ନିଜକୁ ସବୁବେଳେ ସୁରକ୍ଷିତ ରଖିବା ପାଇଁ ନିହାତି ପିଅନ୍ତୁ ଏହି ଆୟୁର୍ବେଦିକ କାଢ଼ା ( Immunity Booster Drink), କେବେ ବି କୌଣସି ରୋଗ ଛୁଇଁ ପାରିବନି- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ହୋଇଥାଏ । ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଅନେକ ପ୍ରକାରର ଔଷଧ ଖାଇବାକୁ ପଡିଥାଏ । କିନ୍ତୁ ଏମିତି କିଛି ଘରୋଇ ଉପଚାର ରହିଛି ଯାହାକୁ ସେବନ କରିଲେ ଆମ ଶରୀର ସୁସ୍ଥ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଆୟୁର୍ବେଦିକ କାଢା ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରିଲେ ଆମ ଶରୀର ସୁସ୍ଥ ରହିଥାଏ । ଏହି ଆୟୁର୍ବେଦିକ କାଢା ତିଆରି କରିବା ପାଇଁ କିଛି ସାମଗ୍ରୀର ଆବଶ୍ୟକତା ରହିଛି ।

ଏହି କାଢାକୁ ପ୍ରସ୍ତୁତ କରିବା ପାଇଁ କିଛି ଶୁଖିଲା ମସଲା ଆବଶ୍ୟକ ରହିଛି । ଏଥି ପାଇଁ ଡାଲଚିନି, ଗୋଲମରିଚ,ଗୁଜୁରାତି, ଲବଙ୍ଗ, ତୁଳସୀ ପତ୍ର, ଲେମ୍ବୁ, ଏକ ଚାମଚ ଘିଅ, ଶୁଣ୍ଠି, ଚାହାପତି, ଗୁଡର ଆବଶ୍ୟକତା ରହିଛି । ଏହି ଶୁଖିଲା ଜିନିଷ ଗୁଡିକୁ ଅଧିକ ମାତ୍ରାରେ ବ୍ୟବହାର କରିଲେ ପେଟ ଗରମ ହୋଇଥାଏ । ତେଣୁ ଏହାର ଅଳ୍ପ ମାତ୍ରାରେ ବ୍ୟବହାର କରିବା ଉଚିତ । ଯାହା ଫଳରେ ଆପଣଙ୍କ ଶରୀରର ଇମୁନିଟି ଶକ୍ତି ବଢି ଥାଏ ଓ ସମସ୍ତ ରୋଗର ନିରାକରଣ ହୋଇଥାଏ ।

ଏହି କାଢା ପ୍ରସ୍ତୁତ କରିବା ପୂର୍ବରୁ ସବୁ ଶୁଖିଲା ମସଲା ଯେମିତି କି ଡାଲଚିନି,ଗୁଜୁରାତି,ଲବଙ୍ଗ,ଇତ୍ଯାଦିକୁ ପ୍ରଥମେ ହାଲକା ଭାବେ ଗୁଣ୍ଡ କରିଦେବା ଉଚିତ । ତା ପରେ ଏକ ପାତ୍ରରେ ୬ କପ ପାଣି ମିଶାଇ ଏହାକୁ ଗରମ କରି କୁଟା ଯାଇଥିବା ଗୁଣ୍ଡ ସବୁକୁ ପାଣିରେ ପକାଇ ଦିଅନ୍ତୁ । ଏହା ପରେ ରଖା ଯାଇଥିବା ଶୁଣ୍ଠି ଗୁଣ୍ଡକୁ ପକାନ୍ତୁ । ଶୁଣ୍ଠି ଗୁଣ୍ଡ ବଦଳରେ ଆପଣ ଅଦାର ମଧ୍ୟ ପ୍ରୟୋଗ କରି ପାରିବେ । ପାଣି ଫୁଟିବା ପରେ ସେଥିରେ ରଖା ଯାଇଥିବା ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ।

ତୁଳସୀ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ବୋଲି ମାନାଯାଏ । ଏହା ପରେ ଗୁଡକୁ ଫୁଟୁ ଥିବା ପାଣିରେ ପକାନ୍ତୁ । ଗୁଡ ବଦଳରେ ଆପଣ ସ୍ଵାଦ ଅନୁସାରେ ଚିନି ମଧ୍ୟ ପ୍ରୟୋଗ କରି ପାରିବେ । କିନ୍ତୁ ଚିନି ଅପେକ୍ଷା ଗୁଡ ଆମ ଶରୀର ପାଇଁ ଭଲ ହୋଇଥାଏ । ଏହା ଆମ ଶରୀରର ଇମୁନିଟି ଶକ୍ତି ବଢାଇବାରେ ବହୁତ ସାହାଜ୍ଯ କରିଥାଏ । ଏହି ପାଣିକୁ ନିହାତି ୨୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ କାଢାକୁ ଦୁଇଟି ଅଲଗା ଅଲଗା ପାତ୍ରରେ କାଢି ନିଅନ୍ତୁ ।

ପ୍ରଥମ ପାତ୍ରରେ ଏକ ଚାମଚ ଚାହାପତି ପକାଇ ଆଉ ଥରେ ୫ମିନିଟ ଫୁଟାଇବେ । ଦିତୀୟ ପାତ୍ରରେ ଏକ ଚାମଚ ଘିଅ ପକାଇ ୫ ମିନିଟ ଫୁଟାଇବେ । ଏଥିରେ ମିଶିଥିବା ଶୁଖିଲା ମସଲା ଗୁଡିକ ଆମ ପେଟ ଗରମ କରିଥାଏ ତେଣୁ ଏଥିରେ ଘିଅ ପକାଇଲେ ଆମ ପେଟ ଗରମ ହୋଇ ନ ଥାଏ । ପ୍ରଥମ କାଢାକୁ ଛାଣି ଦେଇ ସେଥିରେ ଫାଳେ ଲେମ୍ବୁ ଚିପୁଡିବେ । ଏହାକୁ ପ୍ରତି ଦିନ ହେଉ ବା ସପ୍ତାହକୁ ଦୁଇରୁ ତିନି ଦିନ ସେବନ କରିଲେ ଆମ ଶରୀରର ବାହ୍ୟ ସଂକ୍ରମଣ ରୋଗ ଦୂର ହୁଏ ଓ ଇମୁନିଟି ଶକ୍ତି ବୃଦ୍ଧି ହୋଇଥାଏ । ଦିତୀୟ କାଢାକୁ ସବୁ ଦିନ ସକାଳେ ଓ ସନ୍ଧ୍ୟାରେ ସେବନ କରିଲେ ଆମ ଶରୀର ରୋଗ ମୁକ୍ତ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ