତ୍ତି ବୁଝି ବିଚାରି ନ ନେବା ତେବେ ଏହା ଆମକୁ ଭବିଷ୍ୟତରେ ଅନେକ ସମସ୍ୟାରେ ପକାଇ ପାରେ । କୈାଣସି କାରଣ ସତ୍ୱେ ଜଦି ଆମେ ଏଥିପାଇଁ ସଜାଗ ନଥାଇ ପାରନ୍ତି ଯାହାଦ୍ଵାରା ଆମର କ୍ଷତି ବି ହୋଇପାରେ । ସବୁବେଳେ ଆପଣ ଗୋଟିଏ କଥା ମନେ ରଖିବେ ଯେତେବେଳେ ଆପଣ କୈାଣସି ନିଷ୍ପତ୍ତି ନେଉଛନ୍ତି ସେତେବେଳେ ଆପଣଙ୍କ ମନ ସ୍ଥିର ହୋଇଥିବା ଦରକାର ।

ଯେତେବେଳେ ଆପଣ ଅଧିକ ଖୁସିରେ ଥାନ୍ତି କିମ୍ବା ଦୁଃଖରେ ସେତେବେଳେ ଆପଣଙ୍କୁ ନିଷ୍ପତ୍ତି ଜମା ବି ନେବା କଥା ନୁହେଁ କାରଣ ଏହି ସମୟରେ ନେବା ନିଷ୍ପତ୍ତି ଆପଣଙ୍କୁ ପର ମୂହୁର୍ତ୍ତରେ ଅନେକ କଷ୍ଟ ଦେଇଥାଏ । ସେଥିପାଇଁ ଖୁସି କିମ୍ବା ରାଗ ମନରେ କୈାଣସି ନିଷ୍ପତ୍ତି ନିଆ ଯାଏ ନାହିଁ । ସବୁବେଳେ ମନେ ରଖିବେ ଯେତେବେଳେ ବି ଆପଣ କୈାଣସି ନିଷ୍ପତ୍ତି ନେଉଛନ୍ତି ତାହା କଣ ଆପଣଙ୍କ ପାଇଁ ଆଗାମୀ ସମୟରେ ଲାଭଦାୟକ ହୋଇପାରେ । କଣ ଏହା ଠିକ୍ କି ଭୁଲ୍ ସେଥିପାଇଁ ଘରର ଗୁରୁଜନଙ୍କ ଠାରୁ ଉପଦେଶ ନେବା ଆବଶ୍ୟକ ନିହାତି ହୋଇଥାଏ ।

ଜଦି ଆପଣ କୌଣସି ସମସ୍ୟାରେ ଅଛନ୍ତି ତେବେ ପ୍ରଥମେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ ଏହାପରେ ଭାବି ବିଚାରି ନିଷ୍ପତି ନିଅନ୍ତୁ । ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ଏହି ପେଜ୍କୁ ଲାଇକ୍ କରନ୍ତୁ ଏବଂ ଏହାକୁ ସେୟାର କରନ୍ତୁ ଏବଂ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ ‌।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।