Jyotish Shastra- ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ଵ ଓ କ୍ଷମତା, କଣ କହୁଛି ଆପଣଙ୍କ ରାଶି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କ ମଧ୍ୟରେ ଥିବା କ୍ଷମତା ସମ୍ବନ୍ଧରେ ଜଣାଇବୁ । ବନ୍ଧୁଗଣ ପ୍ରତ୍ୟେକ ରାଶିର ଭିନ୍ନ ସ୍ଵଭାଵ ରହିଥାଏ । ଆଚାର, ବିଚାର ,ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ରାଶି ଅନୁସାରେ ଭିନ୍ନ ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବ ତାଙ୍କ ରାଶି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଏବଂ ବ୍ୟକ୍ତି ର ରାଶି ମାଧ୍ୟମରେ ହିଁ ସେହି ବ୍ୟକ୍ତି ର କ୍ଷମତା ସମ୍ବନ୍ଧରେ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଥିବା ବ୍ୟକ୍ତି ଙ୍କ କ୍ଷମତା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅନ୍ୟ ରାଶି ଙ୍କ ଅପେକ୍ଷା ଭିନ୍ନ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ଲକ୍ଷ୍ୟ କୁ ଯେ କୌଣସି ଉପାୟରେ ମଧ୍ୟ ହାସଲ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ଜୀବନ ରେ ଆସୁଥିବା କୌଣସି ବାଧା ବିଘ୍ନ ରୁ ଡରି ନଥାନ୍ତି ଏବଂ ସାହସ ର ସହ ସାମ୍ନା କରିଥାନ୍ତି ।

୨. ବୃଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭରସା ଯୋଗ୍ୟ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସ୍ଥିର ଏବଂ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ବୃଷ ରାଶିର ବ୍ୟକ୍ତି ମାନେ ସର୍ବଦା ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି ।

୩. ମିଥୁନ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଭଲ ସମୀକ୍ଷକ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ଯେ ପର୍ଯ୍ୟନ୍ତ କୌଣସି ଜିନିଷ କୁ ନିଜ ଆଖିରେ ଦେଖି ନଥାନ୍ତି । ସେ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ନାହିଁ ।

୪. କର୍କଟ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଉପରୁ କଠିନ ଏବଂ ଭିତରୁ ନରମ ସ୍ୱଭାବ ର ଅଟନ୍ତି । ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି । କର୍କଟ ରାଶିର ବ୍ୟକ୍ତି ମାନେ ଯେଉଁ ବ୍ୟକ୍ତି ସହ ଭଲ ସମ୍ପର୍କ ରଖନ୍ତି ଜୀବନ ର ଶେଷ ପର୍ଯ୍ୟନ୍ତ ତୁଲାଇ ଥାଆନ୍ତି ।

୫. ସିଂହ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଦୃଢ଼ ସଂକଳ୍ପି ହୋଇଥାନ୍ତି । ଏମାନେ ଯେଉଁ କାମକୁ କରିବାକୁ ସ୍ଥିର କରନ୍ତି ତାକୁ ପୂର୍ଣ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ କାର୍ଯ୍ୟ ପାଇଁ ପ୍ରଶଂସା ର ପାତ୍ର ମଧ୍ୟ ହୋଇଥାନ୍ତି ।

୬. କନ୍ୟା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ସମସ୍ତ କାର୍ଯ୍ୟ ରେ ପୂର୍ଣତା ଖୋଜିଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନେ ଅନ୍ୟ ର ସାହାଯ୍ୟ ମଧ୍ୟ ଲୋଡ଼ିଥାନ୍ତି ।

୭. ତୁଳା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଶାସନ ପ୍ରିୟ ହୋଇଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଶାସନ ଏବଂ ସନ୍ତୁଳନତା ର ସହ ବଞ୍ଚିବାକୁ ପସନ୍ଦ କରନ୍ତି ।

୮. ବିଚ୍ଛା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ସାହସୀ ଅଟନ୍ତି । ଏମାନେ ନିର୍ଭୀକତା ସହ ବଂଚିବାକୁ ପସନ୍ଦ କରନ୍ତି । ଏହି ରାଶିର ବ୍ୟକ୍ତି ମାନେ ଜୀବନ ର ସମସ୍ତ ଜିନିଷ ର ଭରପୁର ଉପଭୋଗ କରନ୍ତି ।

୯. ଧନୁ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ମୁକ୍ତ ବିଚାରର ଅଟନ୍ତି । ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜ ମନରେ ଉତ୍ସାହ ରଖନ୍ତି ଏବଂ ସର୍ବଦା ନୂତନ କାର୍ଯ୍ୟ ଆରମ୍ଭ କରିବାର ଆଶା ନିଜ ମନରେ ରଖିଥାନ୍ତି ।

୧୦. ମକର ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଇମାନଦାର ଏବଂ ଆତ୍ମବିଶ୍ୱାସୀ ଅଟନ୍ତି । ଏମାନେ ସର୍ବଦା ଆତ୍ମନିର୍ଭର ରୂପେ ବଂଚିବାକୁ ପସନ୍ଦ କରନ୍ତି ଏବଂ ଜୀବନ ରେ କଠିନ ପରିଶ୍ରମ କରିଥାନ୍ତି ।

୧୧. କୁମ୍ଭ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ କ୍ରାନ୍ତିକାରୀ ଏବଂ ବିଦ୍ରୋହୀ ସ୍ୱଭାବ ର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ସ୍ୱାଧୀନତା ବହୁତ ମାତ୍ରାରେ ପ୍ରିୟ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜର ଅସ୍ତିତ୍ବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥାନ୍ତି ।

୧୨. ମୀନ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ରଚନାତ୍ମକ ସ୍ୱଭାବ ର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜ ରଚନା ମାଧ୍ୟମରେ ଜୀବନ ର ରହସ୍ୟ କୁ ପ୍ରକାଶ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ବହୁତ ସରଳତା ର ସହିତ ନିଜର ଅନ୍ତରାତ୍ମା କୁ ଲୁଚାଇ ରଖନ୍ତି । ଏହି ରାଶିର ବ୍ୟକ୍ତି ମାନେ ସଂସାରରେ ବାସ କରନ୍ତି ସତ କିନ୍ତୁ ନିଜକୁ ଏହାର ସଦସ୍ୟ ଭାବନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।