ବାଛନ୍ତୁ ନିଜ ପସନ୍ଦର ରଙ୍ଗର କାର ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ସିକ୍ରେଟ କଥା

ରଙ୍ଗର ପସନ୍ଦ ଅନୁସାରେ ମଧ୍ୟ ବ୍ୟକ୍ତିଙ୍କର ଭଲ ଓ ମନ୍ଦ ସ୍ଵଭାବ ସବୁ ଜାଣି ହୁଏ । ଜ୍ୟୋତିଷ ଶାସ୍ତ୍ର ମତରେ ଯେପରି ଆମ ସ୍ଵଭାବ ହୋଇଥାଏ, ଆମକୁ ସେପରି ରଙ୍ଗ ମଧ୍ୟ ପସନ୍ଦ ହୋଇଥାଏ । ରଙ୍ଗ ଗୁଡ଼ିକର ଗ୍ରହମାନଙ୍କ ସହ ମଧ୍ୟ ନିବିଡ଼ ସମ୍ପର୍କ ରହିଛି । ସେଥିପାଇଁ ଗ୍ରହ ଦୋଷ କୁ ଦୂର କରିବା ପାଇଁ ଅଲଗା ଅଲଗା ରଙ୍ଗର ରତ୍ନ ଧାରଣ କରା ଯାଇଥାଏ । ବ୍ୟକ୍ତିଙ୍କ କୁଣ୍ଡଳିରେ ଯେଉଁ ଗ୍ରହ ଅଧିକ ପ୍ରଭାବଶାଳୀ ହୋଇଥାଏ, ସେହି ଅନୁଯାୟୀ ହିଁ ବ୍ୟକ୍ତିଙ୍କ ସ୍ଵଭାବ, ପସନ୍ଦ ଓ ନା ପସନ୍ଦ ଆଦି ହୋଇଥାଏ । ଏଠାରେ ଏହି କାର୍ ଗୁଡ଼ିକ ମଧ୍ୟରୁ ଆପଣ ଏକ ରଙ୍ଗର କାର୍ ପସନ୍ଦ କରନ୍ତୁ ଓ ତଳେ ନିଜ ବିଷୟରେ ଜାଣନ୍ତୁ ।

କଳା ରଙ୍ଗ

ଏହି ରଙ୍ଗ ପସନ୍ଦ ଥିବା ଲୋକମାନେ ଟିକେ ରୂଢିବାଦୀ ହୋଇଥାନ୍ତି ଓ ଶୀଘ୍ର ରାଗି ଯାଆନ୍ତି । ଏମାନଙ୍କୁ ନିଜ କାର୍ଯ୍ୟରେ କିଛି ବି ପରିବର୍ତ୍ତନ ପସନ୍ଦ ନୁହେଁ । ଯାହା ଯେମିତି ଚାଲୁଛି ସେମିତି ଚାଲୁଥିଲେ ଏମାନଙ୍କୁ ଭଲ ଲାଗିଥାଏ । ପରିବର୍ତ୍ତନକୁ ଅତି ସହଜରେ ଏମାନେ ସ୍ବୀକାର କରି ପାରି ନ ଥାଆନ୍ତି । ଏମାନେ ଅନ୍ୟ ମାନଙ୍କ ଠାରୁ ସବୁବେଳେ ମାନ ସମ୍ମାନ ପାଇବାକୁ ଇଚ୍ଛା ରଖିଥାନ୍ତି ।

ନୀଳ ରଙ୍ଗ

ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ଅତ୍ୟନ୍ତ ସ୍ଵାଭିମାନୀ ଓ ବିଶ୍ୱାସଯୋଗ୍ୟ ହୋଇଥାନ୍ତି । ଏମାନେ କାହା ଭରସା ଭାଙ୍ଗନ୍ତି ନାହିଁ କି ଅନ୍ୟ ବ୍ୟକ୍ତି ଉପରେ ସହଜରେ ଭରସା ମଧ୍ୟ କରନ୍ତି ନାହିଁ । ମିତ୍ରତା କରିବା ପୂର୍ବରୁ ପୁରା ସାବଧାନ ରୁହନ୍ତି ଓ ଶୁନିଶ୍ଚିତ ହେବାପରେ ହିଁ ମିତ୍ରତା କରନ୍ତି । ସମସ୍ତ କାର୍ଯ୍ୟ ନିଜ ହିସାବରେ କରନ୍ତି ଓ ସବୁ ଦାୟିତ୍ଵ ମଧ୍ୟ ନିଅନ୍ତି ।

ମାଟିଆ ରଙ୍ଗ

ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିମାନେ ଆକର୍ଷକ ବ୍ୟକ୍ତିତ୍ୱର ହୋଇଥାନ୍ତି । ଏମାନେ ଲଗାତାର ସଫଳତା ପାଇବା ପରେ ମଧ୍ୟ ନିଜ ସ୍ଵଭାବ ପରିବର୍ତ୍ତନ କରି ନ ଥାଆନ୍ତି ଓ ଗର୍ବ ଅହଙ୍କାର ରୁ ନିଜକୁ ଦୂରରେ ରଖିବା ପାଇଁ ଚେଷ୍ଟା ରଖିଥାନ୍ତି । ଏମାନେ ମେଳାପୀ ଓ ବିନମ୍ର ସ୍ୱଭାବର ହୋଇଥାନ୍ତି । ଘର, ପରିବାର ଓ ବନ୍ଧୁ ସମସ୍ତଙ୍କର ସାହାଯ୍ୟ କରିବାକୁ ସବୁବେଳେ ତତ୍ପର ରହିଥାନ୍ତି ।

ସବୁଜ ରଙ୍ଗ

ଏହି ରଙ୍ଗ ପସନ୍ଦ ଥିବା ଲୋକମାନେ ଅତ୍ୟନ୍ତ ନମ୍ର ସ୍ୱଭାବର ହୋଇଥାନ୍ତି । ଏମାନେ କାହାକୁ ମଧ୍ୟ ଦୁଃଖରେ ଦେଖି ପାରନ୍ତି ନାହିଁ ଓ ସବୁବେଳେ ଅନ୍ୟର ଦୁଃଖ ବାଣ୍ଟିବାକୁ ପ୍ରୟାସ କରିଥାନ୍ତି । ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି । ସବୁଜ ରଙ୍ଗ ଯେପରି ଆଖିକୁ ଆରାମ ଅନୁଭବ ଦେଇଥାଏ, ସେପରି ମଧ୍ୟ ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତିଙ୍କ ସ୍ଵଭାବ ହୋଇଥାଏ । ଏମାନେ ନିଜ ପ୍ରିୟଜନ ଙ୍କ ପାଇଁ ବହୁତ ମହତ୍ୱ ହୋଇଥାନ୍ତି ।

ଗୋଲାପୀ ରଙ୍ଗ

ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତି ନିଜ ଜୀବନସାଥି ଙ୍କୁ ନେଇ ଅତ୍ୟନ୍ତ ଭାବୁକ ହୋଇଥାନ୍ତି ଓ ଏମାନଙ୍କ ଅନେକ ମିତ୍ର ମଧ୍ୟ ଥାଆନ୍ତି । ଏମାନେ ରୋମାଣ୍ଟିକ ସ୍ୱଭାବର ହୋଇଥିବା ବେଳେ, ସବୁବେଳେ ଅନ୍ୟର ଦୋଷ ତ୍ରୁଟିକୁ ନଜର ଅନ୍ଦାଜ କରିଥାନ୍ତି । କେବେ କେବେ ଅତ୍ୟନ୍ତ ଲାଜକୁଳା ସ୍ଵଭାବ ର ହେବା ସହ ସୌନ୍ଦର୍ଯ୍ୟତା ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଓ ଏମାନଙ୍କୁ ହିଂସା ଜମା ବି ପସନ୍ଦ ନୁହେଁ ।

ଜାମୁ ରଙ୍ଗ

ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତି ରଚନାତ୍ମକ ସ୍ଵଭାବ ର ହୋଇଥାନ୍ତି । ସେଥିପାଇଁ କୌଣସି ମଧ୍ୟ କାମକୁ ଅଲଗା ଅଲଗା ଢଙ୍ଗରେ କରିବାକୁ ଏମାନଙ୍କୁ ମଜା ଲାଗେ । ଏମାନେ ଦାୟିତ୍ଵ ନେବାକୁ ପସନ୍ଦ କରନ୍ତି ନାହିଁ ଓ ନିଜ ସମସ୍ୟା କୁ ସମାଧାନ କରିବାରେ ମଧ୍ୟ କେବେ କେବେ ଅସଫଳ ହୋଇଥାନ୍ତି । ଏମାନଙ୍କୁ ଭିଡ଼ ପସନ୍ଦ ନ ଥାଏ ।

ନାଲି ରଙ୍ଗ

ଏମାନେ ବହୁତ୍ ସାବଧାନ ରୁହନ୍ତି । ଏମାନଙ୍କ ଜୀବନରେ ପ୍ରେମ ର ଗୁରୁତ୍ବ ରହିଥାଏ ଓ ଏମାନେ ଜଣେ ଉତ୍ତମ ପ୍ରେମିକ ହୋଇ ପାରିଥାନ୍ତି । ନାଲି ରଙ୍ଗ ଉତ୍ସାହର ପ୍ରତୀକ ଅଟେ ଓ ଏହି କାରଣରୁ ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଉତ୍ସାହୀ ପ୍ରକୃତିର ହୋଇଥାନ୍ତି । ଏମାନେ ନିଜ ଜୀବନକୁ ଉତ୍ସାହର ସହ କାଟିଥାନ୍ତି । ଆଉ ମଧ୍ୟ ଅନ୍ୟ ମାନଙ୍କୁ ବହୁତ ଶୀଘ୍ର ବୁଝି ପାରିଥାନ୍ତି ।

ଧଳା ରଙ୍ଗ

ଏହି ଲୋକମାନେ ସମ୍ମାନିତ, ଦୂରଦର୍ଶୀ ଓ ଆଶାବାଦୀ ହୋଇଥାନ୍ତି । କୌଣସି ମଧ୍ୟ ଯୋଜନା କରିବାରେ ଏମାନେ ପାରଙ୍ଗମ ହୋଇଥାନ୍ତି । ଏହା ଯୋଗୁଁ ଅଧିକ କାର୍ଯ୍ୟରେ ଏମାନେ ସଫଳ ହୋଇଥାନ୍ତି । କେବେ କେବେ ଏମାନେ ଅହଙ୍କାର ର ଶିକାର ହୋଇଥାନ୍ତି । ଏମାନେ ମଧ୍ୟ ଟିକେ ଲାଜକୁଳା ହୋଇଥିବାରୁ ନୂଆ ଜାଗା କିମ୍ବା ନୂଆ ଲୋକଙ୍କ ସହ ସହଜରେ ମିଶି ପାରନ୍ତି ନାହିଁ ।

ହଳଦିଆ ରଙ୍ଗ

ଏମାନେ ହସଖୁସି ସ୍ୱଭାବର ହୋଇଥାନ୍ତି ଓ ସକାରାତ୍ମକ ଭାବେ ଜୀବନଯାପନ କରିଥାନ୍ତି । ଏମାନେ ନୂଆ ବିଚାର ସହ ଆଗକୁ ବଢନ୍ତି ଓ କାର୍ଯ୍ୟରେ ସଫଳତା ପାଇବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜେ ଖୁସି ରହି ଅନ୍ୟମାନଙ୍କୁ ମଧ୍ୟ ଠିକ୍ ମାର୍ଗଦର୍ଶନ କରିଥାନ୍ତି । ସମସ୍ତଙ୍କର ସାହାଯ୍ୟ କରିବା ସହ ଜୀବନର ବିପରୀତ ସମୟରେ ମଧ୍ୟ ବିଶସ୍ତ ଭାବେ କାର୍ଯ୍ୟ କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।