କରୋନା କାଳରେ ନିଜ ଶରୀରର ଇମ୍ୟୁନିଟି ପାୱାର କୁ କିପରି ବଢାଇବେ ? ଓ ଯଦି କରୋନା ହେଇ ଯାଉଛି ତ କଣ ଖାଇବେ ? Health Tips

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ । ଆମ ଦେଶରେ ଯେପରି ଭାବେ କୋରୋନା ମ-ହା-ମା-ରୀ ବା ଭାଇରସ ବଢିବାରେ ଲାଗିଛି ସେଥିରୁ ସୁସ୍ଥ ରହିବା ପାଇଁ ଆମକୁ ଆମ ସ୍ୱାସ୍ଥ୍ୟର ଭଲ ଭାବେ ଯତ୍ନ ନେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜରୁରୀ କଥା କହିବାକୁ ଯାଉଛୁ ଯାହା ବର୍ତ୍ତମାନ ପରିସ୍ଥିତିରେ କରିବା ଉଚିତ । କୋରୋନା ମ-ହା-ମା-ରି-ରୁ ବଞ୍ଚିବାକୁ ହେଲେ ଆମକୁ ଆମ ଖାଦ୍ଯ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ।

ଅଧିକରୁ ଅଧିକ ପୃଷ୍ଟିକର ଖାଦ୍ୟ ଯେମିତିକି ଡାଲି ଜାତୀୟ ଖାଦ୍ଯ, ସବୁଜ ପନିପରିବା, ଫଳ, ବାଦାମ, ଆଲମଣ୍ଡ ଆଦିର ସେବନ କରିବା ଉଚିତ । ଏହା ବ୍ଯତୀତ ମାଛ, ମାଂସ, ଅଣ୍ଡା, କ୍ଷୀର ଜାତୀୟ ଖାଦ୍ଯ ଆଦି ଖାଇବା ଉଚିତ । ଏହା ଦ୍ଵାରା ଆମ ଶରୀରରେ ଈମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ ।

ଭିଟାମିନ-ଏ ଯୁକ୍ତ ଖାଦ୍ଯ ଯେମିତିକି ଗାଜର, ତରଭୁଜ, ଜୁଆଣୀ, ସେଓ, ଅଙ୍ଗୁର, କୋବି, ପାଳଙ୍ଗ ଶାଗ ଆଦି ଖାଇବା ଉଚିତ । ଭିଟାମିନ-ଇ ଜାତୀୟ ଖାଦ୍ୟ ଯେମିତିକି ବାଦାମ, ସୂର୍ଯ୍ୟମୁଖୀ ତେଲ, ମାଛ ଆଦି ଖାଇବା ଉଚିତ । ଭିଟାମିନ-ସି ଜାତୀୟ ଖାଦ୍ଯ ଯେମିତିକି କମଳା ଲେମ୍ବୁ, ଲେମ୍ବୁ, ଅମୃତ ଭଣ୍ଡା, ବିଲାତି, ସପୁରି, ଅଁଳା, ମୁଗ ଡାଲି ଆଦି ଖାଇବା ଉଚିତ । ଅଧିକ ମିନେରାଲ ଓ ଜିଙ୍କ ଜାତୀୟ ଖାଦ୍ଯ ଯେମିତି ଚନା, କାଜୁ ଆଦି ଖାଇପାରିବେ ।

ଆଇରନ ଜାତୀୟ ଖାଦ୍ୟ ଯେମିତି ବାଇଗଣ, ବିଟ, ବେଦନା, ରାଜମା, ଗୁଡ, ଗାଜର ଆଦି ଖାଇପାରିବେ । ଏହା ବ୍ଯତୀତ ଆମ ଶରୀରରେ ଈମ୍ୟୁନିଟି ପାୱାର ବଢିବା ପାଇଁ କାଡା ସେବନ କରିବା ଉଚିତ । ଏହି କାଡାକୁ ପ୍ରସ୍ତୁତ କରିବା ପାଇଁ ଗୁଡ, ଡାଲଚିନି, ଗୋଲମରୀଚ, ତୁଲସୀ ପାତ୍ର, ସୁଣ୍ଠି ଆବଶ୍ୟକ ରହିଛି । ଏହି ସବୁ ଜିନିଷର ମିଶ୍ରଣ କରି କଡା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆମ ଶରୀରରେ ଈମ୍ୟୁନିଟି ପାୱାର ବଢିଥାଏ । ଏହା ଛଡା କ୍ଷୀରରେ କିଛି ହଳଦୀ ମିଶାଇ ସେବନ କରିବା ଉଚିତ ।

ଯେତେ ସମ୍ଭବ ନିଜ ଖାଦ୍ଯରେ ଅଦା ଓ ରସୁଣର ସେବନ କରନ୍ତୁ । କୌଣସି ସବଜିରେ ହେଉ ବା ଏହାର ଜୁସ କରି ସେବନ କରିଲେ ଆମ ଶରୀରର ଈମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ । ଏହା ବ୍ଯତୀତ ଆମ ଶରୀରରେ ଈମ୍ୟୁନିଟି ପାୱାର ବଢାଇବା ପାଇଁ ଅଧିକରୁ ଅଧିକ ପାଣି ପିଇବା ଉଚିତ । ପାଣିକୁ ଅଳ୍ପ ଗରମ କରି ସେଥିରେ କିଛି ମାତ୍ରାରେ ଲେମ୍ବୁ ମିଶାଇ ସେବନ କରିଲେ ଆମ ଶରୀରର ଈମ୍ୟୁନିଟି ପାୱାର ବଢିଥାଏ ।

ଏହି ଭଳି ଭାବେ ଉପରେ ଲିଖିତ ଉପଚାରକୁ ସେବନ କରିଲେ ଆମ ଶରୀରରେ ଈମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।